ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଜଣା ଅଜଣା…. ଭାରତର ସବୁଠାରୁ ସ୍ଲୋ ଚାଲୁଥିବା ନୀଳଗିରି ମାଉଣ୍ଟେନ୍ ଟ୍ରେନ , ଘଣ୍ଟାକୁ ମାତ୍ର ୯ କିଲୋମିଟର ହିଁ ଯାଇଥାଏ ଏହି ଟ୍ରେନ

ଭାରତରେ ଅନେକ ରେଲେଓ୍ଵ ପ୍ରୋଜେକ୍ଟ ରହିଛି, ଯାହା ନିଜର ସ୍ପିଡ୍‌କୁ ଆହୁରି ଦୃତ କରିବାକୁ କାମ ଚଳାଇଛି। ଆଉ ଏଥିପାଇଁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ଲଞ୍ଚ୍‌ ହୋଇସାରିଛି ଏବଂ ବୁଲେଟ ଟ୍ରେନ ଉପରେ ମଧ୍ୟ କାମ କରାଯାଉଛି। ତେବେ ଏହାରି ଭିତରେ ଏକ ଏମିତି ଟ୍ରେନ୍‌ ବି ରହିଛି ଯାହା ବହୁତ ସ୍ଲୋ। ତାମିଲନାଡୁରେ ଏକ ଟ୍ରେନ ବହୁତ ସ୍ଲୋ ଚାଲିଥାଏ ଏବଂ ଅଧିକ ଦୂରତା ବି ଯାଇନଥାଏ କିନ୍ତୁ ସମୟ ବହୁତ ଅଧିକ ନେଇଥାଏ।

ମେଟ୍ଟୁପଲୟମର ଉଟି ନୀଳଗିରି ପାସେଞ୍ଜର ଟ୍ରେନ୍‌ ଭାରତର ସବୁଠାରୁ ଧିମା ଟ୍ରେନ ଅଟେ। ଯାହା ୧୦ କିମି ପ୍ରତି ଘଣ୍ଟା ଗତିରେ ଚାଲିଥାଏ। ଏହା ଭାରତର ସବୁଠାରୁ ଦୃତ ଗତିରେ ଚାଲୁଥିବା ଟ୍ରେନ ତୁଳନାରେ ପ୍ରାୟ ୧୬ ଗୁଣା ଧୀମା ଅଟେ। ମେଟ୍ଟୁପଲୟମ ଉଟୀ ନିଳଗିରି ପାସେଞ୍ଜର ଟ୍ରେନ ପାଖାପାଖି ପାଞ୍ଚ ଘଣ୍ଟାରେ ୪୬ କିମି ଦୂରତା ଅତିକ୍ରମ କରିଥାଏ। ସେହିପରି ଏହାର ଧୀମା ଗତି ପଛରେ କାରଣ ହେଉଛି ଏହା ପାହାଡୀ କ୍ଷେତ୍ରରେ ଚାଲିଥାଏ। ୟୁନେସ୍କୋର ଓ୍ଵବସାଇଟ ଅନୁଯାୟୀ ନୀଳଗିରି ମାଉଣ୍ଟେନ ରେଲେଓ୍ଵର ନିର୍ମାଣ ପ୍ରଥମ ଥର ୧୮୫୪ରେ ପ୍ରସ୍ତାବିତ କରାଯାଇଥିଲା। କିନ୍ତୁ ପାହାଡୀ ସ୍ଥାନରେ ଯାତାୟତ କଷ୍ଟସାଧ୍ୟ କାରଣରୁ ୧୮୯୧ରେ ଏହା ଆରମ୍ଭ ହେଲା ଏବଂ ୧୯୦୮ରେ ସମ୍ପୂର୍ଣ୍ଣ ହେଲା। ୟୁନେସ୍କୋ ଏହା ମଧ୍ୟ କହିଛି ଯେ ରେଲେଓ୍ଵ ୩୨୬ ମିଟରରୁ ୨୨୦୩ ମିଟରର ଉଚ୍ଚତା ପର୍ଯ୍ୟନ୍ତ ପହଁଚିଥାଏ। ଯାହା ସେହି ସମୟର ନୂତନ ଟେକନିକ ଭାବେ ବେଶ୍‌ ପ୍ରତିନିଧିତ୍ୱ କରୁଥିଲା। ଆଇଆରସିଟିସି ମୁତାବକ ଏହି ଟ୍ରେନକୁ ନିଜର ୪୬ କିଲୋମିଟର ଯାତ୍ରା ସମୟରେ ଅନେକ ସୁରଙ୍ଗ ଏବଂ ୧୦୦ରୁ ଅଧିକ ପୋଲକୁ ଅତିକ୍ରମ କରିଥାଏ। ପଥୁରିଆ ଅଞ୍ଚଳ, ଚା ବଗିଚା ଏବଂ ଘଞ୍ଚ୍‌ ଜଙ୍ଗଲରେ ଭରପୂର ଥିବା ପାହାଡିଆ ଅଞ୍ଚଳ ଦେଇ ଟ୍ରେନ୍‌ ଯାତ୍ରା କରିବାର ମଜା କିଛି ଅଲଗା ପ୍ରକାର ଥାଏ। ସବୁଠାରୁ ବଢ଼ିଆ ଦୃଶ୍ୟ ହେଉଛି ମେଟ୍ଟୁପଲୟମରୁ କୁନ୍ନୁର ପର୍ଯ୍ୟନ୍ତ। ନୀଳଗିରି ମାଉଣ୍ଟେନ ରେଲେଓ୍ଵ ମେଟ୍ଟୁପଲୟମରୁ ଉଟି ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିଥାଏ। ଏହି ଟ୍ରେନ୍‌ ମେଟ୍ଟୁପଲୟମରୁ ସକାଳ ୭.୧୦ଟାରେ ଛାଡିଥାଏ ଏବଂ ଦ୍ୱିପହର ୧୨ଟାରେ ଉଟୀ ପହଁଚିଥାଏ। ଆଇଆରସିଟିସି କହିଛି ଯେ ରିଟର୍ଣ୍ଣ ଟ୍ରାଭେଲ ବେଳେ ଟ୍ରେନ୍‌ ଅପରାହ୍ନ ୨ଟାରେ ଉଟୀରୁ ଆରମ୍ଭ ହୋଇଥାଏ ଏବଂ ସନ୍ଧ୍ୟା ୫.୩୫ରେ ମେଟ୍ଟୁପଲୟମ ପହଁଚିଥାଏ। ଏହି ରାସ୍ତାର ମୁଖ୍ୟ ଷ୍ଟେସନ କୁନ୍ନୁର, ବେଲିଙ୍ଗଟନ, ଅରୁଭାଂକଟ୍ଟୁ, କେଟ୍ଟୀ ଏବଂ ଲଭଡେଲ। ଟ୍ରେନରେ ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ ଉଭୟ ସିଟ୍‌ ରହିଛି।ଏହି ଟ୍ରେନରେ ପ୍ରାୟତଃ ପର୍ଯ୍ୟଟକମାନେ ଯାତ୍ରା କରିଥାନ୍ତି | 

