ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଞ୍ଚାଗାଁ ଜଳବନ୍ଦୀ ଙ୍କ ସେବାରେ ଲାଗିଥିବା ଲଞ୍ଚ ରେ ଛିଦ୍ର

ତେନ୍ତୁଳିଖୁଣ୍ଟି ୧୩/୦୬/୨୩ // ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଜଳବନ୍ଦୀ ଅଞ୍ଚଳ ବାସୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ମୋଟର ଚାଳିତ ଲଞ୍ଚ ଠିକ ସମୟରେ ମରାମତି କରାଯାଉ ନଥିବା ଅଭିଯୋଗ ହେଉଛି। ଦଶ ବର୍ଷ ପୂର୍ବେ ଜଳ ବନ୍ଦୀ ଅଞ୍ଚଳ ବାସୀ ଙ୍କୁ ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା ରୁ ବିରତ କରିବାକୁ ମୋଟର ଚାଳିତ ଲଞ୍ଚ ତତ୍କାଳୀନ ବିଧାୟକ ମନୋହର ରନ୍ଧାରୀ ଲୋକାର୍ପଣ କରିଥିଲେ। ଉକ୍ତ ଲଞ୍ଚ ଯାତ୍ରୀ ପିଛା ଯିବା ଆସିବା ପାଇଁ 30 ଟଙ୍କା ନିଆଯାଉଛି। ଲଞ୍ଚ ବିସ୍ତୀର୍ଣ୍ଣ ଜଳ ଭଣ୍ଡାର ରେ ଜଳଯାତ୍ରା ବେଳେ ଜଳଭଣ୍ଡାର ମଧ୍ୟରେ ଥିବା ପଥର ଆଦି ରେ ବାଡେଇ ହୋଇ କ୍ଷତି ହେଉଛି। ପ୍ରକୃତପକ୍ଷେ ସମୟ ସମୟରେ ଏ ସବୁ ତଦାରଖ କରି ଆବଶ୍ୟକ ମରାମତି କରିବା କଥା। କିନ୍ତୁ ଲଞ୍ଚ ଦାୟିତ୍ୱ ରେ ଥିବା ତହସିଲଦାର ଏଥିପ୍ରତି ଧ୍ୟାନ ଦେଇ ନଥିବାରୁ ଏବେ ଉକ୍ତ ଲଞ୍ଚ ର ମୁହଁ ଆଡେ ଏକ ଛିଦ୍ର ସୃଷ୍ଟି ହୋଇଛି। ଛିଦ୍ର ଦେଇ ଧୀରେ ଧୀରେ ଜଳ ପ୍ରବେଶ କରୁଛି ,ସେଥିପାଇଁ ଲଞ୍ଚ ଚାଲିବା ବେଳେ ଯାତ୍ରୀ ଙ୍କ ନିରାପତ୍ତା ପାଇଁ ନିୟମିତ ବ୍ୟବଧାନ ପାଣି କାଢ଼ିବାକୁ ପଡୁଛି। ଏହି ସମସ୍ୟା ସମାଧାନ ପାଇଁ ତହସିଲଦାର ପ୍ରଦୀପ କର ଙ୍କୁ ଲଞ୍ଚ ଡ୍ରାଇଭର ଡମୁ ମୁଦୁଲି ଜଣାଇ ଛନ୍ତି କିନ୍ତୁ ସେ କିଛି ପଦକ୍ଷେପ ନେଇନାହାନ୍ତି। ଯଦି ଉକ୍ତ ଛିଦ୍ର ବଡ଼ ଆକାର ନିଏ ଜଳବନ୍ଦୀ ବାସୀ କାହା ଭରସା ରେ ମୋଟର ଲଞ୍ଚ ରେ ଯାତ୍ରା କରିବେ ବୋଲି ପ୍ରଶ୍ନ ହେଉଛି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ଆଉ ଏକ ମୋଟର ଚଳିତ ଲଞ୍ଚ ଯୋଗାଇ ଦେବାକୁ ଦାବୀ ହେଉଛି। ବିଭିନ୍ନ ସରକାରୀ ଅଧିକାରୀ ଙ୍କ କାର୍ଯ୍ୟକ୍ରମ ହେଉ ପର୍ଯ୍ୟଟନ ପାଇଁ ଏପରିକି ଟୀକାକରଣ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀ ଏହି ଲଞ୍ଚ ବ୍ୟବହାର କରୁଛନ୍ତି। ଜିଲ୍ଲା କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ ଜଳ ବନ୍ଦୀ ବାସୀ ଙ୍କୁ ସେମାନଙ୍କ ଗ୍ରାମରେ ରାସନ ଦେବା ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ। ଏସବୁ କାର୍ଯ୍ୟ ପାଇଁ ଦ୍ଵିତୀୟ ଲଞ୍ଚ ନହେଲେ ଝଲାଗୁଡା ,ଗୁରୁ ମାଈ ଗୁଡା ,ବାଗ୍ରା ,ଟାଙ୍ଗିଣିକୋଟ ,ତଲଙ୍ଗ ବାସୀ ଅସୁବିଧା ଭୋଗକରିବେ କାରଣ ସେମାନେ ପୁଣି ଦେଶୀ ଡଙ୍ଗା ବ୍ୟବହାର ପାଇଁ ବାଧ୍ୟ ହେବେ। ତ୍ୱରିତ ମରାମତି ନ ହେଲେ ଜଳବନ୍ଦୀ ବାସୀ ହାଟ ପାଳି ଗୁରୁବାର ଦିନ ଦେଇ ଡଙ୍ଗା କୁ ପସନ୍ଦ କରିବେ। ଉପରୁ ବର୍ଷା ଜଳ ତଳୁ ଜଳଭଣ୍ଡାର ଜଳ କିପରି ନିଜକୁ ସୁରକ୍ଷିତ ଜଳଯାତ୍ରା କରିବେ ଜଳବନ୍ଦୀ ବାସୀ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଶ୍ୱ ପରିବେଶ ଦିବସରେ ଧର୍ମଗଡ଼ ତାଲୁକ ଆଇନ ସେବା ସମିତିର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗୋରୁମହିଷାଣୀ ଯୁକ୍ତ ୨ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ୍ସ,ସିକିଲ ସେଲ,ହେପାଟାଇଟସ୍ – ବି ଏବଂ ବିଭିନ୍ନ ରୋଗ ସମ୍ବନ୍ଧୀୟ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା , କଳାହାଣ୍ଡି ଜିଲ୍ଲାର ୧୧ଜଣ କଳାକାର ଆଜି ଯିବେ ଜାପାନ

Leave a Comment

error: Content is protected !!