ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

ଡାବୁଗାଁ, ୨୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଦୂର୍ଗା ମଣ୍ଡପ ଠାରେ ଶୁକ୍ରବାର ମା ଦୁର୍ଗାଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମଧ୍ୟାନ୍ନରେ ମାଁ ଠାକୁରାଣୀ ମନ୍ଦିର ପୁଷ୍କରିଣୀରେ ଜଳାଧିବାସ ସହ ଗଙ୍ଗା ଆବାହନ କରାଯାଇ ବିଲ୍ଵବରଣ କରାଯାଇଥିଲା | ଏହି କଳସ ଯାତ୍ରାରେ ଗ୍ରାମର ବହୁ ସଂଖ୍ୟକ ବାଳିକା ଓ ମହିଳା ମାନେ କଳସ ମୁଣ୍ଡାଇ ବାଜା ବଜାଇ ବାଣ ଫୁଟାଇ ମହାଆଡମ୍ବରରେ ଶୋଭାଯାତ୍ରାରେ ମାଙ୍କ କଳସ ଅଣାଯାଇ ମଣ୍ଡପରେ ସ୍ଥାପିତ କରାଯାଇଥିଲା | ରାତିରେ ଷଷ୍ଠୀ ପୂଜା କରାଯାଇଥିଲା | ଶନିବାର ଚକ୍ଷୁ ଦାନ କରିବା ସହ ମାଁଙ୍କୁ ଆବାହନ କରାଯାଇ ମାଁଙ୍କ ସପ୍ତମୀ ପୂଜା କରାଯିବ | ଏଥିରେ ମୁଖ୍ୟ ପୂଜକ ଶିବ କୁମାର ପଣ୍ଡା ଙ୍କ ସହ ସହଯୋଗୀ ସୁନୀଲ ରଥ, ଶାନ୍ତନୁ ପାତ୍ର ଓ ସୁଶାନ୍ତ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ପୂଜକ ମାନେ ପୂଜାରେ ସହାୟତା କରୁଛନ୍ତି | ମହା ଆଡମ୍ବରରେ ଦୂର୍ଗା ପୂଜା ପାଳନ ହେଉଛି | ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଡାବୁଗାଁ ସହର | ଏଥିରେ ପୂଜା କମିଟି ସଭାପତି ଭାବେ ଜି. ଗୋପାଳକୃଷ୍ଣ ରାଓ, ସମ୍ପାଦକ ସୁରେନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଏମ. ସୂର୍ଯ୍ୟନାରାୟଣ ଶୁବୁଦ୍ଧି, ସଭ୍ୟ ଭାବେ ଦିବ୍ୟରଞ୍ଜନ ରାୟପାତ୍ର, ଜି. ସାଇରାଜୁ, କୈଳାସ ଚନ୍ଦ୍ର ବିଶୋଇ, ଆଶୁତୋଷ ଜେନା, ବଲ୍ଲଭନାରାୟଣ ପଣ୍ଡା, ଗୁପ୍ତ ବିଶୋଇ, କୁନୁ ପାତ୍ର, ଡି. ଚନ୍ଦ୍ରଶେଖର ରାଓ, , ବିକାଶ ରଞ୍ଜନ ନିଶଙ୍କ, ସୌଭାଗ୍ୟ ବିଶ୍ଵାଳ, ସୁରେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାଶୀନାଥ ଵୈଦ୍ଯସଂଘର ବୈଠକ

Sunil Chandra Nayak

ଖୁଶଲ କୁମାର ବେହେରା  ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଶତକଡା 98.4 % ରଖି ସଫଳତା ଅର୍ଜନ କରିଛନ୍ତି

Sunil Chandra Nayak

ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ,ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ

masiha

Leave a Comment

error: Content is protected !!