ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିମାଦ୍ରୀଙ୍କୁ ମିଳିଲା ପତଞ୍ଜଳି ଯୋଗ ସମିତିର ସୋସିଆଲ ମିଡ଼ିଆ ପ୍ରଭାରୀ ଦାୟିତ୍ୱ

ହିମାଦ୍ରୀଙ୍କୁ ମିଳିଲା ପତଞ୍ଜଳି ଯୋଗ ସମିତିର ସୋସିଆଲ ମିଡ଼ିଆ ପ୍ରଭାରୀ ଦାୟିତ୍ୱ

କାମାକ୍ଷାନଗର(ମନିସ )21/11/24-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଯୁବ ଇଞ୍ଜିନିୟର ହିମାଦ୍ରୀ ଦାସଙ୍କୁ ମିଳିଲା ଢେଙ୍କାନାଳ ପତଞ୍ଜଳି ଯୋଗ ପୀଠ ର ସୋସିଆଲ ମିଡ଼ିଆ ପ୍ରଭାରୀ ଦାୟିତ୍ୱ। ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ରବି ନାରାୟଣ ସାହୁଙ୍କ ସୁପାରିଶ କ୍ରମେ ରାଜ୍ୟ ପତଞ୍ଜଳି ଯୋଗ ପୀଠ ର ମୁଖ୍ୟ ସୁଧାଂଶୁ ଅଧିକାରୀ, ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାର, ରାଜ୍ୟ ସୋସିଆଲ ମିଡ଼ିଆ ପ୍ରଭାରୀ କ୍ଷିତିଶ ପଟ୍ଟନାୟକ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି।ସମାଜରେ ଲୋକଙ୍କ ଜୀବନ ଶୈଳୀ, ଖାଦ୍ୟ, ପାନୀୟ ଓ ପରିବେଶର ପ୍ରଭାବ ଯୋଗୁଁ ରୋଗ ବ୍ୟାଧି ମହାମାରୀର ରୂପ ନେଇଛି। ଯାହାକୁ ପ୍ରତିହତ କରିବା ପାଇଁ ଯୋଗ ଗୁରୁ ରାମଦେବ ବାବାଙ୍କ ନେତୃତ୍ୱରେ ଦେଶ ବ୍ୟାପି ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଗାଁ ଗାଁକୁ ଯାଇ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଯାଇ ଯୋଗ ଶିବିର ମାଧ୍ୟମରେ ଲୋକଙ୍କୁ ନିରୋଗ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସଚେତନତା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏଥିସହିତ କାମାକ୍ଷାନଗର ଯୋଗ ପ୍ରଶିକ୍ଷଣ ଶିବିରରେ ହିମାଦ୍ରୀଙ୍କୁ ବିଧାୟକ ଶତୃଘ୍ନ ଜେନାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପୁରୀ ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡିଲା ଜାତୀୟ ପତାକା

Sunil Chandra Nayak

Leave a Comment

error: Content is protected !!