ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବାଲେଶ୍ବର,୧୬/୫/୨୨- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତର ଶ୍ରୀରାମପୁର ଅଙ୍ଗନବାଡି କେନ୍ଦ୍ର ପରିସରରେ ଗତ ତା ୧୫/୫/୨୨ରିଖ ରବିବାର ଦିନ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ସରପଞ୍ଚ ବନିତା ପ୍ରଧାନ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ମା ଘଣ୍ଟବାସୁଳୀ ଉଡାଯାତ୍ରା କମିଟି ଏବଂ ମା ଶ୍ରୀରାଦେବୀ ପୋର୍ଟସ୍ ଆସୋସିଏସନ । ସହାୟତା କରିଥିଲେ ବାଲେଶ୍ବରର କେୟାର ନେତ୍ରମ୍ ଅନୁଷ୍ଠାନର ଭିଜନ ଟେକନସିଆନ ପି କେ ସୁନ୍ଦରମ୍ ଏବଂ ସାଥୀମାନେ । ଏହି କାର୍ଯ୍ୟକ୍ରମ ଦିନ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ମୋଟ ୫୨ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ୧୩ ଜଣଙ୍କୁ ଚଷମା ଦିଆଯାଇଥିଲା ଏବଂ ୧୨ ଜଣଙ୍କୁ ମୋତିଆବିନ୍ଦୁ ଅପରେସନ ପାଇଁ ପରାମର୍ଶ ଦିଆଯାଇଥିଲା । ଶିବିର ପରିଚାଳନାରେ ସହଯୋଗ କରିଥିଲେ ଉଡାଯାତ୍ରା କମିଟି ଓ ପୋର୍ଟସ୍ ଆସୋସିଏସନର କର୍ମକର୍ତ୍ତାମାନେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯୁବ ସମାଜସେବୀ ବିଶ୍ବଭୂଷଣ ପ୍ରଧାନ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ସହିତ ଆଗାମୀ ଦିନରେ ଏହିଭଳି ସମାଜସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗଣମାଧ୍ୟମକୁ କହିଥିଲେ । ଏଭଳି ସମାଜସେବା କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଅଞ୍ଚଳବାସୀ ବହୁ ପ୍ରଶଂସା କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାଁ ସୁରାଦେଇ ସେବାସଂଘ ତରଫରୁ ରକ୍ତଦାନ ଶିବିର ଆୟାଜନ, ୬୧ ୟୁନିଟ ରକ୍ତ ସଂଗ୍ରହ

ମାରୱାରୀ ଯୁବା ମଞ୍ଚ ଏବଂ ଜାଗ୍ରୁତି ଶାଖା ତରଫରୁ ଏକ କର୍କଟ ସ୍କ୍ରିନିଂ ଶିବିର ଅନୁଷ୍ଠିତ

Sunil Chandra Nayak

ବିଶ୍ବ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!