ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

ଭୁବନେଶ୍ଵର, ତା ୫/୨/୨୦୨୪ : ସାମାଜିକ ଅନୁଷ୍ଠାନ ‘ ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ’ ତରଫରୁ ଜାରି ରହିଥ‌ିବା ମଦଦ୍ ଅଭିଯାନରେ ସାମିଲ୍ ହୋଇଛନ୍ତି ଜଣାଶୁଣା ଅଭିନେତା ତଥା ସମାଜସେବୀ ଓ କର ଫାଉଣ୍ଡେସନ୍‌ର ଅଧ୍ଯକ୍ଷ ଚନ୍ଦନ କର । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ଏହି ସମାଜରେ ଜଣେ ଅନ୍ୟ ଜଣର ସୁଖ ଦୁଃଖର ସାଥୀ ହୋଇ ସୁସ୍ଥ ସମାଜ ଗଠନ କରିବା ନିହାତି ଆବଶ୍ୟକ । ସମଜାସେବାକୁ ନିଜର କର୍ତ୍ତବ୍ୟ ଭାବି ଆତ୍ମତୃପ୍ତି ଲାଭ କରିବା କଥା । ବିଭିନ୍ନ ପୂଜାମଣ୍ଡପ ସଜାଇବା ପାଇଁ ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ କୋଟି କୋଟି ଟଙ୍କା ଆଦାୟ ହୋଇପାରୁଥିଲେ ହେଁ ଜଣେ ଗରିବ ଲୋକଟି ମେଡିକାଲ୍‌ରେ ପଡ଼ିଥିଲେ ଚିକିତ୍ସା ପାଇଁ କିଛି ହଜାର ଆଦାୟ କରିବା କଷ୍ଟସାଧ୍ୟ । ତେଣୁ ଲୋକମାନଙ୍କ ମଧ୍ୟରେ ସମାଜସେବାର ଚେତନା ସୃଷ୍ଟି କରିବା ପାଇଁ ‘ମଦଦ୍’ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ଆଜି ସାମିଲ୍ ହୋଇ ଶ୍ରୀଯୁକ୍ତ କର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନ ତରଫରୁ ଭୁବନେଶ୍ଵରର ବିଭିନ୍ନ ବସ୍ତିମାନଙ୍କରେ ଶିକ୍ଷାଦାନ କାର୍ଯ୍ୟକ୍ରମ ‘ଆସ ପଢିବା ସମାଜ ଗଢ଼ିବା’ କାର୍ଯ୍ୟକ୍ରମକୁ ଆଗକୁ ନେବାପାଇଁ ଆର୍ଥିକ ସାହାଯ୍ୟ ଅନୁଷ୍ଠାନର କୋଷାଧ୍ଯକ୍ଷ ମିର୍ ମେହେଫୁଜ୍ ଅଲ୍ଲୀଙ୍କୁ ପ୍ରଦାନ କରି ଏହି ଅଭିଯାନରେ ସାମିଲ ହେଲେ । ଏଠାରେ ପ୍ରକାଶଥାଉକି, ଅଭିନେତା ଚନ୍ଦନ କର ପେଶାରେ ଜଣେ ସଫ୍ଟୱେର ଇଂଜିନିୟର ହେଲେ ମଧ୍ୟ ନିଶା ସମାଜସେବା । ‘କର ଫାଉଣ୍ଡେସନ୍’ ନାମକ ଏକ ସଂଗଠନ କରି ଅସହାୟ, ଗରିବ ପିଲାମାନଙ୍କ ଶିକ୍ଷା, ସ୍ଵାସ୍ଥ୍ୟ ପ୍ରଭୃତିରେ ସାହାଯ୍ୟ କରିଥାଆନ୍ତି । ତତ୍‌ସହ ବୁଡ଼ିଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ନୂଆ ଧାରାକୁ ଆଣିବା ପାଇଁ ଭାରତରବର୍ଷର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ଜୀବନ କାହାଣୀ ଉପରେ ମହର୍ଷି ନାମକ ଏକ ଚଳଚ୍ଚିତ୍ର କରି ଲୋକମାନଙ୍କ ମନରେ ଆଦୃତି ଲାଭ କରିଛନ୍ତି ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

Sunil Chandra Nayak

ଢେ଼ଙ୍କାନାଳ ମାଟି ଓ ଜାତି ର ଆଭା ବଖାଣିଲା ‘ସମର ତରଙ୍ଗ’ ଗୀତିନାଟ୍ୟ

Sunil Chandra Nayak

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!