ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ଶାସ୍ତ୍ରୀନଗର କାଳୀପୂଜା ପଡିଆର ଉର୍ଣ୍ଣତିକରଣ ନିମନ୍ତେ କମିଟି ଅଣ୍ଟା ଭିଡ଼ିଲେ

ଯୋଡ଼ା ଶାସ୍ତ୍ରୀନଗର କାଳୀପୂଜା ପଡିଆର ଉର୍ଣ୍ଣତିକରଣ ନିମନ୍ତେ କମିଟି ଅଣ୍ଟା ଭିଡ଼ିଲେ

ଯୋଡ଼ା:-ରାଜ୍ୟର ଖଣିସହର ଯୋଡ଼ା ସହର ଖଣିଜ ପଦାର୍ଥ ପାଇଁ ଯେପରି ପ୍ରସିଦ୍ଧ ଲାଭ କରିଛି, ଠିକ ସେହିପରି ଅଞ୍ଚଳ ନିଜର ଦଶହରା ମେଢ଼,ଲକ୍ଷ୍ମୀପୂଜା ମେଢ଼, କାଳୀପୂଜା ମେଢ଼ ନିମନ୍ତେ ବେସ ପରିଚିତ ହାସଲ କରିଛି।ତେବେ ଏପରି ପକ୍ଷରେ ଦେଖିବାକୁ ଗଲେ, ଯୋଡ଼ା ସହରସ୍ଥିତ ଶାସ୍ତ୍ରୀନଗର ଖେଳପଡିଆ ଅଞ୍ଚଳର ଜଣାଶୁଣା ଖେଳ ପଡିଆ ମଧ୍ୟରୁ ଅନ୍ୟତମ ସ୍ଥାନ ପାଲଟିଥିବା ବେଳେ ଚଳିତ ବର୍ଷ ଏହି ଖେଳ’ପଡିଆରେ ପ୍ରଥମ କରି,ମା କାଳୀଙ୍କ ପୂଜା ହୋଇବା ସହ ମେଢ଼ ଦେଖିବାକୁ ମିଳେ ସ୍ଥାନୀୟ ଯୁବ କମିଟିଙ୍କ ଦ୍ୱାରା।ତେବେ ପ୍ରଥମ କରି ହୋଇଥିଲେ ମଧ୍ୟ ସ୍ଥାନୀୟ ଶାସ୍ତ୍ରୀନଗର ସାହି ବାସିନ୍ଦାଙ୍କ ବ୍ୟତୀତ ଆଖ’ପାଖ ଲୋକଙ୍କ ଏକ ଅଭୁତ ଜନସମାଗମ ଦେଖିବାକୁ ମିଳିବା ବ୍ୟତୀତ ପୂଜା ଅବସରରେ ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ପର୍ଯ୍ୟାପ୍ତ ବ୍ୟବସ୍ଥାରେ ନିଜକୁ ସାମିଲ କରିଥିବା ଯୁବକମିଟି ପ୍ରସଂଶାର ପାତ୍ର ସହରରେ ବନିଥିବାର ଜଣାପଡେ। ଆହୁରି ମଧ୍ୟ ପଡିଆ ନିକଟରେ ଥିବା ପ୍ରଭୁ ଶନିଦେବ ଏବଂ ତ୍ରିନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ଆଉ କେତେକ ବାକିଆ ଥିବା ଆଉ କେତେକ ନିହାତି ଆବଶ୍ୟକକୁ ତ୍ୱରାନ୍ୱିତ କରିବା ନିମନ୍ତେ ଯୁବ କମିଟି, ସାହିର ବୁଦ୍ଧିଜୀବି ତଥା ବରିଷ୍ଠ ନାଗରିକ ଅଣ୍ଟା ଭିଡ଼ିଥିବା ଜାଣିବାକୁ ମିଳେ।ତେବେ ଦେଖାଯାଉ, ଅଞ୍ଚଳରେ ବର୍ଷ’ବର୍ଷ ଧରି ଖଣି କାର୍ଯ୍ୟ କରୁଥିବା ଟାଟା କମ୍ପାନୀ ଏବଂ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାଙ୍କ ଆନ୍ତରିକତାର ସାହାଯ୍ୟ ଯୋଡ଼ା ସହରର ଶାସ୍ତ୍ରୀନଗର ଖେଳପଡିଆ(କାଳୀପୂଜା) ଏବଂ ତ୍ରିନାଥ ଦେବ ମନ୍ଦିର ସର୍ବାଙ୍ଗୀନ ଉର୍ଣ୍ଣତିରେ କମିଟିଙ୍କ ସହ କିପରି ସାହାଯ୍ୟର ହାତ ମିଳାଉଛନ୍ତି ଦେଖିବାକୁ ରହିଲା।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୨ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ

masiha

ନବରଙ୍ଗପୁର ଜିଲ୍ଲା ପୁଷ ପୁନି କମିଟି ତରଫରୁ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଓ ଲୋଗୋ ଉନ୍ମୋଚନ 

masiha

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶ୍ରଦ୍ଧାଞ୍ଜଳି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!