ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଉତ୍ତର ମଧୁବନ,କୁଞ୍ଜକାନ୍ତ ମଙ୍ଗଳା ଓ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚମହାଯଜ୍ଞ-୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଉତ୍ତର ମଧୁବନ,କୁଞ୍ଜକାନ୍ତ ମଙ୍ଗଳା ଓ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚମହାଯଜ୍ଞ-୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ: ତା.୨୭.୦୧.୨୦୨୬ ରିଖ (ମ ନି ସ     )ସ୍ଥାନୀୟ ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ କୁଞ୍ଜକାନ୍ତ ଉତ୍ତର ମଧୁବନ ସ୍ଥିତ ଶିବମନ୍ଦିର,ମା ମଙ୍ଗଳା ମନ୍ଦିର ସନ୍ନିକଟ ପ୍ରାଙ୍ଗଣରେ ଦିବା ଘ.୦୮.୦୦ଟିକା ସମୟରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚମହାଯଜ୍ଞ-୨୦୨୬ ଅନୁଷ୍ଠିତ ହୋଇ ଯାଇଛି।ଇଂଜିନିୟର ବlବୁଚାନ୍ଦ ମlହାଳିକ ଓ ଶକ୍ତି ପ୍ରସାଦ ନନ୍ଦଙ୍କ ମାର୍ଗଦର୍ଶନରେ,ହିନ୍ଦୁ ସମ୍ମିଳନୀର ଆୟୋଜକ ସର୍ବବ୍ୟବସ୍ଥା ପ୍ରମୁଖ ଡ଼ା.ଜଗଦାନନ୍ଦ ତ୍ରିପାଠୀ,ସଭାପତି ଭାବରେ ରାଷ୍ଟ୍ରପତି ସ୍କାଉଟ୍ ତଥା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଭାଗ ସଂଯୋଜକ ପ୍ରଶାନ୍ତ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷା ଡ.ସୁସନ୍ଧ୍ୟା ମହାନ୍ତି,ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ,ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଢେଙ୍କାନାଳ ଜିଲ୍ଲା ସଭାପତି ଡ.ଦୂର୍ଗା ମାଧବ ପୃଷ୍ଟି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତ୍ରିନାଥ ପଲେଇ, ସମ୍ପାଦିକା ଅନିତା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଡ.ସୁସନ୍ଧ୍ୟା ମହାନ୍ତି ସ୍ଵୀୟ ବକ୍ତବ୍ୟରେ ହିନ୍ଦୁ,ହିନ୍ଦୁ ସମାଜ ଓ ସଂସ୍କୃତି ଉପରେ ବାରମ୍ବାର ଷଡ଼ଯନ୍ତ୍ର ପୂର୍ଣ୍ଣ ଆକ୍ରମଣ ହେଉଥିବାରୁ ସମସ୍ତ ହିନ୍ଦୁଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଡ.ଦୂର୍ଗା ମାଧବ ପୃଷ୍ଟି ସ୍ଵୀୟ ବକ୍ତବ୍ୟରେ ହିନ୍ଦୁ ମାନଙ୍କର ଏକତା,ପରିବେଶ ସୁରକ୍ଷା,ଯୌଥ ପରିବାରର ମହତ୍ତ୍ଵ ଓ ସ୍ୱ ଜାଗରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସର୍ବବ୍ୟବସ୍ଥା ପ୍ରମୁଖ ଡ଼ା.ଜଗଦାନନ୍ଦ ତ୍ରିପାଠୀ ସ୍ଵୀୟ ବକ୍ତବ୍ୟରେ ହିନ୍ଦୁତ୍ବ ହିଁ ରାଷ୍ଟ୍ରୀୟତ୍ଵ ଓ ହିନ୍ଦ୍ଵତ୍ଵର ଜାଗରଣ ହିଁ ରାଷ୍ଟ୍ରନିର୍ମାଣର ମୂଳ ଆଧାର ବୋଲି ଦୃଢ ମତବ୍ୟକ୍ତ କରିଥିଲେ।