ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଧଡ଼କ କାଠ ଓ ପଥର ଚାଲଣ ହେଉଛି ଡ୍ୟାମ ଅଞ୍ଚଳରେ ନୀରବ ଉଭୟ ପ୍ରକଳ୍ପ ପ୍ରଶାସନ ଓ ବନ ବିଭାଗ 

ତେନ୍ତୁଳିଖୁଣ୍ଟି – ୩୧/୦୫/୨୩ :- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ ର ପୋଡ଼ାଗଡ଼ ଡ୍ୟାମ ଅଞ୍ଚଳ ରେ ବେଧଡ଼କ କାଠ ,ପଥର ଚାଲଣ ହେବା ସହ ପାହାଡ଼ କାଟି ସମତଳ କରି ମୃତ୍ତିକା କ୍ଷୟ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି କିନ୍ତୁ ଉଭୟ ପ୍ରକଳ୍ପ ପ୍ରଶାସନ ଓ ବନ ବିଭାଗ ଚୁପ ରହୁଥିବା ଦେଖାଯାଉଛି। ବେଧଡକ ଚାଲିଛି କାଠ ଚୋରା ଚାଲାଣ ନେଇ ଖବର ପ୍ରସାରଣ ପରେ କିଛି ଦିନ ବନ୍ଦ ରହୁଛି ,ପରେ ପୁଣି ଆରମ୍ଭ ହୋଇଯାଉଛି। ତେନ୍ତୁଳିଖୁଣ୍ଟି ବନ ବିଭାଗ ସେଦିଗରେ ନୀରବତା ନେଇ ପ୍ରଶ୍ନ ସୃଷ୍ଟି ହେଉଛି ।ସମାନ ଢଙ୍ଗ ରେ ସମାନ ସ୍ଥାନ ରୁ ବେଧଡକ କାଠ ଚୋରା ଚାଲାଣ ହେଉଥିବା ବେଳେ ବିଭାଗ ସବୁ ଜାଣି ମଧ୍ୟ ଚୁପ ରହୁଥିବାରୁ ତେନ୍ତୁଳିଖୁଣ୍ଟି ବନ ବିଭାଗ ଅଧିକାରୀ ଏବଂ କାଠ ମାଫିଆ ଙ୍କ ସଲାସୁତରା ରେ ଏହି ବ୍ୟବସାୟ ହେଉଥିବା ଅଭିଯୋଗ ହେଉଛି ।ସରକାର ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାନ କରି ଜଙ୍ଗଲ ହିଁ ଜୀବନ ନାରା ଦେଉଥିବା ବେଳେ ବନବିଭାଗ କର୍ମଚାରୀ ଙ୍କ ଉଦାସୀନତା ଯୋଗୁ ଜଙ୍ଗଲ ନଷ୍ଟ ମୃତ୍ତିକା କ୍ଷୟ ପଥର ଚାଲଣ ହେଉଥିଲେ ହେଁ ସେ ଦିଗରେ ଉପରିସ୍ଥ ଅଧିକାରୀ ଙ୍କ ଦୃଷ୍ଟି ପଡୁନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ।ବିଭାଗୀୟ ଅଧିକାରୀ ଏବଂ କାଠମାଫିଆ ଙ୍କ ମଧୁଚନ୍ଦ୍ରିକା ହେତୁ ସରକାର ଙ୍କ ଜଙ୍ଗଲ ହିଁ ଜୀବନ ନାରା ପ୍ରହସନ ପଲଟିବାକୁ ବସିଲାଣି । ତେବେ ତେନ୍ତୁଳିଖୁଣ୍ଟି ବନ ବିଭାଗ ଅଧୀନରେ ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଥିବା ଅଭିଯୋଗ ପରେ ମଧ୍ୟ ଉପରିସ୍ଥ ଅଧିକାରୀ ଙ୍କ ଗେଲ୍ହା ପୁଅ ପାଲଟିଛନ୍ତି ତେନ୍ତୁଳିଖୁଣ୍ଟି ବନ କର୍ମଚାରୀ । କାଠ ଚୋରା ଚାଲାଣ ର ପ୍ରମୁଖ ସ୍ଥଳୀ ପାଲଟିଛି ତେନ୍ତୁଳିଖୁଣ୍ଟି ବ୍ଲକ ର ପୋଡ଼ାଗଡ଼ ଡେମ ଅଂଚଳ ।ପ୍ରତିଦିନ ବୋହୁ ସଂଖ୍ୟକ ମୂଲ୍ୟବାନ ବୃକ୍ଷ କୁ କାଟି ମାଫିଆ ମାନେ ବ୍ୟବସାୟ ଚଳାଇଛନ୍ତି ।ଏନେଇ ବହୁବାର ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ ମଧ୍ୟ କରାଯାଇଛି ।ଖବର ପ୍ରସାରଣ ର କିଛି ଦିନ ନୀରବତା ପରେ ପୁଣି ଆରମ୍ଭ ହେଉଛି ଏହି ବ୍ୟବସାୟ । ଇନ୍ଦ୍ରାବତୀ ପ୍ରକଳ୍ପ ପୋଡ଼ାଗଡ଼ ଡେମ ଠାରେ ବହୁ ପରିମାଣ ର କାଠ ଜମା ହୋଇଥିବା ଦେଖିବାକୁ ମିଳିଥିଲା ।ପ୍ରତିଦିନ ସକାଳ ସମୟରେ ମାଫିଆ ମାନେ ଏହି ବନ୍ଧ ନିକଟରେ କାଠ ଗଦା କରୁଥିବା ବେଳେ ଆରଦିନ ରାତ୍ର କିମ୍ବା ବଡି ଭୋରୁ କାଠ ଟ୍ରାକ୍ଟର କିମ୍ବା ଅଟୋ ମାଧ୍ୟମରେ ନେଉଥିବା ଦେଖିବାକୁ ମିଳିଛି ।ଦିନ ତମାମ ଡ୍ୟାମ ନିକଟରେ ଏତେ ସଂଖ୍ୟକ କାଠ ଜମା ହୋଇ ରହୁଥିବା ବେଳେ ବନବିଭାଗ ନିକଟରେ କିଭଳି ତାହାର ଖବର ପହଂଚି ପାରୁନାହିଁ ତାହା ପ୍ରଶ୍ନ ସୃଷ୍ଠି କରୁଛି ।ଏହି କାଠ ହୁଏତ ଡ୍ୟାମ ଆରପାରିରୁ ଡଙ୍ଗା ମାଧ୍ୟମରେ ଆସୁଥାଇ ପାରେ । ସେ ଯାହାବି ହେଉ ବନବିଭାଗ ଏନେଇ ଅବଗତ ଥାଇ ମଧ୍ୟ ଚୁପ ବସୁଥିବାରୁ ବନବିଭାଗ ନାକତଳେ ଏହି ବ୍ୟବସାୟ ଚାଲିଥିବା ଆଲୋଚନା ହେଉଛି ।

