କୋକସରା,୨୪/୮- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଛକ ବସଷ୍ଟାଣ୍ଡ ନିକଟସ୍ଥ ଦୁର୍ଗା ମଣ୍ଡପ ନିକଟରେ ବୁଧବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ରହିଥିବା ଦେଖି ସ୍ଥାନୀୟ ଲୋକେ ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଯୁବକ ଜଣକ ମୋଟେର ଗ୍ରାମର ଶାନ୍ତି ନଗର ପଡାର ନାରାୟଣ ସରାଫ(୪୭) ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ଓ କୋକସରା ଥାନା କେଶ ନମ୍ବର ୧୬/୨୨ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ମୋଟେର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।