ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘ ପକ୍ଷରୁ ନୀଳକଣ୍ଠ ଦାସ ଜୟନ୍ତୀ ଓ ପୁସ୍ତକ ଲୋକାର୍ପଣ ଉତ୍ସବ

ପ୍ରଗତି ଉତ୍କଳ ସଂଘ ପକ୍ଷରୁ ନୀଳକଣ୍ଠ ଦାସ ଜୟନ୍ତୀ ଓ ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ମଧୁମଣ୍ଡପ ଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଓ ତାଙ୍କର ପ୍ରତିମା ଅନାବରଣ ତଥା ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ରାଧାମୋହନ ନାୟକଙ୍କ ଆବାହକତ୍ୱ ତଥା ଡ ନଗେନ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟି ର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟଅତିଥି , ବିଷୟ ବିଶେଷଜ୍ଞ ଭାବେ ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ କାହ୍ନୁଚରଣ ପାଢୀ ଓ ସମ୍ମାନିତ ବକ୍ତା ଭାବେ ସଂଘର ଉପସଭାପତି ଡ ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ପଣ୍ଡିତଙ୍କ ଜୀବନାଦର୍ଶ, କୃତି ଓ ସେ କିପରି ସ୍ୱାଭିମାନୀ ବ୍ୟକ୍ତିତ୍ଵ ଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ପ୍ରଫେସର ରଥ ତାଙ୍କ ବକ୍ତବ୍ୟରେ ପଦ୍ମଭୂଷଣ ପଣ୍ଡିତ ଦାସଙ୍କ ଓଡ଼ିଆକୁ ସ୍ବତନ୍ତ୍ର ଭାଷା ମର୍ଯ୍ୟାଦା ଦେବା ପାଇଁ ତାଙ୍କର ଅବଦାନ ତଥା ପ୍ରତ୍ୟେକ ପ୍ରବାଦ ପୁରୁଷଙ୍କ ଠାରୁ ଆମେ କିଛି ଶିଖିବାର ଅଛି ବୋଲି ମତ ରଖିଥିଲେ। ବିଷୟ ବିଶେଷଜ୍ଞ ଡ ପାଢ଼ୀ ତାଙ୍କ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତିରେ ଆମ ଉତ୍କଳୀୟତା ପୂର୍ବ ପୁରୁଷ କେବେ ଆଶା କରିନଥିବେ କାରଣ ଆମ ଭିତରେ ସ୍ବାଭିମାନ କ୍ଷୀଣ ହେବାରେ ଲାଗିଛି। ପଣ୍ଡିତ ସର୍ବଭାରତୀୟ ସ୍ତରରେ ଓଡ଼ିଆ କୁ ନ୍ୟୁନ କଲେନାହିଁ ବୋଲି ତାଙ୍କୁ ଦିଲ୍ଲୀରେ ସ୍ଥାନ ମିଳିଲା ନାହିଁ। ଏହା ସହ ସେ ସତ୍ୟବାଦୀର ଧାରା, ସାହିତ୍ୟ ସଂସ୍କୃତିର ଆଲୋଚନାରେ ଓଡ଼ିଆ ର ବୈଶିଷ୍ଟ୍ୟ ରହିବା,ଆମ ରାଷ୍ଟ୍ରୀୟ ଚେତନା କିପରି ସାଂସ୍କୃତିକବାଦ, ସର୍ବଭାରତୀୟ ନାମରେ ଆମକୁ କିପରି ତଳିତଳାନ୍ତ କରାଯାଉଛି ତଥା ପଣ୍ଡିତ ଙ୍କ ମୂଳଲକ୍ଷ୍ୟ ଓ ଓଡ଼ିଆ ଲୋକ ସଚେତନ ହେଲେ ଓଡ଼ିଆତ୍ୱ ବଢିବ ବୋଲି ମତ ରଖିଥିଲେ। ସମ୍ମାନିତ ବକ୍ତା ଡ ମଲ୍ଲିକ ନୀଳକଣ୍ଠଙ୍କ ସତ୍ୟବାଦୀ ବନବିଦ୍ୟାଳୟ ପରବର୍ତ୍ତୀ ସମୟରେ ସମାଜ ସଂସ୍କାର ଓ ରାଜନୈତିକ କାର୍ଯ୍ୟକଳାପ ର ପ୍ରାଣକେନ୍ଦ୍ର ପାଲଟିଥିଲା ତଥା ତାଙ୍କ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସଂଘ ତରଫରୁ ଅତିଥି ମାନଙ୍କ ଦ୍ଵାରା ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମା ଅନାବରଣ ଓ ନଗେନ କୁମାର ଦାସଙ୍କ ସମ୍ପାଦିତ ପଣ୍ଡିତ ନୀଳକଣ୍ଠ ଦୃଷ୍ଟି ଓ ଦିଗନ୍ତ ପୁସ୍ତକ କୁ ଲୋକାର୍ପଣ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଶ୍ରୀ ସ୍ବାଇଁ ସଭାପତିତ୍ବ ତଥା ସ୍ବାଗତ ଭାଷଣ ଓ ସମ୍ପାଦକ ଶ୍ରୀ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଅନ୍ୟତମ ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ୨୦୩୬ ସୁଦ୍ଧା ସଂଘ ପକ୍ଷରୁ କିଛି ଉପାଦେୟ ପୁସ୍ତକ ପ୍ରକାଶ କରିବା ପାଇଁ ପରିକଳ୍ପନା ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସଭାପତି ଭାରତ ଭୂଷଣ ମହାନ୍ତି, ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ପ୍ରସନ୍ନ ମହାନ୍ତି, ଘନଶ୍ୟାମ ଧଳ, ଚିତ୍ତରଞ୍ଜନ ମିଶ୍ର, ରଶ୍ମି ସାହୁ, ବିଜୟିନୀ ଜେନା, ସ୍ମିତା ମିଶ୍ର, ପରିକ୍ଷିତ ଗୁରୁ,ବରୁଣ ନାହାକ, ଅର୍ଚ୍ଚନା ପାତ୍ର, ଚାରୁଲତା ପ୍ରଧାନ, ନାରାୟଣ ମହନ୍ତ,ଆଲୋକ ବୋଷ, ଅକ୍ଷୟ ସାମଲ, ପ୍ରଦୀପ ପଟ୍ଟନାୟକ ପ୍ରମୁଖଙ୍କ ସହ ଶତାଧିକ ସାହିତ୍ୟିକ,କବି ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧- ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ , ୨-ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ, ୩- କବାଟ ତାଡି ତିନୋଟି ଦୋକାନ ରୁ ଲୁଟ , ୪- ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବିଜୁଜନତାଦଳ’ର ସଂଗଠନିକ ବୈଠକ, ୫- ଭାପୁର ବାରି ପୋଖରୀରେ ବୁଡି ଯୁବକ ମୃତ ,୬-ଡବଲ ଇଞ୍ଜିନ ସରକାରରେ ଡାକ୍ତର ମରୁଡ଼ି, ରୋଗୀ ହନ୍ତସନ୍ତ 

Sunil Chandra Nayak

ଘର ପୋଡି ସୁବୁକିଛି ପାଉଁଶ ହୋଇଯାଇଛି

Sunil Chandra Nayak

ନୃତ୍ୟ,ସଙ୍ଗୀତ,ବାଦ୍ୟ ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ ଏକାଡେ଼ମୀ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅନୁଷ୍ଟିତ 

masiha

Leave a Comment

error: Content is protected !!