ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳାସ ମହୋତ୍ସବ କପିଳାସ ପୀଠରେ ଉଦ୍ଘାଟିତ ପର୍ବତାରୋହଣ କଲେ ଶତାଧିକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ “ହାତୀ ସୁରକ୍ଷା ପ୍ରକୃତି ରକ୍ଷା’ ସଚେତନତା ବାର୍ତ୍ତା 

କପିଳାସ ମହୋତ୍ସବ କପିଳାସ ପୀଠରେ ଉଦ୍ଘାଟିତ

ପର୍ବତାରୋହଣ କଲେ ଶତାଧିକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ
“ହାତୀ ସୁରକ୍ଷା ପ୍ରକୃତି ରକ୍ଷା’ ସଚେତନତା ବାର୍ତ୍ତା 

ଢେଙ୍କାନାଳ :ତା ୨୭.୧୧.୨୦୨୬ ରିଖ:(ମ ନି ସ     ): ନିକଟରେ ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନର ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ୨୪ ବର୍ଷ ପୂର୍ତ୍ତି ଅବସରରେ କପିଳାସ ମହୋତ୍ସବ -୨୦୨୬ ରବିବାର ଦିନ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିର ପାଦଦେଶରେ ଶୁଭଉଦ୍ଘାଟିତ ହୋଇଯାଇଛି।ଏହି ଉପଲକ୍ଷେ କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଓ ମା’ ପାର୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।ଅତିଥିମାନେ ପ୍ରଥମେ ବାରବାଙ୍କ ସନ୍ତୋଷୀ ମା’ ମନ୍ଦିର ନିକଟରେ ପୂଜା କରି ପତାକା ଦେଖାଇ ପର୍ବତାରୋହଣ କାର୍ଯ୍ୟକ୍ରମକୁ ଶୁଭାଆରମ୍ଭ କରିଥିଲେ।ପର୍ବତାରୋହଣ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଯୁବରାଜ ଅମରଜ୍ୟୋତି ସିଂହଦେଓ,ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହେଶ ସାହୁ, ମୁଖ୍ୟବକ୍ତା ଭାବେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ,ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ,କପିଳାସ ରେଞ୍ଜର ଉତ୍ସବ ପ୍ରଧାନ, ପରିବେଶବିତ୍ ଦୀପ୍ତିମୟୀ ଲେଙ୍କା,ସମାଜସେବୀ ଶୁଭଦର୍ଶିନୀ ପରିଡା ପ୍ରମୁଖ ଯୋଗଦେଇ କପିଳାସ ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ “ହାତୀ ସୁରକ୍ଷା ପ୍ରକୃତି ରକ୍ଷା’ ଓ ଏଭେରେଷ୍ଟ ଆରୋହଣକାରୀ ସ୍ୱର୍ଗତା ସୁଶ୍ରୀ କଳ୍ପନା ଦାସଙ୍କ ସ୍ମୃତିରେ ଏଭଳି ଏକ କାର୍ଯ୍ୟକ୍ରମ କରିଥିବାରୁ ଅନୁଷ୍ଠାନକୁ ସାଧୁବାଦ୍ ଜଣାଇବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଏବଂ ଉପସ୍ଥିତ ଛାତ୍ରୀ,ଛାତ୍ରଙ୍କୁ “ହାତୀ ସୁରକ୍ଷା ପ୍ରକୃତି ରକ୍ଷା’ ସଂପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ / ସଭାପତି ଅଥୟ କୁମାର ସାହୁ କାର୍ଯ୍ୟକ୍ରମ ସଂପର୍କରେ ନିଜର ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଦ୍ୱିତୀୟ କୈଳାଶ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ପୀଠ କପିଳାସର ପ୍ରଚାର ପ୍ରସାର ସାରା ବିଶ୍ୱରେ କରିବାର ଏହା ଏକ ଛୋଟିଆ ପ୍ରୟାସ ବୋଲି କହିଥିଲେ। କପିଳାସ ମହୋତ୍ସବର ଆବାହକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଅନୁଷ୍ଠାନର କର୍ମକର୍ତ୍ତା,ସଦସ୍ୟା,ସଦସ୍ୟ,ସାମ୍ବାଦିକ ବନ୍ଧୁଗଣ ଓ ସମାଜର ସବୁବର୍ଗର ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଏନ୍ ସିସି,ଏନ୍ଏସ୍ଏସ୍,ଯୁବ ରେଡ୍ କ୍ରସ୍,ଟାଇକୋଣ୍ଡୋ,ସ୍କେଟିଙ୍ଗ୍,ସ୍ଥାନୀୟ ଯୁବତୀ,ଯୁବକ କ୍ରୀଡାବିତ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ,ଛାତ୍ର ମାନେ ଅଂଶଗ୍ରହଣ କରି କପିଳାସ ପାଦଦେଶରୁ ପାହାଚ ରାସ୍ତା ଦେଇ ପୀଠରେ ପହଁଚିବା ସହିତ କପିଳାସ ଶୀଖର ଦେବସଭା ପର୍ଯ୍ୟନ୍ତ ପର୍ବତାରୋହଣ କରିଥିଲେ।ଏହି ଅବସରରେ କପିଳାସ ପୀଠର ସେବାୟତ,ପୂଜକ ଓ ସମସ୍ତ ଅନୁଷ୍ଠାନର ମୁଖ୍ୟ କର୍ମକର୍ତ୍ତାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି,ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ବୋଲି ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ଏକାଡେମିକ କୋର୍ଡିନେଟର ତଥା ସ୍ୱାଧୀନ ସମ୍ବାଦଦାତା ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

Adult literacy school opening at Kantajhar

Sunil Chandra Nayak

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

masiha

ରାୟଗଡ଼ା ପଞ୍ଚାୟତ ସମିତିର ସପ୍ତମ ସମିତି ବୈଠକ ଶୃଙ୍ଖଳାର ସହ ଅନୁଷ୍ଠିତ 

masiha

Leave a Comment

error: Content is protected !!