ପ୍ରତିଦିନ ବାର୍ହା ଶିକାର ପାଇଁ ଶିକାରୀ ମାନେ ଅଭିନବ ଉପାୟରେ ବିଦୂତ ସଂଯୋଗ କରି ବେଧଡକ ଭାବରେ ଶିକାର କରୁଛନ୍ତି । ତୁରନ୍ତ ବନବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଏଦିଗରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବନ୍ୟ ଜନ୍ତୁ ଙ୍କ ସମେତ ଜଙ୍ଗଲ କ୍ଷୟ ହେବା ଏକ ପ୍ରକାର ସୁନିଶ୍ଚିତ । ପ୍ରକଳ୍ପ ଅଧିକାରୀ ଙ୍କ ଠାରୁ ଏନେଇ କୌଣସି ଅଭିଯୋଗ ଆମେ ପାଇନାହୁଁ ଅଭିଯୋଗ ଆସିଲେ କସର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫରେଷ୍ଟର ଅମିତ କୁମାର କହିଛନ୍ତି। 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗୁଳିକାଣ୍ଡରେ ରକ୍ତ ରଂଜିତ ହେଲା ଵହଳଦା ; ଆସାମୀ ସହ ଜଣେ ଗୁରୁତର ; ମାଉଜର ସହ ୬ ଗୁଳି ଜବତ

ଧର୍ମଗଡ ଥାନା ପୋଲିସ କୁ ସଫଳତା , ୧୨ ଗୋଟି ଚୋରୀ ଦୁଇଚକିଆ ଯାନ ଉଦ୍ଧାର , ଜଣେ ଗିରଫ

Sunil Chandra Nayak

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!