ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଉପାନ୍ତ ବଡ଼ପହିଲପାର ଅଞ୍ଚଳର ଟିପିଗୁଡା ଠାରେ ନୂତନ ବ୍ଲକ ଗଠନ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଏକ ବିରାଟ ପଟୁଆଳ ରେ ବିଭିନ୍ନ ବର୍ଗର ଜନସାଧାରଣ ଉତ୍ସବ ପଡିଆରୁ ଉପ ଜିଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଆସି ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଧର୍ମଗଡ଼ ବ୍ଲକ ୧ ନମ୍ବର ଜୋନର ଟିପିଗୁଡା, ଡୁମେରଗୁଡା, କନାଗାଁ, କାଙ୍କେରୀ, ସନ୍ଧିକୁଲିଆରୀ ପଞ୍ଚାୟତ ସମେତ ଗୋଲାମୁଣ୍ଡା ବ୍ଲକର ହଳଦୀ ପଞ୍ଚାୟତକୁ ମିଶ୍ରଣ କରି କେନ୍ଦ୍ର ତଥା ବ୍ୟବସାୟିକ ପେଣ୍ଠ ସ୍ଥଳୀ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ଅଞ୍ଚଳ ବାସି ଙ୍କ ତରଫରୁ ଦାବୀ ହେଉଛି l ଟିପିଗୁଡା ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟିର ସଭାପତି ସନ୍ତୋଷ ନାଏକଙ୍କ ନେତୃତ୍ୱ ରେ ଏକ ରାଲି ଅନୁଷ୍ଠିତ ହୋଇଥିବାବେଳେ କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଠା ଅଶୋକ ପଟ୍ଟଯୋଶୀ, ଉପ ସଭାପତି ଡୁମେରଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେଶ ଭଏଁସାଲ, ଚୈତନ୍ୟ ନାଏକ , ସମ୍ପାଦକ ଟିକେରାମ ସାହୁ, ସହ ସମ୍ପାଦକ ମଙ୍ଗନିଆ ଦୁର୍ଗା, ଯୁଗ୍ମ ସମ୍ପାଦକ ଟିପିଗୁଡା ସରପଞ୍ଚ ତଥା ଧର୍ମଗଡ଼ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ସମିତି ସଭ୍ୟା ଲତିକା ବାଗ, ପୂର୍ବତନ ଟିପିଗୁଡା ସରପଞ୍ଚ ଗଜିନ୍ଦ୍ର ନାଏକ,ଉଗ୍ରେସନ ନାଏକ,ଟିପିଗୁଡା ଗୌନ୍ତିଆ ବନ୍ଦକୁମର ନାଏକ, ପଦୁଲୋଚନ ବୋଡେ଼କ, ସୁଭାଶିଷ ପଟ୍ଟନାୟକ, ତେଜନ ଦୁର୍ଗା, କୃଷ୍ଣଦାସ ନାଏକ, ଜୀବଶଙ୍କର ନାଏକ, ସରୋଜ ନାଏକ, ରାଜାରାମ ନାଏକ ସମେତ ଟିପିଗୁଡା ଅଞ୍ଚଳର ପ୍ରାୟ ହଜାରେ ଲୋକ ଧର୍ମଗଡ଼ ଉତ୍ସବ ପଡିଆରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରେଲି ମାଧ୍ୟମରେ ଆସିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

Sunil Chandra Nayak

ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଯୁବକ 

masiha

Leave a Comment

error: Content is protected !!