ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପକୁଳ ଗଉଡ ସମାଜର ବାର୍ଷିକ ଜିଲ୍ଲା ସ୍ତରୀୟ ବୈଠକ

ଗୋପକୁଳ ଗଉଡ ସମାଜର ବାର୍ଷିକ ଜିଲ୍ଲା ସ୍ତରୀୟ ବୈଠକ

 ନର୍ଲା: ନର୍ଲା ପଞ୍ଚାୟତର ଜୁର୍କାଭଟ୍ଟା ଗ୍ରାମରେ ଅସ୍ଥାୟୀ ସଭାପତି ଫକିର ଗଉଡଙ୍କ ସଭାପତିତ୍ବରେ ଗୋପକୁଳ ଗଉଡ ସମାଜର ବାର୍ଷିକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ କମିଟି ଗଠନ ସହ ସମାଜର ଉନ୍ନତି ଉପରେ ଆଲୋଚନା, ସମାଜ ନିୟମାବଳୀ ବାବଦରେ ପରିବର୍ତ୍ତନ ଓ ନୂଆ ନିୟମ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ନୂତନ ନିୟମାନୁସାରେ ୩ବର୍ଷ ବଦଳରେ ନବ ନିର୍ବାଚିତ ସଭାପତିଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ବୋଲି ସ୍ଥିର କରାଯାଇଥିଲା। ପ୍ରଥମେ ସଭାପତି ଚୟନରେ ପୁରୁଣା କମିଟିର ସଭାପତିଙ୍କ କାର୍ଯ୍ୟକାଳପ ଦେଖି ପୁଣିଥରେ ସଭାପତି ଭାବେ ତ୍ରିଲୋଚନ ଗଉଡ଼ଙ୍କୁ ଦାୟିତ୍ଵ ଦିଆଯାଇଥିଲା। ନୂତନ ସଂପାଦକ ଭାବରେ ରମେଶ ବେହେରା,ଉପ ସଭାପତିରେ ସତ୍ୟନାରାୟଣ ଗୈାଡିଆ ସହ ସଂପାଦକ ନାରାୟଣ ଗଉଡ, ସାଙ୍ଗଠନିକ ସଂପାଦକ ଭାବେ ଲାଲମୋହନ ପଣ୍ଡା ବୃନ୍ଦାବନ ଗଉଡ ଏବଂ ଉପଦେଷ୍ଠା ଭାବରେ ପୁରୁଣା କମିଟିକୁ ପୁନର୍ବାର ଚୟନ କରାଯାଇ ଥିଲା। ଏଥିରେ ପ୍ରସନ୍ନ ଗଉଡ, ଡମ୍ବରୁଧର ବେହେରା, ଫକିର ଗଉଡ, ଲିଙ୍ଗରାଜ ବେହେରା, କାର୍ଯ୍ୟକାରୀ କମିଟିରେ ପର୍ଶୁରାମ ଗଉଡ,କମଲ ସଦେଇ , ଜଗନ୍ନାଥ ଗଉଡ, କେଦାର ବେହେରା, ନରେଶ ଗୈାଡିଆ, କୋଷାଧ୍ୟକ୍ଷ ଭାବରେ ସୁନାଶୀର ଗଉଡ ମନୋନୀତ ହୋଇଥିବା ବେଳେ ଧନ୍ୟବାଦ ଅର୍ପଣ ଡମ୍ବରୁଧର ବେହେରା କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ

masiha

ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ , ଜିଲ୍ଲାରେ ଏମ ରାମପୁର ଏବଂ କେସିଙ୍ଗା ଠାରେ ଦେୱାନି ଜଜ୍ ତଥା ଅତିରିକ୍ତ ଦେୱାନି ଜଜ୍  କୋର୍ଟ ର ନୂତନ କୋଠାର ଶୁଭ ଉଦଘାଟନ

Sunil Chandra Nayak

ନୂଆପଡ଼ାରେ ଉତ୍ସାହର ସହ ପାଳିତ ହେଲା ବିଶ୍ୱ ପରିବେଶ ଦିବସ ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’: ପ୍ରକୃତି ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

Leave a Comment

error: Content is protected !!