ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରି ଦଶନ୍ଧି ଧରି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଶିକ୍ଷା, ସ୍ଵାସ୍ଥ୍ୟ ଓ ମୌଳିକ ସମସ୍ୟା ସମାଧାନ ଦିଗରେ ‘ପ୍ରେମ୍‌‍’ର ଅବଦାନ ଅବିସ୍ମରଣୀୟ : ମନ୍ତ୍ରୀ ବିଭୁତି ଜେନା

ଚାରି ଦଶନ୍ଧି ଧରି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଶିକ୍ଷା, ସ୍ଵାସ୍ଥ୍ୟ ଓ ମୌଳିକ ସମସ୍ୟା ସମାଧାନ ଦିଗରେ ‘ପ୍ରେମ୍‌‍’ର ଅବଦାନ ଅବିସ୍ମରଣୀୟ : ମନ୍ତ୍ରୀ ବିଭୁତି ଜେନା
ପ୍ରେମ ସ୍ଵେଚ୍ଛାସେବୀ ସଂଗଠନ ଏବଂ ଆଜମି ପ୍ରେମଜି ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟିତ

ଖାରିଗୁଡ଼ା (ଗଜପତି) : ଗଜପତି ଜିଲ୍ଲା ମୋହନା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଖାରିଗୁଡା ଠାରେ ପାଞ୍ଚ ଲକ୍ଷ ଷାଠିଏ ହଜାର ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପକୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଲୋକାର୍ପଣ କରିଥିଲେ। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵଚ୍ଛତା, ଆତ୍ମ ନିର୍ଭରଶୀଳ ଚାଷ ସହ ପାନୀୟ ଜଳ ପ୍ରତି ଗୁରୁତ୍ଵ ଦେଇ ଗଜପତି ଜିଲ୍ଲାରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ “ନବୀନ”ସମ୍ୱାଦପତ୍ରର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ରବି ରଥ ପ୍ରେମ ରାଜ୍ୟର ଚଉଦଟି ଜିଲ୍ଲାରେ ଲୋକଙ୍କ ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟଧାରା ଚାଲୁ ରଖିଥିବା ପ୍ରକାଶ କରିଥିଲେ। ଏହା ସହିତ ବିଶେଷକରି ଆଦିବାସୀ ଅଞ୍ଚଳରେ ସାମାଜିକ ଜୀବନର ପରିବର୍ତ୍ତନ ଆଣିବା ଏବଂ ମୌଳିକ ସମସ୍ୟା ସମାଧାନ କରିବା ପ୍ରେମର ଅବଦାନ ଅତୁଳନୀୟ ବୋଲି କହିଥିଲେ । ପ୍ରେମ ସଂସ୍ଥାର ନିର୍ଦ୍ଦେଶକ ଜକୋବ ଥୁଣ୍ଡିଲ ନିଜ ବକ୍ତବ୍ୟରେ ସଂସ୍ଥା ଲୋକଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟ ଲୋକଙ୍କ ସହଯୋଗରେ ଚାଲୁ ରହିଥିବା ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରେମ ସଂସ୍ଥା ଦ୍ଵାରା ଲୋକ ବିଭିନ୍ନ ପ୍ରକାର ସୁବିଧା ସହ ଜନହିତକର କାର୍ଯ୍ୟ ଦ୍ଵାରା ସଫଳ ହେଲେ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ପ୍ରକାଶ କରୁଥିବା ସହ ଆନନ୍ଦ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ସଂସ୍ଥାର ଲୋକ ସମ୍ପର୍କ ଅଧିକାରୀ ରତନ ମିଶ୍ର ଉପସ୍ଥିତ ଥିବା ଅତିଥି ମାନଙ୍କୁ ସାଧୁବାଦ ଜଣାଇଥିବା ସହ ନିର୍ଦ୍ଦେଶକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଂସ୍ଥାର ଅଧିକାରୀ ମାନେ ମନ୍ତ୍ରୀଙ୍କୁ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ନିବେଦନ କରିଥିଲେ। ପ୍ରେମ ସଂସ୍ଥା ଦୀର୍ଘ ଚାଳିଶ ବର୍ଷ ହେଲା ଆଦିବାସୀ ଦଳିତ କୃଷକ ମତ୍ସ୍ୟଜିବି ଓ ମହିଳା ମାନଙ୍କ ଉନ୍ନତି ନିମନ୍ତେ ଅନବରତ କାର୍ଯ୍ୟ କରି ଚଳୁଥିବା ଉପସ୍ଥିତ ଅତିଥି ମାନେ ଆଲୋକପାତ କରିଥିଲେ। ଯେତେବେଳେ ଆଦିବାସୀ ଲୋକେ ଦିନକୁ ଦୁଇ ଓଳି ଖାଇବାକୁ ଖାଦ୍ୟ ପାଇ ପାରୁନଥିଲେ, ପିନ୍ଧି ବାକୁ ବସ୍ତ୍ର ଓ ରହିବାକୁ ବାସ ଗୃହର ଅଭାବ ଥିଲା ଓ ନିରକ୍ଷରତା ଯୋଗୁଁ ସମସ୍ତେ ଅନ୍ଧକାରରେ ରହୁଥିଲେ ସେହି ସମୟରେ ପ୍ରେମ ସଂସ୍ଥା ଗଜପତି ଜିଲ୍ଲା ରେ ଆରମ୍ଭ ହୋଇଥିଲା। ପ୍ରେମ ସଂସ୍ଥା ର ପ୍ରତିଷ୍ଠାତା ଡ଼ା. ଜାକୋବ ଥୁଣ୍ଡିଲ ତାଙ୍କ କେତେକ ସହଯୋଗୀଙ୍କୁ ନେଇ 1984ମସିହା ରେ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ମାନବବାଦୀ ଚିନ୍ତାଧାରାରେ ସେହି ସମୟରେ ସମାଜରେ ପ୍ରଚଳିତ ଥିବା ବିଭିନ୍ନ ସମସ୍ୟା ସମାଧାନ ପୂର୍ବକ ଜନ ହିତକର କାର୍ଯ୍ୟକ୍ରମ କରି ଆସୁଥିବା ଦେଖିବାକୁ ମିଳୁଛି। ସଂସ୍ଥା ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା ନେଇ ଓଡ଼ିଶା ଏବଂ ଓଡ଼ିଶା ବାହାର କେତକ ରାଜ୍ୟରେ ଲୋକଙ୍କ ପାଇଁ କାର୍ଯ୍ୟ ଧାରା ଚାଲୁ ରହିଥିବା ପ୍ରକାଶ କରିଛନ୍ତି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ପାରଳାର ପୂର୍ବତନ ବିଧାୟକ କେ. ନାରାୟଣ ରାଓ, କାମଦେବ ବଡନାୟକଙ୍କ ସମେତ ବିଡିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ହରଭଙ୍ଗୀ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଜୀବ ପଣ୍ଡିତ, ସମାଜସେବୀ ଅଜିତ କୁମାର ପାତ୍ର ସମେତ ବିଜେପିର ବହୁ ବରିଷ୍ଟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ। ସଂସ୍ଥା ବର୍ତ୍ତମାନ ଲୋକଙ୍କୁ ସଚେତନ କରିବା ନିମନ୍ତେ ବିଷ ମୁକ୍ତ ଓ ଋଣ ମୁକ୍ତ ସମାଜ ଗଠନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ପ୍ରେମର କାର୍ଯ୍ୟଧାରା କୁ ସାଧାରଣରେ ଉଚ୍ଚ ପ୍ରଶଂସା କରିବା ଶୁଣିବାକୁ ମିଳିଥିଲା।

Related posts

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରଦର୍ଶନୀ

Sunil Chandra Nayak

କପିଳାଶରେ ଧାନବେଣୀ ଯୁବକ ସଂଘ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

masiha

Leave a Comment

error: Content is protected !!