ପାପଡାହାଣ୍ଡି,6/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହୀଦ ମିନାର ଠାରେ ଆଜି ବ୍ଲକ କଂଗ୍ରେସର ଅଗାମି ନିର୍ବାଚନ ଓ ବ୍ଲକର ବିଭିନ୍ନ ସମସ୍ୟା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲା ମହିଳା ସଭାନେତ୍ରୀ ଏମ ନାଗରତ୍ନମ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ ପ୍ରମୁଖ ଯୋଗଦେଇଥିଲେ | ବୈଠକରେ ଅଗାମି ନିର୍ବାଚନ ନେଇ ଦଳକୁ କିପରି ତୃଣମୂଳସ୍ତରରୁ ସୃଦୃଢ କରିହେବ ସେ ନେଇ ଆଲୋଚନା ହୋଇଥିଲା | ବ୍ଲକରେ ଲୋ ଭଲଟେଜ, ପାନୀୟ ଜଳ, ପେନସନ, ରାସ୍ତା ଘାଟ ଆଦିର ସମସ୍ୟା ରହିଥିବା ବେଳେ ପ୍ରଶାସନ ତରଫରୁ ଏଗୁଡିକ ପ୍ରତି ଧ୍ୟାନ ଦିଆଯାଉନାହିଁ | ତେଣୁ ଆଗାମି ଦିନରେ 8 ଦଫା ଦାବି ନେଇ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ ଲାଗି ଆଲୋଚନା ହୋଇଥିଲା | ବୈଠକରେ ଶଶୀ ମୋହନ ଶର୍ମା, ଶେଖ ଅଜୀର ହୁସେନ,ଜି ଅନନ୍ତ ମୂତ୍ତି, ଭାସ୍କର ବିଶୋଇ,ଗଜେନ୍ଦ୍ର ବିଶୋଇ, ଏ ଶ୍ରୀନିବାସ ରାଓ,ଈଶ୍ୱର ମିର୍ଗାନ, ବିକାଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ |
previous post