ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମନ୍ଦିର ନୀତିକାନ୍ତି,ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଉପରେ ଏକ ଅନ୍ତର୍ଜାତୀୟ ଆଲୋଚନା ଚକ୍ର

ଶ୍ରୀମନ୍ଦିର ନୀତିକାନ୍ତି,ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଉପରେ ଏକ ଅନ୍ତର୍ଜାତୀୟ ଆଲୋଚନା ଚକ୍ର

ଭୁବନେଶ୍ବର; ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଭୁବନେଶ୍ୱର ଓଡିଶା ଓ ବେଦ ବ୍ୟାସ ପରିସର ସଂସ୍କୃତ ବିଶ୍ୱବିଦ୍ୟାଳୟ ବଲାହାର ଜିଲ୍ଲା କଂଗ୍ରା ହିମାଞ୍ଚଳ ପ୍ରଦେଶ ର ମିଳିତ ସହଯୋଗ ରେ ୯.୪.୨୬ ରେ ହିମାଞ୍ଚଳ ପ୍ରଦେଶ ରେ ଅନୁଷ୍ଠିତ ହେବ,ବିଷୟ – ଶାସ୍ତ୍ର ଅନୁଯାଇ ରଥଯାତ୍ରା ଓ ତାର ଇତିହାସ,ଶ୍ରୀଜୀଉ ଙ୍କ ନୀତି କାନ୍ତି ଓ ଅଳଙ୍କାର ଉପରେ ଆଲୋଚନା ରହିବ,୧୦.୪.୨୬ ଅପରାହ୍ନ ୪ଟା ରେ ଆଲୋଚନା ସଭା କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିବେ ସଭାପତି ତଥା ନିର୍ଦ୍ଧେଶକ ଡ଼ ଶ୍ୟାମା କୁମାରି ବେଦ ବ୍ୟାସ ପରିସର, ପ୍ରବକ୍ତା,ପଣ୍ଡିତ କାଶୀନାଥ ମିଶ୍ର ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଭାପତି ଡ଼ ନାରାୟଣ ମହାପାତ୍ର ଓ ସଭା ପରିଚାଳନା କରିବେ ଡ଼ ଗୌରୀ ଶଙ୍କର ସାହୁ,ଆଲୋଚନା ଚକ୍ର ପରେ ସାଂସ୍କୁତ୍ତିକ କାର୍ଯ୍ୟକ୍ରମ ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ, ଦ୍ୱତୀୟ ଦିନର ଆଲୋଚନା ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଓ ସମୁଦାୟ ପ୍ରାୟ ୭ ଜଣ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଆଲୋଚନା ପରେ ଓଡିଶା ର ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବ,ପରାଗପୁରର କଂଗ୍ରା ଜିଲ୍ଲା ରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ସତସଙ୍ଗ କାର୍ଯ୍ୟକ୍ରମ ରେ ଭାରତ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତ ଶ୍ରୀଜଗନ୍ନାଥ ସମ୍ଭାର ହିନ୍ଦୀ ପୁସ୍ତକର ଲୋକାର୍ପଣ କରାଯିବ ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ସହିତ ମନ୍ଦିର ପ୍ରତିଷ୍ଠାତା ଶ୍ରୀ ଦିନେଶ କୌଲ ସଂଚାଳକ ଶ୍ରୀ ନାନକଚନ୍ଦ୍ର ଶର୍ମା ପୂଜକ ଶ୍ରୀ ପିୟୁଷ ଶର୍ମା ଅଧ୍ୟପକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରବକ୍ତା ପଣ୍ଡିତ କାଶୀନାଥ ମିଶ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଓ ଜଗନ୍ନାଥ ପ୍ରଚାର ସଂସ୍ଥାନ ର ସମସ୍ତ ସଦସ୍ୟ ଓ ସଦସ୍ୟା ଯୋଗ ଦେବେ,ଆସନ୍ତା ୬.୪.୨୬ ରୁ ୮.୪.୨୬ ପର୍ଯ୍ୟନ୍ତ ହରିଦ୍ୱାର ରେ ଭୂମାନିକେତନ ଠାରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଓଡ଼ିଶା ରୁ ୮୦ ଜଣ ଯୋଗ ଦେବେ, ତତ୍ ପରେ ହରିଦ୍ୱାର ରୁ ଦିଲ୍ଲୀ ଯାଇ ସେଠାରୁ ପରାଗପୂର୍ ଜଗନ୍ନାଥ ମନ୍ଦିର କୁ ପ୍ରୟ ୫୦ ଜଣ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ 25 ଜଣ ଯିବେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସସ୍ଥାନ ।

Related posts

କେମିତି ଚାଲିଛି ମନରେଗା ? ବଳି ପଡ଼ୁଛନ୍ତି କିଏ ?

Sunil Chandra Nayak

ରାୟଗଡାରେ ବିଦ୍ୟାର୍ଥୀ ସଂସ୍କାର ଶିବିର ଅନୁଷ୍ଠିତ

masiha

ବାଣପୁର ଥାନା ଅଞ୍ଚଳରେ ପରକ୍ରୀୟା ପ୍ରୀତିର କରୁଣ ପରିଣତି : ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର !!!

Sunil Chandra Nayak

Leave a Comment

error: Content is protected !!