ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

ନବରଙ୍ଗପୁର :(୧୧|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପୋଦ୍ୟୋଗୀ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲିମ ପୂର୍ବରୁ ନୂତନ ଉଦ୍ଯାଗୀ ଚୟନ ପ୍ରକ୍ରିୟାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ବରିଷ୍ଠ ଶିଳ୍ପ ଉନ୍ନୟନ ଅଧିକାରୀ ଶ୍ରୀ କେ. ବିକ୍ରମ ରାଜୁ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୩୦ ଜଣ ନୂତନ ଉଦ୍ୟୋଗୀମାନଙ୍କୁ ତାଲିମ୍ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ୨ ସପ୍ତାହ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ସମସ୍ତ ବ୍ଯାଙ୍କ, ବୀମା,ଆଥିକ ପରିଚାଳନା, ସଞ୍ଚୟ,ବ୍ୟବହାରିକ ସଞ୍ଚାଳନା ଶିକ୍ଷା ପ୍ରଦାନ କରାଯାଉଛି ।ଏହି ତାଲିମ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଅଗ୍ରଣୀ ବ୍ୟାଙ୍କ ମେନ୍ୟାଜର (LED) ଶ୍ରୀ ଗୋପାଳ କୃଷ୍ଣ ପଣ୍ଡା ତାଲିମ୍ ନେଉଥିବା ଯୁବ ଉଦ୍ୟୋଗୀ ମାନଙ୍କୁ ବ୍ୟାଙ୍କ ସେବାର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଜିଲ୍ଲା ଶିଳ୍ପ କେନ୍ଦ୍ରର ନବରଙ୍ଗପୁର ଶିଳ୍ପ ଉନ୍ନୟନ ଅଧିକାରୀ ସୁଶ୍ରୀ ସ୍ବାତୀ ମିଶ୍ର ଉପସ୍ଥିତ ହୋଇ ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଉଦ୍ୟୋଗୀ ମାନଙ୍କୁ ସହାୟତା ଓ ତାଙ୍କର ଉଦ୍ୟମ କୁ ସାକାର କରିବାର ମାଧ୍ୟମକୁ ପ୍ରାଞ୍ଜଳ ମାଧ୍ୟମରେ ବୁଝାଇଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲା ଓରମାସ୍ ଦ୍ବାରା ପରିଚାଳିତ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ତାଲିମ ନେଉଥିବା ନୂତନ ଉଦ୍ଯାଗୀ ପରିଭ୍ରମଣ ସମୟରେ ଓରମାସ୍ ମୁଖ୍ଯ ଶ୍ରୀ ଉମା ମହେଶ୍ବର ନୂତନ ଉଦ୍ଯାଗୀ ମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଅନ୍ତର୍ଗତ ବିଭିନ୍ନ ବ୍ଯବସାୟୀକ ଉତ୍ପାଦନ କେନ୍ଦ୍ରର ପ୍ରତିଷ୍ଠା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ତାହର ପ୍ରତିଷ୍ଠା ରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ ।ସେହି ସମୟରେ ନୂତନ କେନ୍ଦ୍ରର ପ୍ରତିଷ୍ଠାରେ ସହଯୋଗ ପ୍ରଦାନକାରୀ ଲକ୍ଷ୍ମୀ ନାରାୟଣ ବକ୍ସି ଓ କେନ୍ଦ୍ର ର ସୁପରଭାଇଜର ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ରର ବରିଷ୍ଠ ତାଲିମ୍ ଦାତା ଶ୍ରୀ ପ୍ରଦୀପ ପଟ୍ଟନାୟକ ଓ ଏମ୍.ଏସ୍.ଭି.ଓ ର ଶ୍ରୀମତୀ ମମତା ପାଢ଼ୀ,ଏମ. ଶ୍ରୀନିବାସ ରାଓ ପ୍ରମୁଖ ଦକ୍ଷତା ତାଲିମ୍ ପ୍ରଦାନରେ ବିଶେଷ ସହାୟତା କରିଥିଲେ।

ଏହି ତାଲିମ୍ କାର୍ଯ୍ୟକ୍ରମକୁ SIYB ର ତାଲିମପ୍ରାପ୍ତ ତାଲିମ୍ ଦାତା ଡ.ପୁର୍ଣ ଚନ୍ଦ୍ର ମହାପାତ୍ର ଙ୍କ ଦ୍ଵାରା ପରିଚାଳିତ ହେବା ସହ ଯୁବ ଉଦ୍ୟୋଗୀ ମାନଙ୍କୁ ସ୍ବରୋଜଗାର ଓ ଆତ୍ମନିର୍ଭରଶୀଳ ପାଇଁ ରାସ୍ତା ଦେଖେଇବାରେ ସହାୟତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଆଇ.ଏଲ.ଓ, ଏସ.ଆଇ.ୱାଇ.ବି,ଏବଂ ଆଇ.ଈ.ଡି.ଓ. ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜରାଶ୍ରମରେ ପୁସ୍ତକ ଉନ୍ମୋଚନ ଓ ରଜମଉଜ ନାଟକ ଘୋଷଣା

masiha

କଥାଦେଇ ଠକିଦେଲେ କୁଳପତି : ହଷ୍ଟେଲ ଫି ପୁଣି ଆଦାୟ କରିବ ବିଶ୍ବବିଦ୍ୟାଳୟ 

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!