ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ଙ୍କୁ ନେଇ ବୈଠକ

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ଙ୍କୁ ନେଇ ବୈଠକ 

ତେନ୍ତୁଳିଖୁଣ୍ଟି ୩୧/୦୫/୨୪ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ଆତ୍ମା କାର୍ଯ୍ୟାଳୟ ରେ ଆଜି ପଞ୍ଜୀକୃତ ବିହନ ବିକ୍ରେତା ଙ୍କ ଏକ ବୈଠ କ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୪ ଟି ବିହନ ଉ ବିକ୍ରେତା କିମ୍ବା ତାଙ୍କ ପ୍ରତିନିଧି ଙ୍କ ଉପସ୍ଥିତି ରେ ବୈଠକ ଅନୁଷ୍ଠିତ ହୋଇଥିଲା। ବିହନ ବିକ୍ରି ପାଇଁ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ବିଶେଷଭାବେ ବିହନ ବିକ୍ରୀ ବେଳେ ସରକାରୀ ବିହନ ବିକ୍ରୀ କୁ ପ୍ରାଥମିକତା ଦେବା ପାଇଁ କହିଥିଲେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ। ବିକ୍ରେତା ଙ୍କୁ ଦୋକାନ ରେ ବିହନ ର କ୍ରୟ ଓ ବିକ୍ରୟ ରେଜିଷ୍ଟର ଲିପିବଦ୍ଧ କରିବା, ସ୍ଵୀକୃତି ନ ଥିବା ବିହନ ବିକ୍ରି ନ କରିବାକୁ ,ବିନା ରସିଦ ରେ ବିକ୍ରିବଟା ନ କରିବା ଦିଗ ପ୍ରତି ଧ୍ୟାନ ଦେବାକୁ କହିଥିଲେ।।ବିହନ ଗୁଡ଼ିକ ର ଉତ୍ପାଦନ କ୍ଷମତା, ସମୟ ବିଷୟ ରେ ଚାଷୀଙ୍କୁ ତଥ୍ୟ ଦେବା କୁହାଯାଇଥିଲା।। ସରକାରୀ ବିହନ କିଣିବାକୁ ହେଲେ ଚାଷୀ କୁ କ୍ରୟ ବେଳେ ଫାର୍ମର ଆଇ ଡି ସହ ଆସିିବାକୁ କହିଥିଲେ। ବୈଠକ ରେ ସହକାରୀ କୃଷି ଅଧିକାରୀ ଓ ଏ ଟି ଏମ ବାଳ ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗଜାନନ ଯୁବକ ସଂଘ ପକ୍ଷରୁ ନୂତନ ବିଡିଓ ଙ୍କୁ ସ୍ଵାଗତ

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଢେଙ୍କାନାଳ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

କନ୍ଦରପୁର କଲେଜରେ ସ୍ବାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!