ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଅଣ୍ଟାମଡ଼ା ଗାଁରେ ୪ ଟି ପରିବାରଙ୍କ ଘର ଭଙ୍ଗାକୁ ନେଇ ୭ ଜଣଙ୍କୁ କୋର୍ଟ ଚାଲାଣ , ୨- ମରଣ ଜନ୍ତା ପାଲିଟିଛି ରାସ୍ତା ଦୋୟନୀୟ ଭାବରେ ୫ ଖଣ୍ଡ ଗ୍ରାମ ଲୋକେ 

ଅଣ୍ଟାମଡ଼ା ଗାଁରେ ୪ ଟି ପରିବାରଙ୍କ ଘର ଭଙ୍ଗାକୁ ନେଇ ୭ ଜଣଙ୍କୁ କୋର୍ଟ ଚାଲାଣ 

ବନ୍ଧୁଗାଁ ତା ୧୩/୬/୨୫ ବନ୍ଧୁଗାଁ ବ୍ଲକ ଜାଗୁଗୁଡା ପଞ୍ଚାୟତ ଅଣ୍ଟାମଡା ଗାଁର ଲୋକେ ନିଜ ଗୋଷ୍ଟିର ୪ ଟି ପରିବାରଙ୍କ ଘର ଭାଙ୍ଗି ମାଡ ମାରି ଗାଁ ରୁ ତଡି ଦେଇଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୁଚନା ଅନୁଯାୟୀ ଗତ ସୋମବାର ସାନ୍ଧ୍ୟ ୬ ଘଣ୍ଟା ସମୟରେ ଗାଁ ଲୋକ ଅଚାନକ ଗାଁ ରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ତାଡିଂଡଙ୍ଗର ପାଖ ପାହାଡ ପାଖରେ ବସବାସ କରୁଥିବା ୪ ଜଣଙ୍କ କୁଡ଼ିଆ କୁ ଯାଇ କୁଡ଼ିଆ ଘର ଭାଙ୍ଗିବା ସହିତ ମାଡ ମାରି ଥିଲେ। ପରେ ଗାଁ କୁ ଆସି ଗାଁ ଭିତରେ ଥିବା ଦୁଇଟି ଟାଇଲ ଘର, ଗୋଟିଏ ଆଜବେଷ୍ଟ ଘର ଓ ଗୋଟିଏ ଟିଣ ଘର ର ଛପର ଭାଙ୍ଗି ଦେଇ ଥିଲେ। ପ୍ରାଣ ଭୟରେ ସିରାଞ୍ଜି ହାରେକା, କାର୍ତି ହାରେକା, ଯାନ୍ନା ମେଲେକା ଓ ଗପାଲୁ ହୁଇକା ପରିବାରଙ୍କ ସହିତ ନିକଟସ୍ତ ଜଙ୍ଗଲ ଉପରକୁ ଯାଇ ରାତ୍ରି ବିତାଇ ଥିଲେ। ପରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହେବା ରୁ ଏକ ଟାରପେଲ୍ ଦେଇ ତେନ୍ତୁଳି ଗଛ ମୂଳରେ ଆଶ୍ରୟ ନେଇ ଥିଲେ। ଗତ କାଲି ପରିବାର ସମସ୍ତେ ବନ୍ଧୁଗାଁ ଥାନା ରେ ପହଞ୍ଚି କୌଣସି କାରଣ ନ ଥାଇ ହଠାତ ଘର ଭାଙ୍ଗିବା , ପରିବାର ସ୍ବାମୀ ସ୍ତ୍ରୀ ଙ୍କୁ ମାଡ ମାରିବା ସହିତ ଜୀବନରେ ମାରିବାକୁ ଧମକ ଦେଇ ଆଉ ଗାଁ କୁ ଫେରି ନ ଆସିବାକୁ ଧମକ ଦେଇଥିବା ଅଭିଯୋଗ କରି ଲିଖିତ ଭାବେ ଥାନାରେ କେଶ ଦେଇଥିଲେ। ବନ୍ଧୁଗାଁ ଥାନାରୁ ଏସ ଆଇ ବିଜୟ ମୁର୍ମୁ ଲିଖିତ ଅଭିଯୋଗ ପାଇବା ପରେ ଆଇଆଇସି ପ୍ରସନ୍ନ କୁମାର ମିଶ୍ରଙ୍କ ଉପସ୍ଥିତିରେ ୭ ଜଣ ମୁଖ୍ୟ ଆସାମୀଙ୍କୁ କେଶ ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି। ସୁଚନା ଅନୁଯାଇ ୪ ଜଣ ପରିବାର ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ନ ଥିଲେ କିନ୍ତୁ ଅଳ୍ପ କିଛି ଦିନ ନିଜ ଘରେ ବସି ବାଇବଲ ପ୍ରଚାର ଶୁଣୁ ଥିବା ସହ ପ୍ରାର୍ଥନା ବସୁଥିଲେ, ଏହା କୁ ନେଇ ଗାଁ ଲୋକେ ଏକତ୍ରିତ ହୋଇ ୪ ଜଣଙ୍କ ଘର ଓ କୁଡ଼ିଆ ଘର ଭାଙ୍ଗିବା ସହିତ ବହୁତ ମାଡ ମାରିଥିବା, ଆଜି ଆମ ଗଣମାଧ୍ୟମକୁ ଜଣାଇଥିଲେ । ଘର ଭାଙ୍ଗିବା ପରେ ବର୍ତ୍ତମାନ ସେହି ପରିବାର ଗୁଡିକ ପ୍ରାଣ ଭୟରେ କେଉଁ ଆଡେ ଲୁଚି ରହି ଥିବାରୁ ଆଜି ଥାନାକୁ ଆସି ନଥିବା ଜାଣିବାକୁ ମିଳିଛି। ବାଧ୍ୟାତା ମୂଳକ ଧର୍ମାନ୍ତିକରଣ ହେଉଛି ଅପରାଧ ଏଥି ପାଇଁ ଦଣ୍ଡ ମଧ୍ୟ ରହିଛି। ଜଣେ ଲୋକ ନିଜ ଇଚ୍ଛା ହେଉଛି ସେ କିଛି ଦିନ ବାଇବେଲ ପ୍ରଚାରିତ ବାକ୍ୟ ସୁଣୁଛି ଓ ପ୍ରାର୍ଥନାରେ ବସୁଛି ଏହା ଦ୍ୱାରା ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ଦେଇଛି ଭାବିବା ଠିକ ନୁହଁ ସେହି ବ୍ୟକ୍ତି ମାନେ ଆଇନ ଅନୁଯାୟୀ ଖ୍ରୀଷ୍ଟିଆନ ହୋଇ ନାହାନ୍ତି। ଏହାକୁ ସନ୍ଧେହ କରି ଘର ଭାଙ୍ଗିବା ଓ ମାଡ ମାରି ଗାଁ ରୁ ତଡି ଦେବା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ଅଟେ। ବନ୍ଧୁଗାଁ ବ୍ଲକ ରେ କିଛି ଲୋକ ଅଛନ୍ତି ସେମାନେ ଲୋକ ଲୋଚନକୁ ନ ଆସି ଲୋକଙ୍କୁ ଉସୁକାଇ ଏହି ପ୍ରକାର ଘର ଭାଙ୍ଗିବା, ମାଡ ମାରିବା ଓ ଗାଁ ରୁ ତଡି ଦେବା କରୁ ଥିବା ଜାଣିବାକୁ ମିଳିଛି। ଯାହା ଫଳରେ ନିଜ ଗୋଷ୍ଟିର ନିରୀହ ଲୋକେ ଏହି ପ୍ରକାର କାଣ୍ଡ କରି ଦଣ୍ଡ ଭୋଗିବାକୁ ପଡୁଛି।

