ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତର ଖାନରେ ଡାଇଲିସିସ ରେ ଘୋ୍ର ଅବ୍ୟବସ୍ଥା । କିମିସ ମେଡ଼ିକାଲ ର ନେଗୀଟିଭ ରିପୋର୍ଟ ଫୁଲବାଣୀ ରେ ପଜିଟିଭ । ରୋଗୀ ଖର୍ଚ୍ଚାନ୍ତ ରେ ପଢୁଛି

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତରଖାନା ସ୍ଥିଥ ଡାଇଲିସିସ ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି । ସୂଚନାଯୋଗ୍ୟ ଡାଇଲିସିସ ହେଉଥିବା ରୋଗୀ ବେଳେ ବେଳେ ଏସ ସି ବି ସଂକ୍ରମଣ ହୋଇଥାଏ । ତେବେ ଏହାର ସୁଯୋଗ ନେଇ ଫୁଲବାଣୀ ଡାକ୍ତର ଖାନା ଡାଇଲିସିସ କେନ୍ଦ୍ରର କର୍ମଚାରୀ ମାନେ ନେଗୀଟିଭ ରିପୋର୍ଟ ଥିବା ରୋଗୀ ଙ୍କୁ ପଜିଟିଭ ରିପୋର୍ଟ ବାହାରିଛି ବୋଲି ଡାଇଲିସିସ କରିବାକୁ ମନା କରୁଛନ୍ତି । ଯେଉଁ ଭୁବନେଶ୍ୱର ର ପ୍ରତିଷ୍ଠିତ ମେଡିକାଲ (କିମିସ, ଆପୋଲୋ ) ରୁ ପାଇଥିବା ନେଗେଟିଭ ରିପୋର୍ଟ ମେଡିକାଲ ରେ ପୋଜିଟିଭ ରିପୋର୍ଟ ହେଇଯାଉଛି। ବଡ଼ ବଡ଼ ହସ୍ପିଟାଲ ର ରିପୋର୍ଟ କୁ ଫୁଲବାଣୀ ଡାକ୍ତର ଖାନା ଚେଲେଞ୍ଜ କରିବା ସଦୃଶ୍ୟ ହେଉଛି । ଫଳରେ ରୋଗୀମାନେ ଡାଇଲିସିସ ହେବା ସୁଯୋଗ ପାଉନାହାନ୍ତି। ଭୁବନେଶ୍ୱର ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।ଗୋଟେ ଡାଇଲିସିସ ଲାଇନ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସମ୍ପ୍ରତି ଫୁଲବାଣୀ ଅରବିନ୍ଦ ନଗର ସ୍ଥିତ ରଞ୍ଜନ କୁମାର ମହାପାତ୍ର ନାମକ ଡାଇବେଟିସ ରୋଗୀ ଫୁଲବାଣୀରେ ଡାଇଲିସିସ କରି ନ ପାରି ଜୀବନ ବିକଳରେ ରାତି ରାତି ଭୁବନେଶ୍ୱର ଯାଇ ଦୁଇଟା ରାତି ରେ କିମିସ ରେ ଡାଇଲିସିସ କରାଇଥିଲେ । ରୋଗୀ ମହାପାତ୍ର ଙ୍କୁ ଗତ ମଙ୍ଗଳବାର ଡାଇଲିସିସ ପାଇଁ ଫୋନ କରି ଡାକିଥିଲେ । କିନ୍ତୁ ଏସ ସି ଵି ସଂକ୍ରମଣ ହୋଇଛି ବୋଲି ଫେରାଇ ଦେଇଥିଲେ। ଶ୍ରୀ ମହାପାତ୍ର ଭୁବନଶ୍ୱର କିମିସ ରେ ପୁନର୍ବାର ରକ୍ତ ପରୀକ୍ଷା କରି ଥିଲେ । ଏବଂ ରିପୋର୍ଟ ପୂର୍ବ ଭଳି ନେଗେଟିଭ ବାହାରିଲା ଓ ଡାଇଲିସିସ କରାଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଏମ୍ ଗୁମଣ୍ଡଳୀ ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତ

Sunil Chandra Nayak

ଝାଡ଼ାବାନ୍ତି ଘଟଣା ଅନୁଧ୍ୟାନ କରିବାକୁ ଟିର୍ଲିଆମ ଗାଁରେ ପହଞ୍ଚଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

Sunil Chandra Nayak

Leave a Comment

error: Content is protected !!