ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ 

ନବରଙ୍ଗପୁର:( ୧୩/୦୬/ ୨୦୨୫)(ରବି ନାରାୟଣ ମହାନ୍ତି) ଗତ କାଲି ୧୨.୬.୨୦୨୫ ରିଖ ଦିନ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ, ୨୦୨୫ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ପାପଡାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଏକ ଆଇନ ସଚେତନା ଶିବିର ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୂୟାଁ,ନବରଙ୍ଗପୁର, ସୁଧାଂଶୁ ଶେଖର ବିଶ୍ଵାଳ ବ୍ଲକ ପ୍ରୋଗ୍ରାମ ମାନେଜର, ପାପଡାହାଣ୍ଡି, ଶ୍ରୀମତୀ ମନୋରମା ମାଝି, ସାମାଜିକ କର୍ମୀ, ନବରଙ୍ଗପୁର, ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଶିଶୁ ଶ୍ରମିକ ପ୍ରଥା କିଭଳି ଏକ ଅପରାଧ,୧୪ ବର୍ଷରୁ କମ ବୟସର ଶିଶୁ ମାନେ ଶିକ୍ଷାଅଧିକାର ଆଇନ ଅନୁଯାଇ କିପରି ନିଶୁଳ୍କ, ବାଧ୍ୟତାମୂଳକ ଶିକ୍ଷା ପାଇବାକୁ ହକଦାର ଅଟନ୍ତି ଓ ଶିଶୁ ମାନଙ୍କ ପାଇଁ ଥିବା ଅନ୍ୟାନ୍ୟ ଆଇନ ବିଷୟରେ ଆଲୋଚନା କରିଥିଲେ । ଏହି ସଚେତନତା ଶିବିରରେ ସୁଧାଂଶୁ ଶେଖର ବିଶ୍ଵାଳ ବ୍ଲକ ପ୍ରୋଗ୍ରାମ ମାନେଜର, ପାପଡାହାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ପରିଚାଳନା କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଜନ ଔଷଧି କେନ୍ଦ୍ର  ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର 

masiha

ଜବାହାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

masiha

ସେମେଲ ପଦର ଗ୍ରାମଠାରେ ଉତ୍ତର ବନଖଣ୍ତ ତରଫରୁ ୭୪ ତମ ବନମୋହତ୍ସ ଅନୁଷ୍ଠିତ

Leave a Comment

error: Content is protected !!