ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା

ଭବାନୀପାଟଣା: ତା 13.6.2025 ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ ନୂଆ ସରକାର ଙ୍କ ଦ୍ଵାରା କାର୍ଯ୍ୟକାରୀ ହେଇଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ ସ୍ରୁଷ୍ଟି କରିବା ନିମନ୍ତେ ରାଜ୍ୟ ବ୍ୟାପୀ ଜୁନ 12 ତାରିଖ ରୁ ଜୁନ 20 ତାରିଖ ପର୍ଯ୍ୟନ୍ତ ସାଧାରଣ ସଭା, ପ୍ରଦର୍ଶନ,ଆଲୋଚନା ଚକ୍ର, ବିଭିନ୍ନ ବିଭାଗ ଦ୍ଵାରା ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତୋଦୟ ଯୋଜନା, କାର୍ଯ୍ୟାଦେଶ ପ୍ରଦାନ,ନୂତନ ରେସନ୍ କାର୍ଡ, ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ ନିମନ୍ତେ ସ୍ଥିରୀକୃତ ହୋଇଛି।ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକାଶ ମେଳା ର ଦିତୀୟ ଦିବସର ମୁଖ୍ୟ ଅତିଥି ଭାବେ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଯୋଗଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ ନୂଆ ସରକାର କଥା ଦେଇ କଥା ରଖି ରାଜ୍ୟ ର ଜନସାଧାରଣଙ୍କ ହିତ ଉଦ୍ଦେଶ୍ଯ ରେ କାର୍ଯ୍ୟକାରୀ କରିଥିବା ଓ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବିକାଶ ମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲା ର ପ୍ରଭାରୀ ଦାୟିତ୍ଵ ତୁଲାଉ ଥିବାରୁ ଜିଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ଆବଶ୍ୟକ ସମସ୍ତ ପଦେକ୍ଷପ ସରକାରଙ୍କ ତରଫରୁ ନିଆଯିବ ଓ ଏଥିପାଇଁ ସମସ୍ତଙ୍କ ର ସହଯୋଗ ର ଆବଶ୍ୟକତା ରହିଛି ବୋଲି ମାନ୍ୟବର ମନ୍ତ୍ରୀ ଦର୍ଶାଇଥିଲେ । ଏହି ଅବସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ ) ରେ ଦୁଇ ଜଣ ଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ର୍ୟତେକ ଙ୍କୁ 2 ଲକ୍ଷ 50 ହଜର ଟଙ୍କା ର କାର୍ଯ୍ୟାଦେଶ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପାଞ୍ଚ ଜଣ ଅନୁକମ୍ପା ଉପଭୋକ୍ତ ଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା,ଦୁଇ ଜଣ ଶିଳ୍ପ ଉଦ୍ୟୋଗୀ ମଧୁ ଅଗ୍ରୱାଲ, ଏମ୍ ରାମପୁର, ମନମୋହନ କର ଙ୍କୁ ଏମ୍ ଏସ୍ ଏମ୍ ଇ ନୀତି 2022 ଅନୁଯାଇ 15 ଲକ୍ଷ 82 ହଜାର 700 ଟଙ୍କା, 6,15,855 ଟଙ୍କା ର ଅନୁଦାନ ରାଶି ର ଚେକ୍ ମନ୍ତ୍ରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ନିର୍ମାଣ ଶ୍ରମିକ ସହାୟତା ରାଶି,ଆୟୁଷ୍ମାନ କାର୍ଡ, ବୟୋ ବନ୍ଦନା କାର୍ଡ ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ଇତ୍ୟାଦି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା। ସାଧାରଣ ସଭା ଓ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ୍ ବୁଲି ଦେଖିଥିଲେ ଏବଂ ଟାଉନ ହଲ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଭିଜନ୍ 2036 ଓ 2047 ବିକଶିତ ଓଡିଶା ପାଇଁ ବିକଶିତ କଳାହାଣ୍ଡି ବୁଦ୍ଧିଜୀବୀ ସମ୍ମିଳନୀ ରେ ଯୋଗଦେଇ ଜିଲ୍ଲାର ଉନ୍ନତି ଓ ବିକାଶ କିପରି କରାଯିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିରେ ବୁଦ୍ଧିଜୀବୀ ମାନେ ନିଜର ମତ ରଖିଥିଲେ। ଏହି ସବୁ କାର୍ଯ୍ୟକ୍ରମ ରେ ସାଂସଦ କଳାହାଣ୍ଡି ଲୋକସଭା ମାଳବିକା ଦେବୀ,ସାଂସଦ ରାଜ୍ୟ ସଭା, ସୁଜିତ୍ କୁମାର, ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଅଧ୍ୟକ୍ଷ ଜିଲ୍ଲାପରିଷଦ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆଂଚଳିକ ବନ ସଂରକ୍ଷକ କଳାହାଣ୍ଡି, ସନ୍ତୋଷ ଯୋଶୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି ,ଭି ସି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ,ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ପ୍ରମୂଖ ଯୋଗଦେଇ ଥିଲେ। ଏହି ସବୁ କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ଡକ୍ଟର ଉମେଶଚନ୍ଦ୍ର ଶତପଥି, ଡି ଡି ପ୍ଲୀନିଂ ଶ୍ରୀକାନ୍ତ ଦଲେଇ ପରିଚାଳନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। 

( ମ ନି ସ ) 

Related posts

ମୋ ସ୍କୁଲ ପକ୍ଷରୁ ମେଦିନୀପୁର ରେ ଅନୁଚିନ୍ତନ କାର୍ଯକ୍ରମ -୨୦୨୩

Sunil Chandra Nayak

ରାୟଗଡାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

masiha

ଆମପାଣି ଘାଟିରେ ଟ୍ରଲର ଦୁର୍ଘଟଣା ଦୁଇ ଡ୍ରାଇଭର ଗୁରୁତର

Leave a Comment

error: Content is protected !!