ସଭାପତି ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ହିନ୍ଦୁ ସମ୍ମିଳନୀର ସାଂପ୍ରତିକ ପରିସ୍ଥିତିରେ ଆବଶ୍ୟକତା ଓ ପଞ୍ଚ ମହାଯଜ୍ଞର ମହତ୍ତ୍ଵ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ,ନାମ ଯଜ୍ଞ,ଅନ୍ନ ଯଜ୍ଞ,ସେବା ଯଜ୍ଞ,ହନୁମାନ ଚାଳିଶା ପାଠ ଓ ଗୋ ପୂଜନ କରାଯାଇଥିଲା। ତତ୍ ସହିତ ମଞ୍ଚାସୀନ ଅତିଥି ବୃନ୍ଦ,୩ ନମ୍ବର ୱାର୍ଡ଼ କାଉନସିଲର୍ ଅଭିମନ୍ୟୁ ପଣ୍ଡା,ମ୍ୟୁନିସିପାଲିଟିର ସଫେଇ ସୁପର୍ ଭାଇଜର୍ ଆଦର୍ଶ ଅଭିଷେକ ସ୍ୱାଇଁ,ସ୍ଵଚ୍ଛସାଥୀ ଭାନୁପ୍ରିୟା ରାଉତ,ସ୍ଵଚ୍ଛକର୍ମୀ କାହ୍ନୁ ନାଏକ ଓ ଅମିତ୍ ନାଏକ ପ୍ରମୁଖଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା। ମଞ୍ଚ ସହସଂଯୋଜିକା ମନସ୍ଵିନୀ ମିଶ୍ର,ସବିତା ସିଂ,ସସ୍ମିତା ସାମଲ,ଯଜ୍ଞକର୍ତ୍ତା ସତୀଶ ମୌସମ୍ ମିଶ୍ର,ଜ୍ୟୋତ୍ସ୍ନାରାଣୀ ଓ ପ୍ରଭାସ ମିଶ୍ର ପ୍ରମୁଖ,କାର୍ଯ୍ୟକ୍ରମ ସଂଯୋଜକ ଅରୁଣ କୁମାର ବଳିୟାର ସିଂହ,ଉପସଭାପତି ସସ୍ମିତା ସାମଲ ଓ ଗୋପୀନାଥ ସାହୁ,ସମ୍ପାଦକ ଅନିତା ଦାସ,ସହସଂପାଦକ ସରୋଜ ପଣ୍ଡା ଓ ଶ୍ରୀକାନ୍ତ ଜେନାମଣି,କୋଷାଧ୍ୟକ୍ଷ ମୋହନ କୁମାର ପୃଷ୍ଟି, ଅନସୂୟା ମିଶ୍ର,ପ୍ରଦୀପ୍ତ ମିଶ୍ର,ଆଶୁତୋଷ ପଟ୍ଟନାୟକ,ସୁଜିତ ପଟ୍ଟନାୟକ,ଭୋଜନ ପ୍ରମୁଖ ଜିତେନ୍ଦ୍ର ପଟ୍ଟନାୟକ,ସମୀର ପରିଡ଼ା,୧ ନମ୍ବର ୱାର୍ଡ଼ କାଉନସିଲର୍ ବଳରାମ ସେଠୀ,୨ ନମ୍ବର ୱାର୍ଡ଼ କାଉନସିଲର୍ ଦୀପ୍ତି ରଞ୍ଜନ ସେଠୀ,୩ ନମ୍ବର ୱାର୍ଡ଼ କାଉନସିଲର୍ ଅଭିମନ୍ୟୁ ପଣ୍ଡାଙ୍କ ସମେତ ହିନ୍ଦୁ ସମ୍ମିଳନୀ କମିଟିର ସମସ୍ତ ସଦସ୍ୟା,ସଦସ୍ୟବୃନ୍ଦ ଏହି ଈଶ୍ୱରୀୟ,ସ୍ଵର୍ଗୀୟ କାର୍ଯ୍ୟକ୍ରମ ପରିଚାଳନାରେ ଆର୍ଥିକ,ଶାରୀରିକ ଓ ମାନସିକ ଭାବରେ ପୂର୍ଣ୍ଣପ୍ରାଣରେ ସମସ୍ତ ସହଯୋଗ ପ୍ରଦାନ କରିଥିଲେ।ପରିଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଅରୁଣ କୁମାର ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ୧,୨ ଓ ୩ ନମ୍ୱର୍ ୱାର୍ଡ଼ ଅନ୍ତର୍ଗତ ଏକ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁପ୍ରେମୀ ଅଞ୍ଚଳବାସୀ କାର୍ଯ୍ୟକ୍ରମରେ ସଫଳ ଅଂଶଗ୍ରହଣ କରି ଶେଷରେ ସାମୁହିକ ପ୍ରସାଦ ସେବନ ପୂର୍ବକ ପ୍ରଭୁକୃପା ଲାଭ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,
ସଭାପତି,
ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଉତ୍ତର ମଧୁବନ,କୁଞ୍ଜକାନ୍ତ ମଙ୍ଗଳା ଓ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ସମ୍ମିଳନୀ ଓ ପଞ୍ଚମହାଯଜ୍ଞ-୨୦୨୬ ପାଳନ ପ୍ରସ୍ତୁତି ଓ କାର୍ଯ୍ୟକାରୀ କମିଟି 
ଟେଲିଫୋନ : ୦୬୭୬୨୨୨୬୫୬୯(ଘରୋଇ)
ଦୂରଭାଷ :୯୪୩୭୧୦୬୫୬୯; ୭୦୦୮୯୫୯୯୪୫;
ଇ-ମେଲ: debisirscience@gmail.com
debiprasadmishra085@gmail.com

Related posts

ଆଜିଠୁ ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

ସେକ୍ଟର – ୧୪, ଲକ୍ଷ୍ମୀ ନାରାୟଣ ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ରାୟଗଡ଼ରେ ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନର ୧୦୦ ଦିନିଆ ସଚେତନତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!