ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଜ୍ୟବସ୍ତୁର ସୁପରିଚାଳନା ଏକ ଆହ୍ଵାନ

ବର୍ଜ୍ୟବସ୍ତୁର ସୁପରିଚାଳନା ଏକ ଆହ୍ଵାନ

ତାରିଖ-31/05/2024 ଥେରୁବାଲି //   ରାୟଗଡ଼ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ଓ ଇମ୍ଫା ର ମିଳିତ ସହଯୋଗ ରେ ଇମ୍ଫା ପରିସରରେ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଇମ୍ଫା ଥେରୁବାଲି ର ଉପ-ସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମାନ ଆଶିଷ କୁମାର ରାୟ ଙ୍କ ପରାମର୍ଶ ଓ ସହଯୋଗ କ୍ରମେ ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ଇମ୍ଫାର ଶ୍ରମିକ ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ଓ ତାଲିମ ଦାତାଭାବେ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ତରଫରୁ ଶ୍ରୀମତୀ ନିବେଦିତା ପଣ୍ଡା , ସଭ୍ୟା-ସମ୍ପାଦିକା , ଅଧିବକ୍ତା ଶ୍ରୀମାନ କିଶୋର ସାହୁ , ଶ୍ରୀମାନ ସୀତାରାମ ପଣ୍ଡା , ରାୟଗଡ଼ ପୌରପାଳିକାର ଉପଧକ୍ଷ୍ୟା ଶ୍ରୀମତୀ ଶୁଭ୍ର ପଣ୍ଡା ଓ ଶ୍ରୀମାନ ବାଳକ୍ରୀଷ୍ଣା , ଶ୍ରୀମାନ ବିଶ୍ଵନାଥ ଗନ୍ତାୟତ , ସମ୍ପାଦକ ,ବାର ଆସୋଏସନ ,ରାୟଗଡ଼ ଯୋଗଦେଇ ଓ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ଏହାର ବ୍ୟତିକ୍ରମ ନେଇ ଆମଦେଶରେ ପ୍ରଚଳିତ ଥିବା ଆଇନ କାନୁନ ଉପରେ ଆଲୋକ ପାତ କରିଥିଲେ କାର୍ଯ୍ୟକ୍ରମ ପାରମ୍ଭରେ ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀ , ଇମ୍ଫାର ବରିଷ୍ଠ ପରିଚାଳକ ( ଲୋକ ସମ୍ପର୍କ ) ଉପସ୍ଥିତ ସମସ୍ତଙ୍କୁ ଇମ୍ଫା ପରିବାର ତରଫରୁ ସ୍ଵାଗତ ଜଣାଇଥିଲେ । ଶ୍ରୀମାନ ଏମ॰ ଶ୍ରୀନିଭାସ , ମୁଖ୍ୟ ପରିଚାଳକ (ଯାନ୍ତ୍ରିକ ବିଭାଗ) ,ବର୍ତ୍ତମାନ ଇମ୍ଫାରେ ବର୍ଜ୍ୟବସ୍ତୁର ସୁପରିଚାଳନା କିଭଳି କରାଯାଉଛି ,ତାହା ଉପରେ ସମ୍ୟକ ସୂଚନା ଦେଇଥିଲେ । ଗୁଣବତ୍ତା ବିଭାଗର ମୁଖ୍ୟ ଶ୍ରୀମାନ ପ୍ରଶାନ୍ତ କୁମାର ନାୟକ ଇମ୍ଫାରେ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଏକ ବୃତ୍ତଚିତ୍ର ଉପସ୍ଥାପନ କରିଥିଲେ । ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭ୍ୟା-ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I ସୁଶ୍ରୀ ତପସ୍ଵୀନି ପାଣିଗ୍ରାହୀ ଧନ୍ୟବାଦାର୍ପଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବୁଥ ସଂଶୋଧନ ନେଇ ନର୍ଲା ବ୍ଲକରେ ବୈଠକ

Sunil Chandra Nayak

ଘଟଣା କୁ ଚପାଇଦେବାପାଇଁ ଅଧିକାରୀ ମାନେ ନିର୍ଯାତନା ହେଇଥିବା ଦାଦନ ଶ୍ରୀମିକ ମାନଙ୍କୁ ସାଧକାଗଜ ରେ ଦସ୍ତଖତ କରାଇଲେ 

masiha

ଜନ ମଂଗଳର ଅନୁରୋଧ କ୍ରମେ ଐରା ପକ୍ଷରୁ ଭିନ୍ନକ୍ଷମ ମାନଂକୁ ହୁଇଲି ଚେୟାର ଓ କୃତ୍ରିମ ଅଂଗ ଆଦି ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!