ଜାତୀୟ ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ୟଙ୍ଗ ଇଣ୍ଡିଆ କା ବୋଲ- 3 ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ସମସ୍ତ ରାଜ୍ୟରୁ ଯୁବକ ମାନେ ଆସି ଦେଶରେ ହେଉଥିବା ସମସ୍ୟା ଉପରେ ବକୃତା ଦେଇଥାନ୍ତି l ଓଡିଶାର କଳାହାଣ୍ଡି ଜିଲ୍ଲାରୁ ଯାଇ ମହମ୍ମଦ ସାହେବ ସମ୍ମାନିତ ହୋଇଛନ୍ତି l ସେ ଜଣେ ସରଳ ଓ ନିଷ୍ଠାପର ବ୍ୟକ୍ତିତ୍ୱ ଅହରହ ସମାଜରେ ଘଟୁଥିବା ଦଳିତ ନିଷ୍ପେସିତ ଲୋକମାନଙ୍କ ପାଇଁ ଆବାଜ ହୋଇ ରାଜଧାନୀରେ ସମ୍ମାନିତ ହୋଇଥିବାରୁ କଳାହାଣ୍ଡି ମାଟି ଗର୍ବିତ l ଜିଲ୍ଲାରେ ସମସ୍ତ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l
previous post
next post