ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପଞ୍ଚମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ପଞ୍ଚମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ପଞ୍ଚମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଖେଳାଳି ମାନଙ୍କ ସହ ଅତିଥି ମାନଙ୍କ ପରିଚୟ ଆଦାନ ପ୍ରଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କଳାହାଣ୍ଡି କ୍ରୀଡା ସଂସ୍ଥାର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁନୀଲ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ କାର୍ଯ୍ୟକାରୀ ସମ୍ପାଦକ ତଥା ଓଡିଶା ଅଲିମ୍ପିକ ଆସୋସିଏସନ ସଭାପତି ଶ୍ରୀ ଜଗ ମୋହନ ପଟ୍ଟନାୟକ ଖେଳାଳୀ ମାନେ ସୌହାର୍ଦ୍ଦ୍ୟ ପୁର୍ଣ୍ଣ ବାତାବରଣ ରକ୍ଷାକରି ଫୁଟବଲ ଖେଳିବାକୁ ଆହ୍ଵାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନ ଜୀବୀ, କ୍ରୀଡାବିତ୍ ତଥା କଳାକାର ଶ୍ରୀ ଜଗନ୍ନାଥ ମୁଣ୍ଡ ଯୋଗଦେଇ ଫୁଟବଲ ଖେଳ ଓ କ୍ରୀଡ଼ା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ଉପ ସଭାପତି ଅର୍ଜୁନ ପଟ୍ଟନାୟକ,ଫୁଟବଲ ସମ୍ପାଦକ ଅବଦୁଲ କାଦୀର, ପଙ୍କଜ ପଟ୍ଟନାୟକ, ଚକ୍ରଧର ସେଠୀ, ଭିକାରୀ ମିଶ୍ର, ଅଶୋକ ପଟ୍ଟନାୟକ, ଦୁର୍ଗା ପ୍ରସାଦ ମିଶ୍ର, ସାମ୍ବାଦିକ ଲଲିତ କାନୁନଗୋ, ବିପିନ ମିଶ୍ର, ମହେନ୍ଦ୍ର ପଣ୍ଡା, କିଶୋର ସାହୁ, ଲଡୁ ମିଶ୍ର ପ୍ରମୂଖ ମଞ୍ଚାସୀନ ଥିଲେ। ପ୍ରଥମ ଦିବସ ଉଦଘାଟନୀ ମ୍ୟାଚ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଏବଂ ବାପୁଜୀ ସାଂସ୍କୃତିକ ଅନୁଷ୍ଠାନ ବଡପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାପୁଜୀ ସାଂସ୍କୃତିକ ଅନୁଷ୍ଠାନ ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ତିନି ଗୋଲ ସ୍କୋର କରି ବିଜୟ ଲାଭ କରିଥିଲେ। ରେଫରୀ ନବୀନ ନାଏକ, ଦେବେନ୍ଦ୍ର ରାଉତ, ଅଶୋକ ବାଗ, ଉଦ୍ଭବ ମାଝୀ ଅତି ଶୃଙ୍ଖଳିତ ଓ ନିରପେକ୍ଷ ଭାବେ ମ୍ୟାଚ ପରିଚାଳନା କରିଥିଲେ। ଜଳେଶ୍ଵର ଗୌଡ, ଦାଉଦ ବାଗ, ନଳିନୀ ମୁଣ୍ଡ, ଚଞ୍ଚଲ, ଛବି ନାଏକ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଅର୍ଜୁନ ପଟ୍ଟନାୟକ

ସହ ସମ୍ପାଦକ

Related posts

`ଢେଙ୍କାନାଳ ପାଇଁ ସ୍ୱର୍ଣ୍ଣ ଆଣିଲେ କୀର୍ତ୍ତିରାଣୀ`

Sunil Chandra Nayak

ବିକାଶ ଉଇସଡ଼ମ ପାର୍କରେ କ୍ରୀଡ଼ା ଉତ୍ସବ ‘ଏଥେଲେଟ ମିଟ୍ ୨୦୨୫’ ଉଦଯାପିତ

Sunil Chandra Nayak

ରାଜ୍ୟ ସ୍ତରୀୟ ବକ୍ସିଂ ଚମ୍ପିୟାନସିପରେ ରାୟଗଡାର କମାଲ, ଜିତିଲେ ୨ଟି ରୌପ୍ୟ, ୩ଟି କାଂସ୍ୟ ପଦକ

masiha

Leave a Comment

error: Content is protected !!