ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥ ପରିଚାଳନା ନେଇ ବୈଠକ 

ବୁଥ ପରିଚାଳନା ନେଇ ବୈଠକ 

ଡାବୁଗାଁ, ୮/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବୁଥ ପରିଚାଳନା ନେଇ ଏକ ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆଗାମୀ ୧୩ ତାରିଖ ଦିନ ମତଦାନ ଥିବାରୁ ବ୍ଲକ ର ପ୍ରତ୍ୟେକ ବୁଥ ପରିଚାଳନା ଉପରେ ବୁଥ ସ୍ତରୀୟ ଅଧିକାରୀ ଓ ସ୍ଵଚ୍ଛାସେବୀ ମାନଙ୍କୁ ବୁଝା ଯାଇଥିଲା | ଏଥିରେ ପ୍ରତି ବୁଥରେ ବିଦ୍ୟୁତ ବ୍ୟବସ୍ଥା, ଧାଡି ବାନ୍ଧିବା, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଏବଂ ହ୍ୟୁଇଲ ଚେୟାର ବ୍ୟବସ୍ଥା କରାଯିବା, ପ୍ରତି ବୁଥରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ମତଦାନ ଦିନ ସ୍ଵଚ୍ଛାସେବୀ ମାନଙ୍କ କାର୍ଯ୍ୟ ଉପରେ ବୁଝାଇଥିଲେ | ଏଥିରେ ବିଡିଓ ଶରତ ମାଝି ସମସ୍ତ ବୁଥ ସ୍ତରୀୟ ଅଧିକାରୀ ଓ ସ୍ଵଚ୍ଛାସେବୀ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ସହଯୋଗ କରିଥିଲେ | ଏହି ବୈଠକରେ ୫୫ ଜଣ ବୁଥ ସ୍ତରୀୟ ଅଧିକାରୀ, ସମସ୍ତ ବିଏଲଓ ସୁପରଭାଇଜର ଓ ୧୧୦ ଜଣ ସ୍ଵଚ୍ଛାସେବୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କଳାହାଣ୍ଡି ରେ ୩୪ ଯୋଡି ଙ୍କ ସାମୁହିକ ବିବାହ

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଉଦଯାପିତ 

masiha

ଶିକ୍ଷା ସଚେତନ ରଥ କୁ ଫୁ, ମଦ ନିଶାରେ ମତୁଆଲା ହେଉଛନ୍ତି ଆଦିବାସୀ ଛାତ୍ର

Sunil Chandra Nayak

Leave a Comment

error: Content is protected !!