ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଘର ଯୋଜନା ସଫଳ ରୂପାୟନ ପାଇଁ ବୈଠକ ହେଲେ ଦ୍ବନ୍ଦ୍ୱ କିଏ ମୋ ଘର ଆବେଦନ ପାଇଁ ଯୋଗ୍ୟ   

ତେନ୍ତୁଳିଖୁଣ୍ଟି ୨୩/୦୬/୨୩ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ଯୋଗ୍ୟତା ତାଲିକା ପ୍ରକାଶ ପାଇ ବର୍ଷେ ବିତିବାକୁ ବସିଲାଣି ଅଥଚ କାର୍ଯ୍ୟଦେଶ ମିଳି ପାରୁନି । ଥରକୁ ଥର ନୂଆ ନୂଆ ତାରିଖ ନିର୍ଦ୍ଧାରିତ କରୁଛି ପ୍ରଶାସନ । କେତେବେଳେ ହିତାଧିକାରୀ ଙ୍କ କୌଣସି ଏକ ଡକୁମେଣ୍ଟ ନାହିଁ ଆଣି ଦେବାକୁ ନିର୍ଦେଶ ଆସୁଛି ତ କେତେବେଳେ ଘର ଡିହ ପଟ୍ଟା ନଥିଲେ ତମ ନାମ କାଟିଦିଆଯିବ ଏଣୁ ତୁରନ୍ତ ଯେଉଁଠି ଘର କରିବ ତାର ପଟ୍ଟା ଓ ସ୍କେଚ ମ୍ୟାପ ମଗା ଯାଉଛି। ବହୁ ଯୋଗ୍ୟ ହିତାଧିକାରୀ ଙ୍କ ନିଜସ୍ୱ ଘର ଡିହ ନଥିବା ଯୋଗୁଁ ସେମାନେ ଦ୍ବନ୍ଦ୍ୱ ରେ । ଆଗରୁ ଘର ଡିହ ବାଧ୍ୟତା ନଥିଲା ଏବେ ଆମ ବେଳକୁ କାହିଁକି ବୋଲି ପ୍ରଶ୍ନ ରେ ନିଜେ ଘାଇଲା। ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ତାଲିକା ରେ ବହୁ ଯୋଗ୍ୟ ହିତାଧିକାରୀ ଙ୍କ ନାମ ନଥିଲା ତ କିଛି ବ୍ୟକ୍ତି ଙ୍କ ନିଜସ୍ୱ ଗୃହ ନଥିବାରୁ ଭଡା ଘରେ ରହୁଥିବା ହେଉ ଜିଓ ଟେକ ବେଳେ ନାମ ବାଦ ପଡିଗଲା। ଏଭଳି ବହୁ ବାସଗୃହ ହୀନ ଯୋଗ୍ୟ ହିତାଧିକାରୀ ଙ୍କ ଆଶା ଥିଲା ମୋ ଘର ଯୋଜନାରେ ଅନ୍ତତଃ ଋଣ ପାଇବେ ତଦ୍ୱାରା ନିଜ ଘରଟିଏ କରିବେ । କିନ୍ତୁ ତେନ୍ତୁଳିଖୁଣ୍ଟି ବ୍ଲକ ରେ ମୋ ଘର ପାଇଁ କିଏ ଆବେଦନ କରି ପାରିବ ମାପ ଦଣ୍ଡ କଣ କଣ ସବୁ ତଥ୍ୟ ରେଜିଷ୍ଟ୍ରେସନ ବେଳେ ଆବଶ୍ୟକ ସେ ସମ୍ପର୍କିତ କୌଣସି ବୈଠକ ଏଯାବତ ହୋଇନି। ଦ୍ବନ୍ଦ୍ୱ ରେ ହିତାଧିକାରୀ ,କୌଣସି ଯୋଜନାରେ ଋଣ ନେଇ ପରିବାର ର କେହି ଡିଫଲଟର ଥିଲେ ସିିବିଲ ଖରାପ ଥିଲେ ମୋ ଘର ଯୋଜନା ରେ ଋଣ ମିଳି ପାରିବକି ନା ନାହିଁ ? ସେପଟେ ବଳରାମ ଯୋଜନା ରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଥିବା ତିନୋଟି ଷ୍ଟେଟବ୍ୟାଙ୍କ ଗତ ଆର୍ଥିକ ବର୍ଷରେ ଋଣ ଦେବାକୁ ମନା କରିଥିବା ତଥ୍ୟ ରହିଛି।   

 ନାନା ପ୍ରଶ୍ନ ଯୋଗ୍ୟ ହିତାଧିକାରୀ ଙ୍କ ମଧ୍ୟରେ ଥିବା ବେଳେ ବ୍ଲକ ରେ 2019 ଅଗଷ୍ଟ ପରଠାରୁ ଜଣେ ବି ହିତାଧିକାରୀ କୌଣସି ଆବାସ ଯୋଜନାରେ କାର୍ଯ୍ୟଦେଶ ପାଇ ନଥିବା ବେଳେ ଆଜି ମୋ ଘର ଯୋଜନା ସଫଳ ରୂପାୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଆଜି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ” ମୋ ଘର” ଯୋଜନା ର ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ମାନ୍ୟବର ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମହୋଦୟ ମୂଖ୍ୟ ଅତିଥି ଭାବେ ଯୋଗଦେଇ ,ମୋ ଘର ଯୋଜନା ର କିଭଳି ସଫଳ ରୂପାୟନ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତେନ୍ତୁଳିଖୁଣ୍ଟି ବ୍ଳକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ , ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ , ତେନ୍ତୁଳିଖୁଣ୍ଟି ଜିଲ୍ଲା ପରିଷଦ ସଭ୍ୟା ଜୋନ୍ ୧ କୃଷ୍ଣ ମଞ୍ଜରୀ ବିଶୋଇ , ୨ ଜିଲ୍ଲାପରିଷଦ ସଭ୍ୟ ୨ ରତିକାନ୍ତ ପଣ୍ଡା , ତେନ୍ତୁଳିଖୁଣ୍ଟି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ , ତେନ୍ତୁଳିଖୁଣ୍ଟି ବ୍ଲକ AEE ,BPC,BPA ଓ ତେନ୍ତୁଳିଖୁଣ୍ଟି ବ୍ଲକ ର ଅନେକ ସରପଞ୍ଚ, ସମିତିସଭ୍ୟ, ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ସରକାରୀ କାର୍ଯ୍ୟକ୍ରମ ବୋଲି କାହାରିକୁ ଭିତରକୁ ଛଡ଼ାଯାଇନଥିଲା। ଅନେକ ପ୍ରଶ୍ନ ମଧ୍ୟରେ ସଫଳତା ସହ ମୋ ଘର ଯୋଜନା ରୂପାୟନ ପାଇଁ ସମ୍ପନ୍ନ ହୋଇଯାଇଛି ବୈଠକ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

୪ଦିନ ଧରି ଚାଳିବ କୁରୁଣ୍ଟା ଦୋଳ ମହୋତ୍ସବ

masiha

World Environment Day Celebrated at JK Paper Mill in Rayagada

masiha

Leave a Comment

error: Content is protected !!