ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର ପ୍ରସ୍ତୁତି ବୈଠକ

ପାପଡାହାଣ୍ଡି,6/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହୀଦ ମିନାର ଠାରେ ଆଜି ବ୍ଲକ କଂଗ୍ରେସର ଅଗାମି ନିର୍ବାଚନ ଓ ବ୍ଲକର ବିଭିନ୍ନ ସମସ୍ୟା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲା ମହିଳା ସଭାନେତ୍ରୀ ଏମ ନାଗରତ୍ନମ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ ପ୍ରମୁଖ ଯୋଗଦେଇଥିଲେ |  ବୈଠକରେ ଅଗାମି ନିର୍ବାଚନ ନେଇ ଦଳକୁ କିପରି ତୃଣମୂଳସ୍ତରରୁ ସୃଦୃଢ କରିହେବ ସେ ନେଇ ଆଲୋଚନା ହୋଇଥିଲା | ବ୍ଲକରେ ଲୋ ଭଲଟେଜ, ପାନୀୟ ଜଳ, ପେନସନ, ରାସ୍ତା ଘାଟ ଆଦିର ସମସ୍ୟା ରହିଥିବା ବେଳେ ପ୍ରଶାସନ ତରଫରୁ ଏଗୁଡିକ ପ୍ରତି ଧ୍ୟାନ ଦିଆଯାଉନାହିଁ | ତେଣୁ ଆଗାମି ଦିନରେ 8 ଦଫା ଦାବି ନେଇ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ ଲାଗି ଆଲୋଚନା ହୋଇଥିଲା | ବୈଠକରେ ଶଶୀ ମୋହନ ଶର୍ମା, ଶେଖ ଅଜୀର ହୁସେନ,ଜି ଅନନ୍ତ ମୂତ୍ତି, ଭାସ୍କର ବିଶୋଇ,ଗଜେନ୍ଦ୍ର ବିଶୋଇ, ଏ ଶ୍ରୀନିବାସ ରାଓ,ଈଶ୍ୱର ମିର୍ଗାନ, ବିକାଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଧାୟକ ପ୍ରଦିପ ଦିଶାରୀ ହେଲେ କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ ସଭାପତି

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ        

Sunil Chandra Nayak

ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!