ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଜିଲ୍ଲା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ର ଜୟପାଟଣାରେ ଜରୁରୀ ବୈଠକ 

ଧର୍ମଗଡ ଜିଲ୍ଲା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ର ଜୟପାଟଣାରେ ଜରୁରୀ ବୈଠକ 

ଅକ୍ଟୋବର ୪ ତାରିଖ ଉପଖଣ୍ଡ ବନ୍ଦ ନେଇ ଆଲୋଚନା

ଜୟପାଟଣା ମା ଅର୍ଣ୍ଣପୂର୍ଣ୍ଣା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଧର୍ମଗଡ ଜିଲ୍ଲା ଦାବିନେଇ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଏକ ବୈଠକ ଜୟପାଟଣା ବଣିକ ସଂଘ, ଯାଦବ ସଂଘ ଓ ଜୟପାଟଣାର ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ନେଇ ବୈଠକ ହୋଇ ଯାଇଛି l ଧର୍ମଗଡ ଜିଲ୍ଲା ଦାବିକୁ ନେଇ ଆନ୍ଦୋଳନ ୩୪ ଦିନରେ ପହଂଚିଥିବାବେଳେ ଆସନ୍ତା ୪ ତାରିଖ ବୁଧବାର ଦିନ ଧର୍ମଗଡ଼ ଉପଖଣ୍ଡ ବନ୍ଦ ପାଳନକୁ କିପରି ସଫଳ କରାଯାଇ ପାରିବ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଜନ୍ମେଜୟ ନାଏକ, ଡାକେଶ୍ୱର ଲହଜଲ, ଲବଣି ରାଉତ, ଅରକ୍ଷିତ ଭଏସାଲ ବକ୍ତବ୍ୟ ରଖିଥିଲେ ଓ ଧର୍ମଗଡ ଜିଲ୍ଲା ଘୋଷଣା ହେଲେ ଜୟପାଟଣା ର କି କି ସୁବିଧା ହେବ ବିସ୍ତାର ପୂର୍ବକ ଆଲୋଚନା ହୋଇଥିଲା। ଅକ୍ଟୋବର ୪ ତାରିଖରେ ହେବାକୁଥିବା ଉପଖଣ୍ଡ ବନ୍ଦ କୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ।ଉକ୍ତ ବୈଠକରେ ଜୟପାଟଣା ବଣିକ ସଂଘର ସଭାପତି ପ୍ରବୀର ବେହେରା, ସଂପାଦକ ହରିକିଷାନ ଜୈନ, ଉପସଭାପତି ସୁବାଷ ଅଗ୍ରୱାଲ, ସହ ସଂପାଦକ ରାଜେନ୍ଦ୍ର ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବରିଷ୍ଠ ସମାଜସେବି ପ୍ରବୀଣ ମୁଣ୍ଡ, ଦିଲୀପ ରାଉତ,ଯାଦବ ସମାଜର ଶତ୍ରୁଘନ ରାଉତ, ଅଭିନାଶ ନନ୍ଦ ଓ ଅଭିଳାଷ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବଣିକ ସଂଘ ଆସନ୍ତକାଲି ବଣିକ ସଂଘ ର କାର୍ଯ୍ୟକାରିଣୀ କମିଟି ର ବୈଠକ ଡକାଇ ଉପଖଣ୍ଡ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି l ପରିଶେଷରେ ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଶ୍ରୀ ଡାକେଶ୍ୱର ଲହଜଲ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲିଲି ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ

Sunil Chandra Nayak

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରତିଯୋଗୀତା 

masiha

Leave a Comment

error: Content is protected !!