ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ଜିଲ୍ଲପାଳ

ନବରଙ୍ଗପୁର(ମସିହା )23/04-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଭିକ୍ଷା ପଂଚାୟତ ର କୋଦୋଭଟ୍ଟା ଠାରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ ହୋଇଛି |ଜିଲ୍ଲାପାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଉଠା ଜଳସେଚନ ନିଗମ ଉପଦେଷ୍ଟା ଶ୍ରୀ ପମୋଦ ପାଢ଼ୀ ଯୋଗଦେଇ ଚାଷ ଓ ଚାଷୀଙ୍କ ଉଦେଶ୍ୟ ରେ ନିଜର ଅଭିଭାଷଣ ରଖିଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବରୋଇ, ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ବିଧାୟକ ପ୍ରତିନିଧି ରାମଧର ମାଝୀ, ସି. ଡି. ଏ. ଓ. ଗୋକୁଳ ବେହେରା, ଡି. ଏଫ. ଓ. ଜଗଦିଶ ରାଓ, ଏ. ଡି. ଭି. ଓ. ଡ଼ ସୁନୀଲ କୁମାର ପ୍ରଧାନ, ଡି. ଡି. ଏଚ. ଚନ୍ଦ୍ରମୋହନ ସାହୁ, ପି. ଡି. ଡବ୍ଲୁ. ଚକ୍ରଧର ମିଶ୍ର, ବିଡ଼ିଓ ସତ୍ୟନାରାୟଣ ମେହେର, ତହସିଲଦାର ମଧୁସୁଦନ ମାଝୀ,ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ମଂଚାସୀନ ଥିଲେ |ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନଙ୍କ ଦ୍ୱାରା ପ୍ରଥମେ ଭୂମି ପୂଜନ ଓ ପରେ ଅଖିମୁଖି ଅନୁକୂଳ କରାଯାଇଥିଲା |ଜିଲ୍ଲାପାଳ, ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନେ ଚାଷୀ ହେଉଛି ଦେଶର ମେରୁଦଣ୍ଡ ଆଉ ଚାଷୀ ନଇଁଗଲେ ଦେଶ ନଇଁଯିବ ବୋଲି ନିଜ ନିଜ ର ମନ୍ଥବ୍ୟ ରଖିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ କିପରି ସଶକ୍ତ ହେବେ ସେ ଉପରେ ସମସ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ |ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାର ଅଗ୍ରଣୀ ପାଞ୍ଚଜଣ ଚାଷୀ ଙ୍କୁ ଜିଲ୍ଲାପାଳ ଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ସମ୍ମାନ କରାଯାଇଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘ ,ଓଡ଼ିଶାର ସାଂଗଠନିକ ବୈଠକ

masiha

ନିଆରା ପର୍ବ ପୌଷପୁର୍ଣିମା

masiha

କାଳ ବୈଶାଖୀ ତାଣ୍ଡବ ଗୋବର୍ଲା ବିଦ୍ୟାଳୟରୁ ଉଡିଲା ଛାତ

Sunil Chandra Nayak

Leave a Comment

error: Content is protected !!