ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସ୍ତିତ୍ବ ର ବାର୍ଷିକୋତ୍ସବ ……

ଅସ୍ତିତ୍ବ ର ବାର୍ଷିକୋତ୍ସବ ..

ରାଉରକେଲା: ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ର ବାର୍ଷିକୋତ୍ସବ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଇପ୍ସିତା ବିଶ୍ବାଳ ଙ୍କ ସଭାପତିତ୍ବ ଓ ସୁଲିପ୍ତା ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ, ସମାଜସେବୀ , ରୋଟାରୀଆନ ଗୁରିନ୍ଦର ସିଂ, ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ, ସୁରେଶ ଶର୍ମା, ମମତା ଗୈାତମ, ଅମିତ କୈାର, ହରିହର ରାଉତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଆଗକୁ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲେ। ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଅବଦାନ ପାଇଁ ଯଥା ସହିଦ୍ ସୁଶିଲ କୁମାର ପାତ୍ର, ସମାଜସେବୀ ଆଶିଷ ଦାସ, ନୃତ୍ୟଗୁରୁ ପ୍ରକାଶ ରାଉଳ, ସୁନନ୍ଦା ବରାଳ, ଶାନ୍ତି ଦେବୀ, ଦିଲ୍ଲିପ ଭାଇ,ଜୁଲି ମିଶ୍ର, ପ୍ରଶାନ୍ତ ଦାସ, ଚନ୍ଦ୍ରଦୀପ ସାହୁ, ଆଚାର୍ଯ୍ୟ ବିନୋଦ ପ୍ରମୁଖଙ୍କୁ ଉତ୍ତରୀୟ ଓ ଘରେ ଲଗାଯାଉଥିବା ଚାରା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଆଚାର୍ଯ୍ୟ ବିନୋଦ ଓ ଶିବ କୁମାର ଶାନ୍ତି ପାଠ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ କଲିକତା ଘଟଣାରେ ମୃତ୍ୟୁବରଣ କରିଥିବା ଡ଼ାକ୍ତରଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଇସ୍ପାତ କଳା ପରିଷଦର ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ କୁନାଲ ସିଂ, ଧନେଶ୍ଵର କଂସାରୀ, ଶୈଳେନ୍ଦ୍ରୀ ମେୱ।, ସୁବାଷିନୀ ପରିଡ଼ା, ଅମ୍ବିକା ପରିଡ଼ା,ପ୍ରତିଭା ନାୟକ,ରଜତ ମହାନ୍ତି,ସୁମତୀ ସେନାପତି, ଅଜିତ ସାମଲ, ତିଳୋତ୍ତମା, ଶୁଭମ୍ ଜୟସ୍ବାଲ, ଅଭୟ ପାତ୍ର, ଆଶିଷ ଦାସ,ଭାରତୀ କୁମାରୀ ସିଂ, ଲକ୍ଷ୍ମୀ ରାଉତ, ଲକ୍ଷ୍ମୀପ୍ରିୟା, ରାଜନନ୍ଦିନୀ, ମାଳବିକା ପରିଡ଼ା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଭାପତି ଇପ୍ସିତା ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୈବଲ୍ୟ ଫାଉଣ୍ଡେସନ ପକ୍ଷରୁ ଅଙ୍ଗନବାଡି କର୍ମିଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ସରଗଡା ପଞ୍ଚାୟତ ଗ୍ରାମ୍ୟ କଳାଟମକ – ହାତୀଛାଡ଼ ଗ୍ରାମ୍ୟ କାଦୁଅ ପଚ ପଚ ରାସ୍ତା ଶୋଚନୀୟ

Sunil Chandra Nayak

ସ୍ପନ୍ଦନ ଙ୍କ ବିୟୋଗେ ଯୋଡ଼ା ବାସୀ ସ୍ତୋବ୍ଧ

Sunil Chandra Nayak

Leave a Comment

error: Content is protected !!