ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ମିନିଷ୍ଟାଡିୟମ ଠାରେ ୭୪ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ନୂଆପଡା  // ନୂଆପଡା ଜିଲ୍ଲା ମିନିଷ୍ଟାଡିୟମ ଠାରେ ୭୪ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୩ ମହାସମାରୋହରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦେଇ ଜାତୀୟ ପତାକାକୁ ଉତ୍ତୋଳନ କରି, ମିଳିତ ପ୍ୟାରେଡ଼ କୁ ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି। ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ସ୍ବାଧୀନତାର ଦୀର୍ଘ ବର୍ଷ ଅତିକ୍ରମ କରି ଏକ ସୁସ୍ଥ ଶାସନ ଏବଂ ନିର୍ମଳ ପ୍ରଶସନ ପାଇଁ ସମ୍ବିଧାନ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଦେଶ ରେ ସମ୍ବିଧାନ ପ୍ରଣାୟଣ ହୋଇ ସୁଚାରୁ ଢଙ୍ଗରେ ପରିଚାଳିତ ହେଉଅଛି ବୋଲି ଉଦବୋଧନ ଦେଇଥିଲେ।ଏହି ଉତ୍ସବରେ ପୋଲିସ ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ରମ ଯୋଗ ଦେଇଥିଲେ। ମିଲିତ ପ୍ୟାରେଡ଼ ରେ ପୋଲିସ ବାହିନୀ, ସ୍କୁଲ କଲେଜ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ ଦେଶାତ୍ମକ ସଙ୍ଗୀତ,ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାସମାରୋହରେ ପାଳିତ ହୋଇ ଯାଇଅଛି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଥା ଦେଇଥିଲେ କଥା ରଖିଲେ ୫ ଟି ସଚିବ ଭି କେ ପାଣ୍ଡିଆନ! ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟାକୁ ସରକାରଙ୍କ ସ୍ଵିକୃତି

Sunil Chandra Nayak

ଧରାକୋଟ ରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ

Sunil Chandra Nayak

ନୃତ୍ୟାଳୟ କଥକ କଳାକେନ୍ଦ୍ର ଦ୍ୱାରା ନୃତ୍ୟ ତରଙ୍ଗ ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!