ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଶ୍ରମ ଜୀବନରେ ବର୍ଷ ତମାମ କାର୍ତ୍ତିକ ମାସ

ଆଶ୍ରମ ଜୀବନରେ ବର୍ଷ ତମାମ କାର୍ତ୍ତିକ ମାସ

 ରଶ୍ମି ପ୍ରସାଦ ଡ‌‌‌: ନୀଳକଣ୍ଠ ପାଢ଼ୀ, ପିଏଚ୍. ଡ଼ି.

 ଭାରତୀୟ ବାର ମାସ ମଧ୍ୟରେ ଶ୍ରୀମଦ୍ ଭଗବତ୍ ଗୀତାର ୧୦ ମ ଅଧ୍ୟାୟ ଗତ ବିଭୁତି ଯୋଗ ଅନୁଯାୟୀ ଯଦି ଓ ମାର୍ଗଶିର ମାସ ହେଉଛି – ଶ୍ରେଷ୍ଠ ମାସ, ତଥାପି ଆମ ପରମ୍ପରା ଓ ଲୋକାଚାର ଅନୁସାରେ କାର୍ତ୍ତିକ ମାସ ହେଉଛି – ଧର୍ମ ମାସ । ଏହି କାର୍ତ୍ତିକ ମାସର ମାହାତ୍ମ୍ୟ ବିଷୟରେ ମୁଁ ଏଠାରେ କିଛି ଉଲ୍ଲେଖ କରୁ ନାହିଁ ।

  ଆମ ଲୋକେ ବୁଝନ୍ତି – ଧର୍ମ କାର୍ଯ୍ୟ କରିବାକୁ ହେଲେ – ପାହାନ୍ତିଆରୁ ଉଠି ଶୀଘ୍ର ସ୍ନାନ ସାରି ପୂଜା-ପାଠ, ଦେବ ଦର୍ଶନ,ଦାନ ଆଦି କାର୍ଯ୍ୟ କରିବା । ସକାଳୁ ଗାଧୋଇବା ତ ଆମ ସ୍ବାସ୍ଥ୍ୟ ନିମନ୍ତେ ବିଶେଷ ଲାଭ ଦାୟକ, ତା’ ବୋଲି ଆମେ କେବଳ କାର୍ତ୍ତିକ ମାସରେ ହିଁ ପାହାନ୍ତିଆରୁ ଗାଧୋଇବା ? 

 ଭାରତୀୟ ଗୁରୁ କୁଳ ପରମ୍ପରାରେ ସମ୍ପୃକ୍ତ ଆଶ୍ରମ ଜୀବନର ପ୍ରତିଟି ଦିନ ହେଉଛି – କାର୍ତ୍ତିକ ମାସର ପଞ୍ଚୁକ । 

