ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ୯ମ ପଞ୍ଚାୟତ ସମିତି ଅଧିବେଶନ, ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପାଇଁ ନିର୍ଦ୍ଦେଶ

ଅନୁଷ୍ଠିତ ହେଲା ୯ମ ପଞ୍ଚାୟତ ସମିତି ଅଧିବେଶନ, ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପାଇଁ ନିର୍ଦ୍ଦେଶ

ଖଇରା,୧୬/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଖଇରା ପଞ୍ଚାୟତ ସମିତିର ୯ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକ ସାଂସଦ ଅଭିମନ୍ଯୁ ସେଠୀ, ବିଧାୟକ ପଦ୍ମଲୋଚନ ପଣ୍ଡା, ଜିଲ୍ଲାପରିଷଦ ସଦସ୍ୟ ଓ ସଦସ୍ୟା ଗଜେନ୍ଦ୍ର ପ୍ରସାଦ ଦାସ, ସୁଷମା ମହାପାତ୍ର, ରଶ୍ମିତା ମହାପାତ୍ର, ମାନସ କୁମାର ଦାସ, ବିଡ଼ିଓ ଅନନ୍ତ କୁମାର ହାଁସଦା, ନିର୍ବାହୀ ଅତିରିକ୍ତ ଯନ୍ତ୍ରୀ ଉତ୍ତମ କୁମାର ସାହୁ, ବି ଏସ ଏସ ଓ ସରୋଜ କୁମାର ନାୟକ, ପିଇଓ ରଞ୍ଜନ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ୮ମ ଅଧିବେଶନରେ ଗୃହିତ ହୋଇଥିବା ଅଧିକାଂଶ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନ ନ ଥିବାରେ ଗୃହରେ କ୍ଷୁବ୍ଧ ପ୍ରକାଶ କରିଥିଲେ ବିଧାୟକ ଏବଂ ସାଂସଦ । ପ୍ରଥମେ ସଭା ଗୃହରେ ଏଜେଣ୍ଡା ଲୋକ ପ୍ରତିନିଧି ମାନଙ୍କୁ ଠିକ୍ ଭାବେ ବଣ୍ଟନ କରା ଯାଇନଥିବା ଯୋଗୁଁ ସାଂସଦ ବିଡ଼ିଓଙ୍କୁ ତାଗିଦ୍ କରିଥିଲେ ଏବଂ ଶାନ୍ତି ଶୃଙ୍ଖଳାର ସହିତ ଯଦି ପରବର୍ତ୍ତୀ ସମୟରେ କରାନଯାଏ, ଆଗାମୀ ଅଧିବେଶନରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଉକ୍ତ ଅଧିବେଶନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଡକା ଯାଇଥିଲେ ମଧ୍ୟ ଅନୁପସ୍ଥିତ ଥିଲେ । କେଉଁ କାରଣ ପାଇଁ ଅଦ୍ଯ ଅଧିବେଶନରେ ଅନୁପସ୍ଥିତ ରହିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ବିଡ଼ିଓଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି । ଅଧ୍ୟକ୍ଷା, ବିଧାୟକ, ବିଡିଓଙ୍କ ଉପସ୍ଥିତିରେ ଅନ୍ୟ ଏକ ତାରିଖ ଠିକ୍ କରି ସ୍ବତନ୍ତ୍ର ମିଟିଂର ଆୟୋଜନ କରିବା ବିଧାୟକ ବିଡିଓଙ୍କୁ ନିର୍ଦ୍ଦେଶ । ଯେଉଁଥିରେ ବିଭିନ୍ନ ସମସ୍ୟାର ବିଷୟବସ୍ତୁକୁ ନେଇ ଆଲୋଚନା ହୋଇ ସମାଧାନର ପନ୍ଥା ବାହାର କରାଯିବ । ଖୁବ୍ ଶୀଘ୍ର ନୂତନ ବି ଏଲ ସି କମିଟି ଗଠନ କରିବା ନିମନ୍ତେ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ପ୍ରସ୍ତାବ ଦେଇଥିଲେ । ଏଥିରେ ୩୭ ଗୋଟି ପଞ୍ଚାୟତରୁ ଆସିଥିବା ନିର୍ବାଚିତ ଜନ ପ୍ରତିନିଧି ମାନେ ଉପସ୍ଥିତ ବିଭିନ୍ନ ସମସ୍ୟା ବିଷୟରେ ଗୃହରେ ଉପସ୍ଥାପନ କରିଥିଲେ । ଉକ୍ତ ଅଧିବେଶନରେ ସ୍ବାସ୍ଥ୍ୟ, ଖାଦ୍ୟ, ଜଳସେଚନ, ଉନ୍ନୟନ ମୂଳକ କାର୍ଯ୍ୟ, ପାନୀୟ ଜଳ ଓ ପରିମଳ, ମିଶନଶକ୍ତି ଓ ପଞ୍ଚମ ଅର୍ଥ କମିଶନ, ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚାୟତ ସମିତି ଅନୁଦାନ ସମ୍ବନ୍ଧୀୟ ଆଲୋଚନା ହେବାକୁ ଥିବା ବେଳେ ଅନେକ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଆଲୋଚନା ଫଳପ୍ରଦ ହୋଇ ପାରିନଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମହୁମାଛି ଆକ୍ରମଣ ରେ ପକ୍ଷାଘାତ ରୋଗୀ ଗୁରୁତର

Sunil Chandra Nayak

ରାଇରଙ୍ଗପୁର କୃଷକ ଉତ୍ପାଦର ସମନ୍ବୟ ବୈଠକ

masiha

କଳାହାଣ୍ଡି ଜିଲ୍ଲାରେ ବ୍ଲକ ଶିକ୍ଷାଧିକାରୀ ଙ୍କ ଅଭାବ! ୧୧ଟି ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅତିରିକ୍ତ ଙ୍କ ଦାୟିତ୍ବ ରେ, ଦରମା ପାଇ ନାହାନ୍ତି ଶିକ୍ଷକ !

Sunil Chandra Nayak

Leave a Comment

error: Content is protected !!