ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସରାଏ ବର୍ଷା ରାସ୍ତା ରେ ଜମିଲା ଆଣ୍ଠୁଏ ପାଣି

ଅସରାଏ ବର୍ଷା ରାସ୍ତା ରେ ଜମିଲା ଆଣ୍ଠୁଏ ପାଣି

ଆଜି ସକାଳେ ହୋଇଥିବା ଅସରାଏ ବର୍ଷା ରେ ଧର୍ମଗଡ ଚାରିଛିକ ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତା ରେ ଏବଂ ଏହା କୁ ଲାଗି ଥିବା ଗଳି ରାସ୍ତା ରେ ଆଣ୍ଠୁ ଏ ପାଣି ଜମି ରହିଥିଲା । ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକ ଙ୍କ ଘର ଭିତର କୁ ଡ୍ରେନ ର ଆବର୍ଜନା ପାଣି ସବୁ ପଶି ଯାଇ ଥିଲା ଫଳ ରେ ଲୋକେ ନାକେ ଦମ ହୋଇ ଥିଲେ । ଏହାକୁ ନେଇ ପଡା ବାସୀ ଙ୍କ ମଧ୍ୟ ରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇ ଥିଲା । ଲୋକେ ମୂଖ୍ୟ ସଡ଼କ ଅବରୋଧ କରି ଥିଲେ । ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳ ନିଷ୍କାସନ ବ୍ୟବସ୍ଥା କରି ଥିଲେ । ପୂର୍ତ୍ତ ବିଭାଗ ଦ୍ଵାରା ତ୍ରୁଟି ପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ପାରି ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଡ୍ରେନ ନିର୍ମାଣ ସମ୍ପୂର୍ଣ୍ଣ କରା ନ ଯାଇ ଅଧ ପନ୍ତରିଆ ଭାବେ ଛାଡ଼ି ଦେଈ ଥିବାରୁ ରାସ୍ତା ରେ ଆଣ୍ଠୁଏ ପାଣି ଜମି ରହି ଥିବା କୁହା ଯାଇଛି । ତେବେ ଜଳ ବନ୍ଦୀ ପରିସ୍ଥିତି ଯୋଗୁ ସେଠାରେ ଉତ୍ତେଜନା ପ୍ରକାଶ ପାଇ ଥିଲା। ଫଳ ରେ କିଛି ସମୟ ପାଇଁ ରାସ୍ତା ରେ ଉଭୟ ପାର୍ଶ୍ୱ ରେ ଗାଡ଼ି ମଟର ଅଟକି ରହିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରତ୍ୟେକ ଶିଶୁ ବିବାହ ଓ ଶିଶୁ ଶ୍ରମିକ ଘଟଣାରେ ଏଫ୍ ଆଇ ଆର୍ ( ପ୍ରଥମ ସୁଚନା ରିପୋର୍ଟ) ଅନିବାର୍ଯ୍ୟ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

Sunil Chandra Nayak

ଜୁନାଗଡ଼ ରେ କ୍ରାନ୍ତି ଶୋଭାଯାତ୍ରା

Sunil Chandra Nayak

କଳାହାଣ୍ଡି ଉତ୍ସବ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

Leave a Comment

error: Content is protected !!