ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟୟ ପ୍ରଶମନ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ କର୍ମଶାଳା 

ବିପର୍ଯ୍ୟୟ ପ୍ରଶମନ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ କର୍ମଶାଳା 

ନବରଙ୍ଗପୁର:(୧୧/୩/୨୫ )ଆଜି ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ, ଭୁବନେଶ୍ୱର ଏବଂ ଜିଲ୍ଲା ଵିପର୍ଯ୍ୟୟ ପରିଚାଳନା କତୃପକ୍ଷ ନବରଙ୍ଗପୁରଙ୍କ ମିଳିତ ସହଯୋଗ ରେ “ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ” (Mainstreaming Gender & Inclusion in Disaster Risk Reduction) ଶୀର୍ଷକ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଏବଂ ତପନ କୁମାର ଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଭୁବନେଶ୍ୱର ଓଏସଡିଏମଏ ର ମହା ପ୍ରବନ୍ଧକ ତାପସ କୁମାର ସେଠୀ ପ୍ରମୁଖ କର୍ମଶାଳା ସଂଚାଳନ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଉପବିଭାଗ ର ଡେପୁଟି କଲେକ୍ଟର ଶ୍ରୀମତୀ ଗୀତାଞ୍ଜଳି ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନା କରିଥିଲେ l ଏହାପରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଙ୍କ ମହା ପ୍ରବନ୍ଧକ ତାପସ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ କି ବିପର୍ଯ୍ୟୟ ପରିଚାଳନା ରେ ବିପଦ ହ୍ରାସ ନିମନ୍ତେ ପ୍ରଥମ କରି ନୂତନ ଚିନ୍ତାଧାରା (Concept)ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ କୁ ପରିଚାଳନା ପରିସରଭୁକ୍ତ କରାଯାଇଛି । ଏହି ଖସଡା ପ୍ରସ୍ତୁତିର ମୁଖ୍ୟ କାର୍ଯ୍ୟ ହେଉଛି ବିପର୍ଯୟର ପ୍ରଭାବ ଲିଙ୍ଗ ଭିତ୍ତିରେ ସମ୍ବେଦନଶୀଳ ବା ଦୁର୍ବଳ ବର୍ଗଙ୍କ ଉପରେ କେତେ ମାତ୍ରାରେ ରହୁଛି ଏବଂ ପ୍ରଭାବ ଅନୁସାରେ ସେମାନଙ୍କ ପାଇଁ ପରିଚାଳନା ରେ କିଛି ବ୍ୟବସ୍ଥା ରହିଛି କି ନାହିଁ।ଏଥିପାଇଁ ଗୋଟିଏ ଗ୍ରାମ ପଞ୍ଚାୟତ ରେ କେତେ ମହିଳା, କେତେ ଆସନ୍ନପ୍ରସବା ମହିଳା,କେତେ ତୃତୀୟ ଲିଙ୍ଗି,କେତେ ବୃଦ୍ଧ ବୃଦ୍ଧା, ବିଭିନ୍ନ ବୟସର ପୁତ୍ର କନ୍ୟା ସଂଖ୍ୟା, ଛାତ୍ର ଛାତ୍ରୀ ସଂଖ୍ୟା, ପୁରାତନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଇତ୍ୟାଦି ବିଭିନ୍ନ ତଥ୍ୟ କୁ ନେଇ ଏକ ତଥ୍ଯ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏହି ତଥ୍ୟ ଖସଡା କୁ ଆଧାର କରି ବିପର୍ଯୟ ପରିଚାଳନା ପାଇଁ ଭବିଷ୍ୟତର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ଏବଂ ଆଗାମୀ ସମୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ଆବଶ୍ୟକ ଅନୁଯାୟୀ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ରୁ ଆସିଥିବା ଲିଙ୍ଗ ବିଶେଷଜ୍ଞ ଆରଣ୍ୟକ ମିଶ୍ର, ପ୍ରକଳ୍ପ ସଂଯୋଜକ ସୁବୋଧ ନାୟକ ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତ ବିଷୟ ରେ ଦଳଗତ ଆଲୋଚନା କରିଥିଲେ।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ବିଭାଗ ର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ମଲୟ ତ୍ରିପାଠୀ, ଅତିରିକ୍ତ ବନ୍ୟ ସଂରକ୍ଷକ ସୁବାଷ ଚନ୍ଦ୍ର ଖୁଣ୍ଟିଆ, ଡେପୁଟି କଲେକ୍ଟର ଚୈନୂ ଗଣ୍ଡ, ସମୀର କୁମାର ପାତ୍ର, ଉପ ବିଭାଗୀୟ ଅଧିକାରୀ ଜରୁରୀ କାଳୀନ ତ୍ରିପତି ବାଲାଜୀ ସାହୁ, ଫକିର ଚରଣ ରାଉତ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ସ୍ଵେଚ୍ଛାସେବୀ ସଂଗଠନ ର ପ୍ରଭଞ୍ଜନ ମିଶ୍ର, ସୁବ୍ରତ ମିଶ୍ର, ଜିଲ୍ଲା ଅଗ୍ନିସମ ଅଧିକାରୀ ଦେବୀ ପ୍ରସାଦ ଦାସ, ଅତିରିକ୍ତ ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ଡଃ ପ୍ରଶାନ୍ତ କୁମାର ସାମଲ, ସହ ବିଭାଗୀୟ ପଦାଧିକାରୀ, ସ୍ୱାସ୍ଥ୍ୟ , ଶିକ୍ଷା, ବିଭାଗ ର କର୍ମଚାରୀ, ମିଶନ ଶକ୍ତିର ସଦସ୍ୟା ଉପସ୍ଥିତ ଥିବାବେଳେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟ ର ନୀଳକଣ୍ଠ ରାଜୁ, ଗଗନ ବିଶୋୟୀ, ମୋବିନା ସୁଲତାନ, ଅଭିନାଶ ପାତ୍ର, ରାମକୃଷ୍ଣ ପୂଜାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୨୦୨୬ ଉଦ୍ଯୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

Sunil Chandra Nayak

5T ସଚିବଙ୍କ ଜଟାଵାଲ ବିଦ୍ୟାଳୟକୁ ଗସ୍ତ

Sunil Chandra Nayak

ବସନ୍ତ ମଲ୍ଲିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!