 ଆଶ୍ରମ ଦିନ ଚର୍ଯ୍ୟାରେ ଦୈନିକ ସାରା ଜୀବନ ପ୍ରତି ଦିନ ପାହାନ୍ତିଆରୁ ଉଠିବା, ପିଆଜ, ରସୁଣ ଆମିଷ ଓ ନିଶା ଦ୍ରବ୍ୟ ଜୀବନ ସାରା ବର୍ଜ୍ଜନ କରିବା , ଜୀବନ ସାରା ସତ୍ୟବାଦୀ ହେବା , ସାତ୍ତ୍ୱିକ ଚିନ୍ତାଧାରାକୁ ଆପଣେଇବା, ନା ମିଛ କହିବା, ନା ଠକିବା, ନା ଈର୍ଷ୍ୟାନ୍ବିତ ହେବା , ନା ଅତିଶୟ କ୍ରୋଧାନ୍ୱିତ ହେବା , ସାଧୁ ସନ୍ଥଙ୍କ ସେବା କରିବା, ଦରିଦ୍ରଙ୍କୁ ଭୋଜନ-ବସ୍ତ୍ର ଓ ଦକ୍ଷିଣା ଦେବା , ଇନ୍ଦ୍ରିୟ ଗଣଙ୍କୁ ନିୟନ୍ତ୍ରିତ କରିବା , ବୈରାଗ୍ୟ ଭାବକୁ ଆପଣେଇବା, ସର୍ବଭୂତ ହିତ କାମୀ ହେବା, ପଶୁ ପକ୍ଷୀଙ୍କୁ ଆହାର ଦେବା , ଗୋ ସେବା କରିବା , ଅସହାୟଙ୍କର ସହାୟ ହେବା , ସଦ୍ ଗ୍ରନ୍ଥ ଅଧ୍ୟୟନ କରିବା , ଜନ ସେବା କରିବା , ସଦା ସର୍ବଦା ଚେତନା ଯୁକ୍ତ ହେବା , ସ୍ତୁତି ସ୍ତୋତ୍ର ପାଠ – ବେଦ ମନ୍ତ୍ରୋଚ୍ଚାରଣ କରିବା , ଦୟାଳୁ ଓ ଦରଦୀ ହେବା ,ଯୋଗ ପ୍ରାଣାୟାମ କରିବା ,ଗୁରୁଙ୍କ ସେବା କରିବା ଓ ତାଙ୍କ ଠାରୁ ଧର୍ମ ଜ୍ଞାନୋପଦେଶ ଶ୍ରବଣ କରିବା , ସତ୍ ସଙ୍ଗରେ ଯୋଗ ଦେବା , କମ୍ ଶୋଇବା , ପରିମିତ ପାନାହାର ଗ୍ରହଣ କରିବା, ସମୟାନୁବର୍ତ୍ତିତା ହେବା ସାଙ୍ଗକୁ ନିର୍ଦ୍ଦିଷ୍ଟ ସମୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା , ଶୃଙ୍ଖଳିତ ଜୀବନ ଯାପନ କରିବା, ନିୟମାନୁବର୍ତ୍ତୀ ହେବା , ବାକ୍ ସଂଯମୀ ହେବା , ବାର୍ତ୍ତାଳାପରେ ସର୍ବ ଗ୍ରାହ୍ୟ ଓ ମଧୁରତାକୁ ଗୁରୁତ୍ବ ଦେବା ,ଧ୍ୟାନ ରତ ହେବା , ଜ୍ଞାନ ଓ କର୍ମ ମାର୍ଗୀ ହେବା, ସମଦର୍ଶୀ ହେବା , ଅଶ୍ଳୀଳତାରୁ ଅଭଦ୍ରତାରୁ ଦୂରେଇ ରହିବା, ହିଂସା ଠାରୁ ଦୂରେଇ ରହିବା, ସଦାଚାରନିଷ୍ଠ ହେବା , ଆଳସ୍ୟ ପରିହାର କରିବା, ତତ୍ତ୍ବ ଜ୍ଞାନ ରତ ହେବା, ସହନଶୀଳ ହେବା , ଆତ୍ମାନୁଶୀଳନ କରିବା , ସତ୍ ପଥଗାମୀ ହେବା, ନିର୍ମାନ, ନିର୍ମୋହ, ନିର୍ଲିପ୍ତ ଜୀବନ ଯାପନ କରିବା, ତୃଣାଦପି ସୁନୀଚ ଓ ତରୋରିବ ସହିଷ୍ଣୁ ହେବା , ଈଶ୍ବରଙ୍କୁ ନିଜ ପାଇଁ କିଛି ବି ନ ମାଗି ବିଶ୍ବ କଲ୍ୟାଣ କାମନା କରିବା , ସର୍ବ ବିଧ ଋଣ ମୁକ୍ତ ଜୀବନ ଯାପନ କରିବା, ଧୀର ସ୍ଥିର ଗମ୍ଭୀର ହେବା, ଗୁରୁ ନିଷ୍ଠ ହୋଇ ଗୁରୁଙ୍କର ପ୍ରତିଟି ଆଦେଶ ପାଳନ କରିବା, ସତୀର୍ଥ ଗଣଙ୍କ ସହାବସ୍ଥାନ କରି ଗୁରୁ ରୂପୀ ତୀର୍ଥବାସୀ ହେବା , ନର ରୂପୀ ନାରାୟଣ ଓ ଗ୍ରହ ରୂପି ଜନାର୍ଦ୍ଦନଙ୍କ ସେବା ଓ ଉପାସନାକୁ ପ୍ରାଧାନ୍ୟ ଦେବା ଇତ୍ୟାଦି ଅନେକ ମାନବୀୟ ଗୁଣ କର୍ମ ମାର୍ଗର ସାଧକ ହୋଇ ଆହୁରି ଆନେକାନେକ କାୟମନୋବାକ୍ୟ ସାଧନା କରିବା ଭଳି ତପସ୍ୟାକୁ ଆପଣେଇ ଈଶ୍ବର ପ୍ରଣିଧାନ ପୂର୍ବକ ଆମ ସମାଜର ଜଣେ ଆଦର୍ଶ ବ୍ୟକ୍ତିଟିଏ ହେବା ହେଉଛି – ତ୍ୟାଗ ପୂତ ଆଶ୍ରମ ଜୀବନ ଧାରା ।

  ଜଣେ ଆଶ୍ରମ ବାସୀର ଗୁରୁତ୍ୱ ପୂର୍ଣ୍ଣ ଅଳଙ୍କାର ଆଭୁଷଣ ହେଉଛି – ଉପର ଲିଖିତ ସମସ୍ତ ଗୁଣ କର୍ମ ; ଚିତା, ତିଳକ,ଗୈରିକ ବସନାଦି ରୂପକ ବେଶ ଭୂଷା ଜଣେ ଆଶ୍ରମ ବାସୀ ନିମନ୍ତେ ଗୁରୁତ୍ବ ପୂର୍ଣ୍ଣ ଅଳଙ୍କାର ଆଭୁଷଣ ନୁହଁ ।

ସୁଖ ସୁବିଧାବାଦୀମାନେ ଆଶ୍ରମ ନିୟମ ଠାରୁ ବହୁ ଦୂରରେ ।

   ତେଣୁ ଜଣେ ଆଦର୍ଶ ଆଶ୍ରମ ମଣିଷର ତୁଳନା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଅଧ୍ୟକ୍ଷ 
ରଶ୍ମି ରଞ୍ଜନ ସିଦ୍ଧାଶ୍ରମ

ନବରଙ୍ଗପୁର 

ସମ୍ପର୍କ -7978079918

Related posts

ଆଜିର ଦିବସର ଅନୁଚିନ୍ତା: ମେ ୨୦ ତାରିଖ : ଇତିହାସର ହୃଦୟରେ ସମୟର ସ୍ପନ୍ଦନ

ଳାହାଣ୍ଡିର ଭାତ ହାଣ୍ଡି,  ଜାଗିବା ଯଦି ପାଇବା ଫେରି

ଆଜିର ଦିବସର ଅନୁଚିନ୍ତା : ମେ ୨୯ ତାରିଖ: ବିଜ୍ଞାନ,ସାହସ,ଶାନ୍ତି ଓ ସଂକଳ୍ପର ଦିବସ

Leave a Comment

error: Content is protected !!