ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବେନ୍ଦ୍ର ନାଥ ନନ୍ଦଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ଦେବେନ୍ଦ୍ର ନାଥ ନନ୍ଦଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ରାଉରକେଲା,  ଗୋପବନ୍ଧୁ ପାଠାଗାର ସହ ଛେଣ୍ଡ୍ କଲୋନୀରେ ଥିବା ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାସହ ଜଡ଼ିତ ଥିବା ଦେବେନ୍ଦ୍ର କୁମାର ନନ୍ଦଙ୍କର ୧୨/୯/୨୬ ରିଖ ଅପରାହ୍ନରେ ୭୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ସାମାଗୋଳମୂଳ ଗାଁର ମୂଳ ବାସିନ୍ଦା ସ୍ବର୍ଗତ ନନ୍ଦ ରାଉରକେଲାରେ ଉଚ୍ଚ ଶିକ୍ଷା ଲାଭ ପରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ଉପ ସହକାରୀ ନିବନ୍ଧକଭାବରେ କାର୍ଯ୍ୟ କରି ଅବସର ପରେ ଛେଣ୍ଡ କଲୋନୀ, ଫେଜ୍-୨, ସି୨ଏମ୍ ବ୍ଲକ୍ ରେ ପରିବାର ସହ ରହିଆସୁଥିଲେ । ଶ୍ରୀ ନନ୍ଦ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କିଛି ଦିନ ହେବ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ନନ୍ଦ ଗୋପବନ୍ଧୁ ପାଠାଗାର ସହ, ଛେଣ୍ଡ୍ ସିଟିଜେନ କମିଟି, ସିନିଅର ସିଟିଜେନ୍ ଆସୋସିଏସନ୍, ରାଉରକେଲା ରିଟାୟର୍ଡ ଏମ୍ପ୍ଲଇଜ୍ ଆସୋସିଏସନ, ମଡେଲ ସିନିଅର ସିଟିଜେନ୍ ଆସୋସିଏସନ୍ ପ୍ରଭୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସହ ଜଡ଼ିତ ରହି ସମାଜ ସେବାରେ ବ୍ରତୀ ଥିଲେ। 

ତାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରର ସଭାଗୃହରେ ଏକ ମିଳିତ ଶୋକ ସଭା ପାଠାଗାରର ସଭାପତି ନବଘନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥଲା। ଏହି ସଭାରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନଙ୍କ ସହ ଶଙ୍କର ପ୍ରସାଦ ତ୍ରିପାଠୀ, ଡ. ଶକ୍ତି ପଦ ସାମନ୍ତରାୟ, ଆନନ୍ଦ ଚନ୍ଦ୍ର ସାମଲ, ଲକ୍ଷ୍ମଣ ନାଥ ଦାସ, ଡଃ. ଗିରିଜା ଶଙ୍କର ଗୋସ୍ବାମୀ, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ରବିନାରାୟଣ ସିଂହ, ଗୁରୁ ପ୍ରସାଦ ପଟ୍ଟନାୟକ, ରମେଶ ଚନ୍ଦ୍ର ସିଂହ, ହରିଶ୍ଚନ୍ଦ୍ର ଭୂମିରେ ପ୍ରମୁଖ ସଦସ୍ୟ ମାନେ ସ୍ବର୍ଗତ ନନ୍ଦଙ୍କ ସ୍ମୃତି ଚାରଣ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ସହିତ ଉଦଘାଟିତ ହେଲା ପାରବ ମଞ୍ଚ 

masiha

ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବର ପ୍ରସ୍ତୁତୀ ବୈଠକ

masiha

Advocate Niranjan Bishi Honoured with Prestigious “Plaque of Honour” by Indian Council of Jurists & All India Bar Association

Sunil Chandra Nayak

Leave a Comment

error: Content is protected !!