ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ମହୋତ୍ସବ ରେ ସାମିଲ ହେଲେ ପଞ୍ଚାୟତ ପ୍ରତିନିଧି

ଜୁନାଗଡ଼ ମହୋତ୍ସବ ରେ ସାମିଲ ହେଲେ ପଞ୍ଚାୟତ ପ୍ରତିନିଧି

ଜୁନାଗଡ଼,୩/୨(ମନିସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ଓ ଏନଏସି ନିର୍ବାଚିତ ପ୍ରତି ନିଧି ଯୋଗଦେଇ ସବୁପ୍ରକାର ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି। ଉତ୍ସଵ କମିଟିରର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହ ଅଧ୍ୟକ୍ଷ ଲଳିତ ଅଗ୍ରୱାଲ, ସମ୍ପାଦକ ହିମାଂଶୁ ଶେଖର ବରାଡ଼ , ଈଶ୍ୱର ପୁଝାରି, , ଉଦ୍ଧବ ଚରଣ ସାହୁ, ବିଘ୍ନରାଜ ବରାଡ଼, ମାନସ ସେଠି ପ୍ରମୁଖ ଉଦବୋଧନ ଦେଇଥିଲେ lଚଳିତ ବର୍ଷ ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ତିନି ଦିନ ଧରି ଏହି ଉତ୍ସଵ ପାଳନ ହେବ । 

 ବ୍ଲକ ଓ ଏନଏସି ର ଲୋକେ ଚଳିତ ବର୍ଷ ଉତ୍ସଵ ଦେଖିବାରୁ ନିରାଶ ହୋଇଥଲେ । ଜୁନାଗଡ଼ର ମାନ, ସ୍ୱାଭିମାନ ଓ ସର୍ବୋପରି ଜୁନାଗଡ଼ ର ଅଶ୍ମିତାକୁ ବଞ୍ଚାଇ ରଖିବା ପାଇଁ ଜୁନାଗଡ଼ବାସୀ ପକ୍ଷରୁ ଜୁନାଗଡ଼ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ଫେବୃଆରୀ ୧୪,୧୫ ଓ ୧୬ ତାରିଖରେ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ ପାଳନ ହେବ । ଏହି କାର୍ଯ୍ୟକ୍ରମରେ ଏନଏସି ଅଧକ୍ଷ୍ୟା ହିମାଦ୍ରୀ ନାଏକ, ଜିଲ୍ଲା ପରିଷଦ ସଭ୍ୟ।ସମୁକାରାଣୀ କୁମାର,ସରପଞ୍ଚ ସଂଘ ସଭାପତିତାରାପ୍ରସାଦ ରାୟଗୁରୁ ,ସୁନୀଲ ନାଇଡୁ, ବିକାଶ ପଣ୍ଡା, ବିଦ୍ୟାଧର ସାହୁ, ସ୍ୱୟଂଭୁ ପାଣିଗ୍ରାହୀ, ହିମାଦ୍ରୀ ନାଏକ, କୁନା ଦଣ୍ଡସେନା, ପ୍ରମୁଖ ସମେତ ଗଣମାଧ୍ୟମ ପ୍ରତିନିଧି ଓ ସହରବାସି ଉପସ୍ଥିତ ରହିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ କୁଜାଜାନିଗୁଡା ଆବାସିକ ବିଦ୍ୟାଳୟରେ ପାଣି ପାଇଁ ଛାତ୍ର ଛାତ୍ରୀ ହନ୍ତସନ୍ତ 

Sunil Chandra Nayak

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

masiha

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

masiha

Leave a Comment

error: Content is protected !!