ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତି ଶିଶୁ ବିଦ୍ଯାମନ୍ଦିର ପରିସରରେ ଶନିବାର ବିଦ୍ଯାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯା ପୁଷ୍ପାଞ୍ଜଳି ଗୁଆଳ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ । ସ୍ଥାନୀୟ ପ୍ରଧାନ ଆଚାର୍ଯ୍ଯ ରମେଶ କୁମାର ହଂସ ଜ୍ଞାନବିଜ୍ଞାନ ମେଳାର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । ମେଳାର ନିର୍ଣ୍ଣାୟକ ଭାବରେ ବିଜ୍ଞାନ ଶିକ୍ଷକ ମୁକ୍ତେଶ୍ୱର ପ୍ରଧାନ, ଅନିଲ କୁମାର ସା, ଅଜିତ କୁମାର ମେହେର ଓ ଶିକ୍ଷୟିତ୍ରୀ ସସ୍ମିତା ମାଝୀ ଯୋଗଦେଇ ଥିଲେ । ଏହି ଅବସରରେ ପରିଚାଳନା ସମିତିର ସଂପାଦକ ବାମଦେବ ଦାଶ ଶିଶୁ ଭାଇଭଉଣୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଆଚାର୍ଯ୍ଯ ବିଷ୍ଣୂଶରଣ ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହପ୍ରଧାନ ଆଚାର୍ଯ୍ଯ ସ୍ୱପ୍ନ କୁମାର କାଣ୍ତ ସଭା ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ଦେବାଶିଷ ନାଏକ, ହୃଦାନନ୍ଦ ମେହେର ଓ ସୁରେଶ ଚଂଦ୍ର ନାଏକଙ୍କ ତତ୍ୱାବଧାନରେ ୧୫୦ରୁ ଅଧିକ ପ୍ରକଳ୍ପ ମେଳାରେ ସ୍ଥାନ ପାଇଥିଲା । ଏଥିସହ ବିଜ୍ଞାନ ପ୍ରଶ୍ନମଂଚ ଓ ପତ୍ରବାଚନ, ଗଣିତ ପ୍ରକଳ୍ପ, ଗଣିତ ପ୍ରୟୋଗ, ଗଣିତ ପ୍ରଶ୍ନମଂଚ ଓ ପତ୍ରବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନମଂଚ ଓ ପତ୍ରବାଚନ, ଗଳ୍ପକଥନ, ମୂଣୟ କଳା ଆଦି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ବିଦ୍ଯାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା । କାର୍ଯ୍ଯକ୍ରମର ସଫଳତାରେ ବିଦ୍ଯାଳୟର ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା ଓ ସେବକ ସେବିକା ସହଯୋଗ କରିଥିବା ବେଳେ ଶେଷରେ ପଂଚାନନ ନାଏକ ଧନ୍ଯବାଦ ଦେଇଥିଲେ ।