ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଟ୍,କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିନିମାରାଥନ୍ ଓ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ

କିଟ୍,କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିନିମାରାଥନ୍ ଓ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ : ତା.୨୫.୦୧.୨୦୨୬ରିଖ:( )କିଟ୍,କିସ୍ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ୮ମ ମିନି ମାରାଥନ ଓ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ -୨୦୨୬ ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ସମସ୍ତଙ୍କ ପାଇଁ ଶିକ୍ଷା କିଟ୍ , କିସ୍ , କିମ୍ ସ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ୨୦୧୬ ମସିହାରୁ ଏହି ପ୍ରୟାସ ଆରମ୍ଭ କରିଆସୁଛନ୍ତି। ସମାଜରେ ଶିକ୍ଷା ହେଉଛି ଶିଶୁର ତୃତୀୟ ନୟନ । ଦାରିଦ୍ର୍ୟ ହେତୁ କୌଣସି ପିଲା ଯେଭଳି ଶିକ୍ଷାରୁ ବଞ୍ଚିତ ନହୁଏ ଏହା ହେଉଛି ଡ଼. ଅଚ୍ୟୁତ ସାମନ୍ତଙ୍କ ଉଦେଶ୍ୟ । ସେଇଥି ପାଇଁ ସେ ସର୍ବଦା ପ୍ରୟାସ ଜାରି ରଖିଛନ୍ତି ଓ ସମସ୍ତଙ୍କ ପାଇଁ ଶିକ୍ଷା ପ୍ରସାର ଦିଗରେ ସେ ନିଜକୁ ସମର୍ପିତ କରି ଦେଇଛନ୍ତି ।ଏହି ଅଭିଯାନର ଏକ ଅଂଶ ଭାବରେ ସେ ଆର୍ଟ ଅଫ୍ ଗିଭିଂ ଅଧିନରେ ସମସ୍ତଙ୍କ ପାଇଁ ଶିକ୍ଷା ନାମକ ଉକ୍ତ ସାମାଜିକ ଅଭିଯାନ ଏବଂ ଆନ୍ଦୋଳନ ଆରମ୍ଭ କରିଛନ୍ତି । ମିନି ମାରାଥନ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ , ଶିକ୍ଷାବିତ୍ ଡ଼. ପୁଷ୍ପଲତା ରଥ, ଶିକ୍ଷାବିତ୍ ଡ. ସମିର କୁମାର ସାହୁ , ସମାଜ ସେବୀ ରାମଚନ୍ଦ୍ର ପାତ୍ର ,ବରିଷ୍ଠ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଭଦ୍ପାଟନ କରିବା ସହ ଡ଼. ଅଚ୍ୟୁତ ସାମନ୍ତଙ୍କ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରି ସ୍ଵୀୟ ବକ୍ତବ୍ୟରେ ଶିକ୍ଷା ମଣିଷ ଜୀବନର ଆଲୋକପଥ। ଏହା କେବଳ ପାଠପୁସ୍ତକର ଜ୍ଞାନ ନୁହେଁ, ବରଂ ଚେତନା, ଚରିତ୍ର ଓ ଆତ୍ମସମ୍ମାନର ଗଠନରେ ଏକ ମୂଳ ଆଧାର। ଏମିତି ଏକ ମହାନ ଧାରଣାକୁ କେନ୍ଦ୍ର କରି “ସମସ୍ତଙ୍କ ପାଇଁ ଶିକ୍ଷା” ବାର୍ତ୍ତାକୁ ସାଧାରଣ ଲୋକଙ୍କ ମନରେ ରୋପଣ କରିବା ଲକ୍ଷ୍ୟରେ କିଟ୍ ଓ କିସ୍ ପକ୍ଷରୁ ପ୍ରତିବର୍ଷ ଏକ ମିନି ମାରାଥନ୍‌ର ଆୟୋଜନ ହୋଇଆସୁଛି। ୨୦୨୬ ମସିହାରେ ଏହାର ୮ମ ସଂସ୍କରଣ ଜାନୁଆରୀ ୨୫ ତାରିଖରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ସହିତ ୩୨ଟି ସ୍ଥାନ ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏକାସଙ୍ଗେ ଆୟୋଜିତ ହେଉଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କିଟ୍ ର ଡେପୁଟି ମ୍ୟାନେଜର ମାନସ ମିଶ୍ର ପ୍ରକାଶ କରିଥିବା ବେଳେ କାର୍ଯ୍ୟକ୍ରମକୁ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ଅଥୟ କୁମାର ସାହୁ ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ , ସେଣ୍ଟ ଜାଭିୟର ହାଇସ୍କୁଲ , ରୟାଲ୍ ଇଣ୍ଟନେସନାଲ ସ୍କୁଲ , ସାନ୍ଧ୍ୟ ମହାବିଦ୍ୟାଳୟ, ଭାରତୀୟ ଜନ ସଂଚାର ସସ୍ଥାନ, ସ୍ମାଟ୍ ଭିଜନ୍ , ଫାୟାର ୱାରିଅର୍, ଆମେଚ଼ର ତାଇକୋଣ୍ଡ ଆସୋସିଏସନ୍ ର ଛାତ୍ରୀ, ଛାତ୍ର ଯୋଗଦାନ କରିବା ସହ ବିଭିନ୍ନ କ୍ଲବ୍ , ବୁଦ୍ଧିଜୀବୀ ଓ ଗଣ ମାଧ୍ୟମର ପ୍ରତି ନିଧି ମାନେ ଯୋଗ ଦାନ କରିଥିଲେ ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଓଡିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ 

masiha

ବିଶ୍ୱ ଯୁବ ଦକ୍ଷତା ଦିବସ ‘2023 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

Sunil Chandra Nayak

ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!