ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ର ବୃହତ୍ ସଫଳତା

ଭୁବନେଶ୍ୱର , ୧୩/୦୬ : ଏଫ୍ଏମ୍‌ଡି ଫିଲ୍ମ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ ବର୍ତ୍ତମାନ ୫୦ରୁ ଅଧ‌ିକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ସମ୍ମାନର ଅଧିକାରୀ ହୋଇଛି। ୧୭ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ୫୦ରୁ ଅଧିକ ପୁରସ୍କାରର ଅଧିକାରୀ ଭାବେ ମନୋନୀତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ । ଏହି ଚଳଚ୍ଚିତ୍ରରେ ଓଲିଉଡ୍‌ର ଆକ୍ସନ ଷ୍ଟାର ଚନ୍ଦନ କର ମୁଖ୍ୟ ଭୂମିକାରେ ଥ‌ିବା ବେଳେ ତାଙ୍କ ସହ ଅଭିନୟ କରିଥିଲେ ନବାଗତା ନାୟିକା ନିବେଦିତା ରାଉତ। ଏହାର କାହାଣୀ ରଚନା କରିଥିଲେ ଜଣାଶୁଣା ଲେଖକ ଏବଂ କବି ଶକ୍ତି ମହାନ୍ତି । ଏହାର ଚିତ୍ରନାଟ୍ୟ ଏବଂ ସଂଳାପ ପ୍ରସ୍ତୁତ କରିଥିଲେ ଓଲିଉଡ୍‌ର ଯୁବ ନିର୍ଦ୍ଦେଶକ ରାକେଶ ସାମଲ । ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବରେ ସାଇ ପ୍ରସାଦ । ଆଗକୁ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ମଧ୍ଯ ଆସିବାକୁ ଯାଉଛି।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

“ଆଜିର ରେବତୀ”ର ଅଡିଓ ରିଲିଜ୍,  ଏପ୍ରିଲ ୧୧ ରେ ଶୁଭମୁକ୍ତି 

masiha

ସମ୍ପର୍କ ,ରାଉରକେଲାର ନାଟକ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ମଞ୍ଚସ୍ଥ

Sunil Chandra Nayak

Leave a Comment

error: Content is protected !!