 ମରଣ ଜନ୍ତା ପାଲିଟିଛି ରାସ୍ତା ଦୋୟନୀୟ ଭାବରେ ୫ ଖଣ୍ଡ ଗ୍ରାମ ଲୋକେ 

ବନ୍ଧୁଗାଁ ତା, ୧୩/୬/୨୫, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭଗଣ୍ଡା ପଞ୍ଚାୟତ ର ୫ ଖଣ୍ଡ ଗ୍ରାମକୁ ଯିବା ପାଇଁ ହେଲେ ବନ୍ଧୁଗାଁ ସଦର ୯ କିଲୋମିଟର ଦୂର ପଡିଥାଏ I ଏହି ୫ ଖଣ୍ଡ ଗ୍ରାମ ହେଲା ଫୁଲୁଗୁମି, ଟାଙ୍କୁ, ଜାଡ଼ବା, ଚିନା କାମରା, ପେଦା କାମରା, ଏହି ଗ୍ରାମ ଗୁଡିକ ଜଙ୍ଗଲ ଭିତର ପାହାଡ଼ ଘେରାରେ ଅବସ୍ଥିତ I ଏହି ଗ୍ରାମ ଲୋକେ ଘର ପାଇଁ ଆବଶ୍ୟକ ଛୋଟ ଛୋଟ ଜିନିଷ ହେଉ କି ସୌଦା ପତ୍ର ନଚେତ କୁମ୍ବଗଣ୍ଡା ଠାରେ ହୋଇଥିବା ସାପ୍ତାହିକ ବଜାର ଓ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ ବ୍ଲକ କାର୍ଯ୍ୟଳୟ କୁ ଯିବା ପାଇଁ ହେଲେ ମଧ୍ୟ ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ଅତି କମରେ ୫୦୦ ଖଣ୍ଡ ଘର ପରିବାର ଲୋକେ ଏହି କୋଚଡ଼ା ଭାବରେ ରହିଥିବା ମାଟି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି I ବର୍ଷ ବର୍ଷ ଧରି ସରକାରଙ୍କୁ ଲିଖିତ ଭାବରେ ଗୁହାରି ଜଣାଇବା ସତେ ମଧ୍ୟ ଏଠିପ୍ରତି ନଜର ପଡ଼ୁନି I ଥରେ ବର୍ଷ ପୂର୍ବେ ସରକାରୀ ବାବୁମାନେ ଆସି ରାସ୍ତାର ଅବସ୍ଥା ଦେଖି ଯାଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା କିଛି ଗ୍ରାମକୁ ଭଲ ରାସ୍ତା ନଥିବାରୁ ଲୋକେ ନାନା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି I ଏହି ରାସ୍ତା ଦେଇ ଦୁଇ ଚକିଆ ଯାନରେ ଯିବାପାଇଁ ମଧ୍ୟ ବହୁତ ଭୟରେ ଯିବା ଆସିବ କରିଥାନ୍ତି I ରୋଗୀଙ୍କ ପାଇଁ ଚାରି ଚକିଆ ଯାନ ଗାଁକୁ ଯିବା ପାଇଁ ଅସୁବିଧା ହୁଏ I ବର୍ଷା ମାସ ଆସିଲେ ଏହି ରାସ୍ତାର ମାଟି ବର୍ଷା ପାଣିରେ ଧୋଇହୋଇ ଖାଲ ଖାଲ ହୋଇପଡ଼େ, ଲୋକେ ନିଜର କାମକୁ ନେଇ କୁମ୍ବଗଣ୍ଡା ପଞ୍ଚାୟତ କୁ ଚାଉଳ ହଉ ବୃଦ୍ଧ ଙ୍କ ବାର୍ଦ୍ଧକ୍ୟ ଭତା ହେଉ ଚାଲି ଚାଲି ହିଁ ପ୍ରାୟ ଲୋକେ ଯାଇଥାନ୍ତି I ଏହିପରି ଏହି ଅଞ୍ଚଳବାସୀ ଙ୍କ ପାଇଁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଲୋକଙ୍କ ଜରୁରୀ କାର୍ଯ୍ୟ ବ୍ଲକ ହେଉ କି ପଞ୍ଚାୟତ ରେ ରହିଥିଲେ ବି ଗାଡି ମୋଟରର ଯିବାଆସିବା ହଉନଥିବା ଯୋଗୁଁ ଯିବାପାଇଁ ମଧ୍ୟ ନାରାଜ ହୋଇଥାନ୍ତି I ରାସ୍ତା ଖଣ୍ଡିଏ ଭଲ ନଥିବାରୁ ଶିକ୍ଷା ବିଭାଗ ହେଉ କି ସ୍ୱାସ୍ଥ୍ୟ ବିବାଗ ହେଉ କି ଅଙ୍ଗନ ବାଡ଼ି ବିଭାଗ ହେଉ ଠିକ ସମୟରେ ଗାଁରେ ପହଁଞ୍ଚି ନ ପାରି ସେବା ମଧ୍ୟ ଯୋଗେଇବାରେ ଅସୁବିଧା ହୋଉଥିବାର ଗାଁ ଲୋକଙ୍କ ଦ୍ୱାରା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଶିକ୍ଷାବିତ୍ ଚନ୍ଦ୍ରମଣି ମିଶ୍ରଙ୍କ ପରଲୋକ

masiha

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ଜିଲ୍ଲପାଳ

Sunil Chandra Nayak

Leave a Comment

error: Content is protected !!