ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିକାଟୁ ବିଶ୍ୱ ହିନ୍ଦୁ ପରିଷଦ , ବଜରଙ୍ଗ ଦଳ ପକ୍ଷରୁ ଶ୍ରୀ ରାମ ନବମୀ ଉତ୍ସବ ପାଳିତ 

ହିଞ୍ଜିଳିକାଟୁ ବିଶ୍ୱ ହିନ୍ଦୁ ପରିଷଦ , ବଜରଙ୍ଗ ଦଳ ପକ୍ଷରୁ ଶ୍ରୀ ରାମ ନବମୀ ଉତ୍ସବ ପାଳିତ 

ହିଞ୍ଜିଳିକାଟୁ ତା ୨୭/୦୩ ଅଧର୍ମ ଉପରେ ଧର୍ମର ବିଜୟ ତଥା ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ସମ୍ପୂର୍ଣ୍ଣ ଭାରତ ବର୍ଷରେ ଶ୍ରୀ ରାମ ନବମୀ ଉତ୍ସବ ବେଶ୍ ଧୂମଧାମ ସହ ପାଳନ ହେଉଛି । ଶ୍ରୀ ରାମ ନବମୀ ଉତ୍ସବ,ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏକ ଅତି ମହତ୍ୱପୂର୍ଣ୍ଣ ପର୍ବ ହେଉଛି ‘ଶ୍ରୀ ରାମ ନବମୀ’ । ଶ୍ରୀ ରାମଙ୍କ ଜୀବନ ଆଦର୍ଶ, ତ୍ୟାଗ, ସତ୍ୟ ଏବଂ ମର୍ଯ୍ୟାଦାର ପ୍ରତୀକ ଅଟେ । ‘ରାମରାଜ୍ୟ’ ଶବ୍ଦଟି ନ୍ୟାୟ, ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଭାବରେ ଆଜି ମଧ୍ୟ ଆଦର୍ଶ ବୋଲି ହିନ୍ଦୁ ଧର୍ମରେ ମାନ୍ୟତା ରହିଛି । ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଚୈତ୍ର ମାସର ଶୁକ୍ଲା ପକ୍ଷର ନବମୀ ତିଥି ଏବଂ ପୁଷ୍ପ ନକ୍ଷତ୍ର ଦିନ ପୃଥିବୀରେ ଅବତାରିତ ହୋଇଥିଲେ । ଓଡ଼ିଶାରେ ରାମ ନବମୀ ବେଶ୍ ଭକ୍ତିପୂତ ପରିବେଶରେ ପାଳନ କରାଯାଏ । ବିଶେଷ କରି ଜଗନ୍ନାଥ ସଂସ୍କୃତିରେ ରାମାୟଣର ସ୍ଥାନ ସ୍ୱତନ୍ତ୍ର । ଯେଉଁମାନେ ହିନ୍ଦୁ ଧର୍ମରେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଏହି ରାମ ନବମୀ ଉତ୍ସବ ଅତ୍ୟଧିକ ମହତ୍ୱ ରହିଛି । ଏହି ରାମ ନବମୀରେ ଭକ୍ତମାନେ ଭଗବାନ ରାମଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଆଜି ଭଗବାନ ଶ୍ରୀ ରାମଙ୍କ ମନ୍ଦିର ଗୁଡିକ ବହୁତ ସୁନ୍ଦର ଢଙ୍ଗରେ ସଜାଯାଇଛି । ସାରା ଦେଶରେ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବେଶ୍ ଆନନ୍ଦ ଉଲ୍ଲାସ ସହ ଶ୍ରୀ ରାମ ନବମୀ ପାଳନ କରାଯାଉଛି । ସେହି ଭଳି ଶୁକ୍ରବାର ଅପରାହ୍ନ ୩ ଘଣ୍ଟ ସମୟରେ ରାମ ନବମୀ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ଶ୍ରୀ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ବଇଁଚବଣିଆ ଠାରୁ ଏକ ଭବ୍ୟ ଶୋଭାଯାତ୍ରା ଶହସ୍ର ଶ୍ରୀ ରାମ ପ୍ରେମୀ , ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା, ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଯୁବକ ମାନେ ଯୋଗଦେଇ ବିରାଟ ପଟୁଆର ସହ ସମଗ୍ର ନଗର ପରିକ୍ରମା କରି ପରିଶେଷରେ ଜଗନ୍ନାଥ ମନ୍ଦିର, ବଇଁଚବଣିଆ ଠାରେ ସମାପନ ହୋଇଥିଲା । ଆଜିର ଏହି ଅବସରରେ ବହୁ ବିଜେପି କର୍ମୀ ଓ ନେତା , ବଜରଙ୍ଗ ଦଳର ସଂଯୋଜକ ଶିବରାମ ବେହେରା, ହିଞ୍ଜିଳିକାଟୁ ନଗର ସଂଯୋଜକ ପ୍ରକାଶ ବେହେରା , ହରପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ତେବେ ରାମ ନବମୀ କୁ ଦୃଷ୍ଟି ରେ ରଖି ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

Related posts

ରାଇରଙ୍ଗପୁରରେ ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ‘ପରିକ୍ରମା’ ତରଫରୁ ବସନ୍ତ ମହୋତ୍ସବ ରଙ୍ଗ-ରଙ୍ଗୋଲି” ଆୟୋଜିତ 

masiha

ଏଚଏମଏସ୍‌‍ର ନେତୃତ୍ଵରେ ଏସବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଆଲୋଚନା

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ପାନୀୟ ଜଳର ବ୍ୟବସ୍ତା

Sunil Chandra Nayak

Leave a Comment

error: Content is protected !!