ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୪ ବର୍ଷରେ ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପ, ମନମୋହୁଛି ଅକ୍ଷରଧାମ ତୋରଣ,ଭିଡ ଜମୁଛି ବିଭିନ୍ନ ପୂଜା ମଣ୍ଡପରେ

୫୪ ବର୍ଷରେ ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପ, ମନମୋହୁଛି ଅକ୍ଷରଧାମ ତୋରଣ,ଭିଡ ଜମୁଛି ବିଭିନ୍ନ ପୂଜା ମଣ୍ଡପରେ

ଜୁନାଗଡ଼,୨୦/୧୦(ମ ନି ସ)ଜୁନାଗଡ଼ ସହରରେ ବର୍ତ୍ତମାନ ମା ଦଶଭୁଜା ଦୁର୍ଗାଙ୍କ ଆଗମନରେ ପ୍ରତି ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛ ,ଆକର୍ଷଣୀୟ ଆଲୋକ ମାଲା ଓ ସୁସୁଉଚ୍ଚ ତୋରଣ ଯୋଗୁ ସହର ଚାରିଆଡେ ଝଲମଲ କରୁଛି।ଏପଟେ ସହରର ପୁରାତନ ଲଙ୍କେଶ୍ୱରୀ କ୍ଳବ ପୂଜା ମଣ୍ଡପ ୫୪ବର୍ଷରେ ପଦାର୍ପଣ କରିଛି।ଚଳିତ ବର୍ଷ ଏଠାରେ ଗୁଜୁରାଟର ଅକ୍ଷରଧାମ ମନ୍ଦିର ତୋରଣ ଓ ଆକର୍ଷଣୀୟ ସାଜସଜ୍ଜା ଯୋଗୁଁ ପ୍ରବଳ ଭିଡ ଦେଖିବାକୁ ମିଳୁଛି।ଚଳିତ ବର୍ଷ ବଜେଟ ମଧ୍ୟ ବଢିଛି। ଚଳିତ ବର୍ଷ କ୍ଲବର ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ନାଏକ, ସପତ୍ନୀ ହେମଲତା କର୍ତାଭାବେ ଦାୟିତ୍ବ ତୁଲାଉଛନ୍ତି।ସେହିପରି ପୂଜା ସଭାପତି ରଞ୍ଜନ ଜାଲ, ସମ୍ପାଦକ କୁନା ଦଣ୍ଡସେନା, ରାଜା ମହାଳିକ ଶଙ୍କ ମହାଳିକ, କ୍ଳବ ସଭାପତି ସୁରେନ୍ଦ୍ର ସାହୁ ପ୍ରମୁଖ ପୂଜାକର୍ଯ୍ୟକୁ ବେଶ ସୃଖଳିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।କମିଟି ପକ୍ଷରୁ ପୂଜା ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ରହିଛି।ସେହିପରି ମା ରବାଡିପଡ଼ା ପୂଜା ମଣ୍ଡପ , ସାହୁପଡା ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃମୟୀ ମୂର୍ତ୍ତିପୂଜା ବେଶ ଜାକଜମକରେ ଚାଲୁଛି। ସେହିପରି ଲଙ୍କେଶ୍ୱରୀ ମନ୍ଦିର, କନକଦୁର୍ଗା ଓ ଗାୟତ୍ରୀ ଶକ୍ତି ପୀଠରେ ନବରାତ୍ର ପୂଜା ଓ ଦଶହରାବେଶ ଜାକଜମକରେ ଚାଲିଛି।ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମଣ୍ଡପ ଓ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡବେଶ ଜମିବାରେ ଲାଗିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବିକାଶନଗରସ୍ଥ ବାବା ସିଦ୍ଧେଶ୍ୱର ମନ୍ଦିରର ପରିସରରେ ମନ୍ଦିର ପାକଶାଳ ଗୃହ ପ୍ରତିଷ୍ଠା

Sunil Chandra Nayak

ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ଦିବସ-୨୦୨୫ ପାଳିତ

Sunil Chandra Nayak

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

masiha

Leave a Comment

error: Content is protected !!