ପାସେଞ୍ଜର ଟ୍ରେନଠାରୁ ବି କମ ବେଗରେ ଯାଉଥିବା ଏହି ଟ୍ରେନର ନାମ ହେଉଛି ନୀଳଗିରି ମାଉଣ୍ଟେନ୍ ଟ୍ରେନ | ଏହି ଟ୍ରେନ୍ ନୀଳଗିରି ପର୍ବତ ଦେଇ ଯାଉଥିବାବେଳେ ବ୍ରିଟିଶମାନେ ଏହାକୁ ଆରମ୍ଭ କରିଥିଲେ | ନୀଳଗିରି ମାଉଣ୍ଟେନ୍ ରେଲୱେ ହେଉଛି ଭାରତର ସବୁଠାରୁ ଧୀର ଟ୍ରେନ୍ | ଘଣ୍ଟାକୁ ୯ କିଲୋମିଟର ବେଗରେ ଯାତ୍ରା କରୁଥିବା ଏହି ଟ୍ରେନ୍ ପାଞ୍ଚ ଘଣ୍ଟା ମଧ୍ୟରେ ୪୬ କିଲୋମିଟର ଦୂରତା ଅତିକ୍ରମ କରେ | ଏହା ଭାରତର ଦ୍ରୁତତମ ଟ୍ରେନ୍ ଠାରୁ ପ୍ରାୟ ୧୬ ଗୁଣ ଧୀର ହୋଇଥିବାବେଳେ ଏହା ମେଟ୍ଟୁପାଲାୟମରୁ ଉଟି ପର୍ଯ୍ୟନ୍ତ ଚାଲିଥାଏ |

ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇଥାନ୍ତି | କାରଣ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଘଂଚ ଜଙ୍ଗଲ, ଜଳପ୍ରପାତ ସହ ଅନ୍ୟାନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପାଇଥାନ୍ତି | କୁହାଯାଏ ଯେ ବ୍ରିଟିଶମାନେ ଗରମରୁ ମୁକ୍ତି ପାଇବାକୁ ହିଲଷ୍ଟେସନକୁ ଯିବାକୁ ଏହି ଟ୍ରେନର ଚଳାଚଳ ଆରମ୍ଭ କରିଥିଲେ | ନୀଳଗିରି ମାଉଣ୍ଟେନ୍ ରେଳ ଟ୍ରେନ୍ ସକାଳ ୭.୧୦ରେ ମେଟ୍ଟୁପାଲାୟମରୁ ବାହାରି ଛାଡି ମଧ୍ୟାହ୍ନ ୧୨ଟାରେ ଉଟିରେ ପହଞ୍ଚିଥାଏ | ସେହିପରି ଟ୍ରେନଟି ଉଟିରୁ ୨ଟାରେ ଛାଡି ଅପରାହ୍ନ ୫ଟା ୩୫ରେ ମେଟ୍ଟୁପାଲାୟମରେ ପହଞ୍ଚିଥାଏ | ଏହାର ମାର୍ଗରେ ଥିବା ମୁଖ୍ୟ ଷ୍ଟେସନଗୁଡ଼ିକ ହେଉଛି କୁନୁର, ୱେଲିଙ୍ଗଟନ୍, ଅରବାଙ୍କଡୁ, କେଟି ଏବଂ ଲଭଡେଲ୍।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା……

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ଦଶମ ଦିନ ମହୁମାଛି ର ଆବିଷ୍କାର ବିଭ୍ରାଟ ଓ ତିତିଲି ଫାଉଣ୍ଡେସନ ର ଡବା ନାଟକ ମଞ୍ଚସ୍ଥ …..

masiha

ଶାୟରୀ ଶାୟରୀ ଚଳଚ୍ଚିତ୍ରର ମୁକ୍ତିଲାଭ ଆସନ୍ତା ଏପ୍ରିଲ୍ ୧୪ରେ

Sunil Chandra Nayak

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!