ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାରଳା ସାଂସ୍କୃତିକ ପରିଷଦର ୫୫ତମ ବାର୍ଷିକ ଉତ୍ସବ 

ଶାରଳା ସାଂସ୍କୃତିକ ପରିଷଦର ୫୫ତମ ବାର୍ଷିକ ଉତ୍ସବ 

ରାଉରକେଲା: ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଶାରଳା ସାଂସ୍କୃତିକ ପରିଷଦର ୫୫ତମ ବାର୍ଷିକ ଉତ୍ସବ ଓ ସାର୍ବଜନୀନ ଶ୍ରୀ ଶ୍ରୀ ମା ଶାରଳା ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ଗତ ୨୪ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପରିଷଦର ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକ ଓ ସାଧାରଣ ସମ୍ପାଦକ ଅରକ୍ଷିତ କୁମାର ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୪ ତାରିଖ ଦିନ ସାରଳା ଦାସଙ୍କ ରଚିତ ସାରଳା ସାହିତ୍ୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲିପ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ମା ଶାରଳାଙ୍କ ବିଭିନ୍ନ ପୂଜା ଯଥା ସୂର୍ଯ୍ୟପୂଜା, ଗୋ ପୂଜା,ଉପଚାର ପୂଜା, ଚଣ୍ଡୀପାଠ,ହୋମ, ଆରତୀ, ପୁଷ୍ପାଞ୍ଜଳି ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ପୂଜକ ଭାବେ ଅକ୍ଷୟ ମିଶ୍ର, ଉପେନ୍ଦ୍ର ନନ୍ଦ, ହାଡିବନ୍ଧୁ ମିଶ୍ର ପ୍ରମୁଖ ଦାୟିତ୍ଵ ତୁଲାଇଥିଲା ବେଳେ କର୍ତ୍ତା ଭାବେ ପ୍ରତାପ କୁମାର ପତି ଓ ସ୍ବର୍ଣ୍ଣଲତା ପତି କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଦିପାଲା ଅନୁଷ୍ଠିତ ହୋଇଥିଲା। ଏହି ବାଦିପାଲାରେ ଗାୟକ ସୂର୍ଯ୍ୟ ଉପେନ୍ଦ୍ର କୁମାର ବେହେରା ଓ ଗାୟକ ଜ୍ଞାନସାଗର ଉଲ୍ଲାଷ ଚନ୍ଦ୍ର ଷଡ଼ଙ୍ଗୀ ପାଲା ପରିବେଷଣ କରିଥିଲେ। ଏହାକୁ ପ୍ରତ୍ୟେହ ଶୁଣିବା ଓ ଦେଖିବା ପାଇଁ ଶତାଧିକ ସଂସ୍କୃତି ପ୍ରେମୀ ମାନେ ଯୋଗ ଦେବା ସହ ପ୍ରସାଦ ସେବନ କରିଥିଲେ। ଏହି ପଞ୍ଚ ଦିବସୀୟ କାର୍ଯ୍ୟକ୍ରମ ପରିଚାଳନାରେ ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ପର୍ଶୁରାମ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅରକ୍ଷିତ କୁମାର ପାତ୍ରଙ୍କ ସମେତ ଶରତ ଚନ୍ଦ୍ର ପାଣ୍ଡବ, ରବିନ୍ଦ୍ରନାଥ ବେହେରା, ପଞ୍ଚାନନ ମହାପାତ୍ର, ଜୟନ୍ତ କୁମାର ବେହେରା, ସୁଶିଲ କୁମାର ପାତ୍ର, ନବୀନ କୁମାର ବିନ୍ଧାଣୀ, ହେମନ୍ତ କୁମାର ମହାରଣା, ଅରବିନ୍ଦ ସ୍ବାଇଁ, ତ୍ରିଲୋଚନ ପରିଡ଼ାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

masiha

ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା 

masiha

Leave a Comment

error: Content is protected !!