ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଏଟିଏମ ଖୋଲିବାକୁ ଗ୍ରାମବାସୀଙ୍କ ଦାବି 

ନୂଆ ଏଟିଏମ ଖୋଲିବାକୁ ଗ୍ରାମବାସୀଙ୍କ ଦାବି 

ଢେଙ୍କାନାଳ, ହିନ୍ଦୋଳ ୧୯/୬/୨୦୨୪,ଦେଶରେ ମୋଦିଲହର ଆସିଥିବାବେଳେ ଏବେ ବି ଅନେକ ଅଞ୍ଚଳରେ ନା ଅଛି ମୋବାଇଲ ସେବା ନା ବ୍ୟାଙ୍କ ସେବା,ଲୋକମାନେ ଅନେକ ଦୂରରୁ ଚାଲି ଚାଲି ଆସି ବ୍ୟାଙ୍କରେ ପହଞ୍ଚୁଛନ୍ତି । କାହାର ଟଙ୍କା ଉଠେଇବାର ଅଛି, ତ କାହାର ଜମା କରିବା ପାଇଁ ଦିନସାରା ଲାଇନରେ ଠିଆ ହୋଇ କାମ ହୋଇପାରିନି । ଆମେ ଏ କଥା କହୁଛୁ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବ୍ଲକର ବାବନ୍ଧ ଅଞ୍ଚଳ । ୨୦ ହଜାର ଲୋକଙ୍କ କେନ୍ଦ୍ରବିନ୍ଦୁ ହେଉଛି ବାବନ୍ଧ । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଅଞ୍ଚଳରେ ଗୋଟିଏ ଏ.ଟି. ଏମ୍.ମେସିନ ନାହିଁ, ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ର ସମୁଖୀନ ହୋଇଥାନ୍ତି । ଅଞ୍ଚଳରେ ତୁରନ୍ତ ଏକ ପଇସା ଉଠା ମେସିନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସରକାର ବିଚାର କରି ଏହି ଅଞ୍ଚଳର ସମସ୍ୟାକୁ ଦୂର କରିବେ ବୋଲି ଆଶା ରଖିଛନ୍ତି ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଲେ ଜିଲ୍ଲା ନୋଡ଼ାଲ ଅଧିକାରିଣୀ ଓ ଜିଲ୍ଲା ସଂଯୋଜିକା 

masiha

ପେଟ କାମ ଚଳା ଶାଳ ଦାନ୍ତ କାଠି

Sunil Chandra Nayak

ମହାବୀର ଶାନ୍ତି ସଂଗଠନର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!