ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ପଞ୍ଚାୟତ ଜଳମଗ୍ନ,ହାଇସ୍କୁଲ ଓ ହାଟ ନିକଟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଉତ୍କଟ ବନ୍ୟା ପରିସ୍ଥିତି,ଜଳେଶ୍ଵର ତହସିଲଦାରଙ୍କ ସମୀକ୍ଷା 

ନାମ୍ପୋ ପଞ୍ଚାୟତ ଜଳମଗ୍ନ,ହାଇସ୍କୁଲ ଓ ହାଟ ନିକଟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଉତ୍କଟ ବନ୍ୟା ପରିସ୍ଥିତି,ଜଳେଶ୍ଵର ତହସିଲଦାରଙ୍କ ସମୀକ୍ଷା 

ଜଳେଶ୍ଵର,୨୮/୭(ମନିସ)-ଲଘୁଚାପ ଜନିତ ବର୍ଷା ଯୋଗୁଁ ନାମ୍ପୋ ପଞ୍ଚାୟତ ଜଳମଗ୍ନ ହେବା ସଙ୍ଗେ ସଙ୍ଗେ ଉତ୍କଟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

,ଜଳେଶ୍ଵର ତହସିଲଦାର ସତ୍ୟଜିତ ମହାନ୍ତି,ନାମ୍ପୋ ରାଜସ୍ବ ନିରୀକ୍ଷକ ଦେବାଞ୍ଜନ ମହାନ୍ତି, ସରଡିହା ରାଜସ୍ବ ନିରୀକ୍ଷକ ରଞ୍ଜନ କୁମାର ପାଣି ପ୍ରମୁଖ ଅଧିକାରୀ ମାନେ ଆଜି ପୂର୍ବାହ୍ନରେ ନାମ୍ପୋ ହାଟ ଓ ହାଇସ୍କୁଲ ପ୍ରଭୃତି ଅଞ୍ଚଳ ପରିଦର୍ଶନ କରିବା ସହିତ ସମସ୍ୟାର କିପରି ସମାଧାନ ହୋଇ ପାରିବ ,ସେ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା,ସରପଞ୍ଚ ପ୍ରତିନିଧି ଅରୁଣ କୁମାର ରାଉଳ,ସମିତି ସଭ୍ୟ ପ୍ରତିନିଧି ସୁଶୀଲ କୁମାର ପରିଡ଼ା, ବିଜେପି ପଞ୍ଚାୟତ ସଭାପତି ଜଗଦୀଶ ପ୍ରଧାନ,ସ୍ୱରୂପ ସିଂହ,ସତ୍ୟରଞ୍ଜନ ରଣା, ବଂହିମାନ ଦାସ , ଶେକ୍ ତୟିରୁ ପ୍ରମୁଖ ନେତୃବୃନ୍ଦ ସହିତ ଆଲୋଚନା କରିଥିଲେ।ଆଜି ନାମ୍ପୋ ହାଇସ୍କୁଲ ବର୍ଷା ଯୋଗୁଁ ଛୁଟି ରହି ଥିବାରୁ ଏହି ବର୍ଷା ଯୋଗୁଁ ଛାତ୍ରଛାତ୍ରୀ ମାନେ ଅନୁପସ୍ଥିତ ଥିଲେ।ହାଇସ୍କୁଲର ପୁରୁଣା ଶ୍ରେଣୀ ଗୃହରେ ବର୍ଷା ପାଣି ପଶି ଯାଇଥିଲା।ସେହିପରି ନାମ୍ପୋ – ଅଲାଲପୁର ତ୍ରୁଟିପୂର୍ଣ୍ଣ ଭାବେ ଆର.ଡି ରାସ୍ତା ନିର୍ମାଣ ଯୋଗୁଁ ହାଇସ୍କୁଲ ଖେଳ ପଡ଼ିଆଟି ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଭାବେ ବର୍ଷା ପାଣିରେ ବୁଡ଼ି ଯାଇଥିଲା। ସଂପୃକ୍ତ ଠିକାଦାର ରାସ୍ତା ନିର୍ମାଣ କରିବା ସମୟରେ ଛୋଟ ଛୋଟ ନାଳ ଉପରେ ହିୟୁମ୍ ପାଇପ୍ ନ ପକାଇବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ସେହିପରି ପରିଡ଼ା ପୋଲ ତଳ ପଟେ ଓ ନୟନ ଯୋଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରି ଘର ଓ ଦୋକାନ ଘର ନିର୍ମାଣ କରାଯାଇଥିବାରୁ ସାମାନ୍ୟ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।ତତ୍କାଳୀନ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜଳେଶ୍ଵର ତହସିଲଦାରଙ୍କୁ ପତ୍ର ସଂଖ୍ୟା ୮୪୪ ତାରିଖ ୧୩/୮/୨୦୨୦ ମାଧ୍ୟମରେ ୯ ଜଣ ବ୍ୟକ୍ତି ସରକାରୀ ନୟନ ଯୋଡ଼ିକୁ ଅବରୋଧ କରି ଘର ନିର୍ମାଣ କରିଥିବାରୁ ସେମାନଙ୍କୁ ସେହି ଜାଗାରୁ ଉଚ୍ଛେଦ କରିବା ପାଇଁ ଅନୁରୋଧ କରିଥିଲେ।ମାତ୍ର ଦୀର୍ଘ ୬ ବର୍ଷ ଅତିକ୍ରମ ହେବା ପରେ ମଧ୍ୟ ତହସିଲ୍ ପ୍ରଶାସନ ଉଚ୍ଛେଦ ତ ଦୂରର କଥା,ସେମାନଙ୍କ ବିରୋଧରେ ଏଲ.ଇ କେଶ୍ ମଧ୍ୟ କରି ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜବର ଦଖଲରେ ରହିଥିବା ସରକାରୀ ଜାଗା ଗୁଡ଼ିକ ତୁରନ୍ତ ଉଚ୍ଛେଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମାତ୍ର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ଵର ତହସିଲ୍ ଏହି ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟ ନ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହା ବର୍ଷା ପାଣି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି ମାନେ ଆଜି ଜଳେଶ୍ଵର ତହସିଲଦାର ଶ୍ରୀ ମହାନ୍ତିଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଅପର ପକ୍ଷରେ ବର୍ଷା ଦିନ ପୂର୍ବରୁ ପୂର୍ତ୍ତ,ଜଳ ସେଚନ ଓ ଡ୍ରେନେଜ୍ ବିଭାଗ ଅଧିକାରୀ ମାନେ ଏହି ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନ ନେଇ ବର୍ଷା ପାଣି ଆସିବା ପରେ ଅଞ୍ଚଳ ପରିଦର୍ଶନ କରିବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି କଂଗ୍ରେସ ନେତା ଗୋପାଳ କୃଷ୍ଣ ଜେନା ଅଭିଯୋଗ କରିଛନ୍ତି।ପରେ ତହସିଲଦାର ନେତୁଆ, କମାରଶାଳିଆ ପ୍ରଭୁତି ଅଞ୍ଚଳ ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କୁ ବିସ୍ତୃତ ଭାବେ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଜନହିତ ଯୁବକ ସଂଘ

masiha

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା .. ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

masiha

Leave a Comment

error: Content is protected !!