ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ବ୍ଲକସ୍ତରୀୟ ପରବ ଆୟୋଜିତ 

ବନ୍ଧୁଗାଁରେ ବ୍ଲକସ୍ତରୀୟ ପରବ ଆୟୋଜିତ 

ବନ୍ଧୁଗାଁ ତା ୧୧/୧୧/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିନି ଷ୍ଟାଡିୟମ ପଡିଆରେ ଅତି ଧୁମଧାମରେ ବ୍ଲକ ସ୍ତରୀୟ ପରବ ଆୟୋଜିତ ହୋଇଯାଇଛି। ବିଡ଼ିଓ ଅଭିଜିତ ବିଶ୍ୱଜିତ ସେଠିଙ୍କ ଅଧ୍ୟକ୍ଷତାରେ ଓ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକାଙ୍କ ତତ୍ତ୍ଵାବଧାନରେ ପରବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନି ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକକା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଜିଲ୍ଲା ପରିଷଦ ସଦସ୍ୟ ମାଜି ହିମିରିକା, ଏସ ଡି ସି ସଦସ୍ୟ ଲଡୁ ହୁଲୁକା, ବ୍ଲକ ଉପାଧକ୍ଷା ଗୀତାଞ୍ଜଳୀ ପିଡିକା, ତହସିଲଦାର ସୋନାଲି ପାତ୍ର, ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, କଂଗ୍ରେସ ବ୍ଲକ ସଭାପତି ଡି ଏଙ୍କାଟି, ବିଜେପି ବ୍ଲକ ସଭାପତି ଶରତ ପାତ୍ର, ସି ପି ଆଇ ସଭାପତି ଲକ୍ଷ୍ମୀ ନାରାୟଣ ସାହୁ, ବିଜେଡ଼ି ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ଭାଣ୍ଡୀ, ବରିଷ୍ଟ ପୁର୍ବତନ ବିଧାୟକ ପ୍ରତିନିଧି ଦୂର୍ଯ୍ୟ ନାଗ,ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ବିଭିନ୍ନ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ପ୍ରତିନିଧି, ଅଙ୍ଗନୱାଡ଼ି ଦିଦି ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରିବା ଜଗନ୍ନାଥ ମନ୍ଦିର ରୁ ମଶାଲ ଆଣିବା ପରେ ବ୍ଲକ ସ୍ତରୀୟ ପରବ ଶୁଭାରମ୍ଭ ହୋଇଥଲା। ପରବ ମଶାଲକୁ ସ୍ଥାନୀୟ ଦେଶିଆ ବାଦ୍ୟର ତାଳେ ତାଳେ ଦେଶିଆ ଢେମଶା ନାଚ ଗାଁ ଗହଳିରୁ ଆସିଥିବା ଯୁବକ ଯୁବତୀ, ଅଙ୍ଗନୱାଡ଼ି ଦିଦି,ନିର୍ବାଚିତ ପ୍ରତିନିଧି,ସ୍ଥାନୀୟ ସମସ୍ତ ରାଜନୈତିକ ଦଳର ବରିଷ୍ଠ ଓ କନିଷ୍ଠ କରିମିଙ୍କ ଦ୍ୱାରା ପ୍ରାୟ ଦୁଇ କିମି ନଚି ଧୂଳି ଉଡ଼ାଇ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଉପସ୍ଥିତ ମୁଖ୍ୟ ଓ ସମ୍ମାନୀତ ସମସ୍ତ ଅତିଥି ମାନଙ୍କୁ ବିଡ଼ିଓ ଙ୍କ ଦ୍ଵାରା ମଞ୍ଚ ଉପରକୁ ନିମନ୍ତ୍ରଣ କରି ପୁଷ୍ପ ଗୁଛ ଓ ଉପଦୌକନ ଦେଇ ସମ୍ମାନିତ କରାଯାଇଥିଲା।ପରବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପରବ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଓ ଗ୍ରାମାଞ୍ଚଳର ଲୁକାଇତ ପ୍ରତିଭା ମାନଙ୍କୁ ପରିପ୍ରକାଶ କରି ଥିଲେ।ବ୍ଲକର ୧୩ ଟି ପଂଚାୟତ ରୁ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଯୋଗ ଦେଇ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଥିଲେ। ସନ୍ଧ୍ୟାର ଉଦଯାପନୀ ଉତ୍ସବରେ ସମାଜ ସେବୀ ଶଙ୍କର ସାଉନ୍ତା , ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ଘୋଷଣା କରି ପ୍ରତିଯୋଗୀଙ୍କୁ ଉତ୍ସାହ ବଢାଇ ଥିଲେ। ଉଦଯାପନୀ ସନ୍ଧ୍ୟାରେ କୋରାପୁଟ ସାଂସଦ ମାନ୍ୟବର ସପ୍ତଗିରି ସଙ୍କର ଉଲକା, ସାଂସଦ ପ୍ରତିନିଧି ଲକ୍ଷଣ ଖସଲା, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସଦ ଆମ କୋରାପୁଟ ଗୀତ ନାଚକୁ ବିଶ୍ଵ ଦରବାର କିପରି ପହଞ୍ଚିବ ସେଥି ପାଇଁ ଚେଷ୍ଟା କରିବି ବୋଲି ନିଜ ଉଦବୋଧନରେ କହିଥିଲେ ଓ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କହିଥିଲେ। ବିଡିଓ ଙ୍କ ଦ୍ଵାରା ଚଳିତ ବର୍ଷ ଅତିସୁନ୍ଦର ଭାବରେ ପରବ ପାଳନ କରିଥିବାରୁ ସାଂସଦ ପ୍ରଶଂସା କରିଥିଲେ।ଭଲି ବଲରେ ଜାଗୁଗୁଡା ପଞ୍ଚାୟତ ଚମ୍ପିୟାନ ଓ କବାଡିରେ ବନ୍ଧୁଗାଁ ପଞ୍ଚାୟତ ଚାମ୍ପିଅନ ହୋଇଥିଲେ।ସାଂସଦଙ୍କ ଉପସ୍ଥିତି ଅନେକଙ୍କୁ ଆକୃଷ୍ଟ କରିଥିଲା।ବିଡ଼ିଓ ଙ୍କ ଦ୍ଵାରା ଉଦଯାପନୀ ଉତ୍ସବରେ ଉପସ୍ଥିତ ସମସ୍ତ ମୁଖ୍ୟ ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରି ଉପଢୌକନ ଦେଇ ସ୍ଵାଗତ କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନିଟସନ ମଡେଲିଙ୍ଗ ଏକାଡେମୀ ର ଉଦଘାଟନ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ, ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

masiha

ଜବାଗୁଡା ଓ ନନ୍ଦପୁରା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!