ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି.ଆଇ.ଇ.ଟି.ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ,ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରା ଓ କ୍ରିୟାତ୍ମକ ଗବେଷଣା କର୍ମଶାଳା- ୨୦୨୫ ଉଦ୍ ଯାପିତ 

ଡି.ଆଇ.ଇ.ଟି.ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ,ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରା ଓ କ୍ରିୟାତ୍ମକ ଗବେଷଣା କର୍ମଶାଳା- ୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ: ତା୧୩.୦୯.୨୦୨୫ ରିଖ: ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ “ଏକ ପେଡ୍ ମା କେ ନାମ” କାର୍ଯ୍ୟକ୍ରମ-୨୦୨୫ ପାଳନ ଅବସରରେ ବୃକ୍ଷରୋପଣ କରା ଯାଇଥିଲା।ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପ୍ରତିଭା ଦଳେଇଙ୍କ ନେତୃତ୍ୱରେ ବାଳକ ଛାତ୍ରାବାସ ଓ ସୌମ୍ୟା ପଟନାୟକଙ୍କ ନେତୃତ୍ୱରେ ଛାତ୍ରୀନିବାସରେ ଅମୃତଭଣ୍ଡା,କଦଳୀ,ନଡ଼ିଆ, ତେଜପତ୍ର,ସଜନା ଛୁଇଁ,ଥୁଜା,ଟେବୁଲ ଗୋଲାପ,ଦେବଦାରୁ ଓ ଆରକେରିଆ ଆଦି ଗଛ ଲଗାଯାଇଥିଲା।ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ବୃକ୍ଷର ଗୁରୁତ୍ୱ ଓ ଆବଶ୍ୟକତା ଉପରେ ଛାତ୍ରୀ,ଛାତ୍ରଙ୍କୁ ବକ୍ତବ୍ୟ ଦେଇ ପୃଥିବୀକୁ ସୁରକ୍ଷିତ ରଖିବାକୁ ହେଲେ ଗଛ ଲଗେଇବାର ଆବଶ୍ୟକତା ଅଛି ବୋଲି କହିଥିଲେ।ପରେ ପରେ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ସମସ୍ତେ ଗଛ ଲଗେଇଥିଲେ।ଆଜିର ବୃକ୍ଷ ରୋପଣ କାର୍ଯ୍ୟକ୍ରମପରେ ପ୍ରତି ଗଛର ଦାୟିତ୍ୱ ଛାତ୍ରୀ,ଛାତ୍ରଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

ସେହିପରି ଗତ ନଅ ତାରିଖ ଠାରୁ ଆରମ୍ଭ ହୋଇଥିବା ୫ ଦିବସୀୟ କ୍ରିୟାତ୍ମକ ଗବେଷଣା କର୍ମଶାଳା -୨୦୨୫ ଆଜି ଉଦ୍ ଯାପିତ ହୋଇଛି।ଜିଲ୍ଲାର ଆଠୋଟି ବ୍ଲକରୁ ୪୧ ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ,ଶିକ୍ଷକ ଏହି କର୍ମଶାଳାରେ ଯୋଗଦେଇ ଗବେଷଣା ନିମନ୍ତେ ନିଜର ଯୋଜନା ( ସିନୋପସିସ)ପ୍ରଦାନ କରିଛନ୍ତି।ଏହି ସିନୋପସିସ ଗୁଡିକ ମଧ୍ୟରୁ ଉତ୍କୃଷ୍ଟ ମାନର ୨୦ଟି ସିନୋପସିସକୁ ଡ୍ରିକ୍ ( District Research and Innovation committee)ଦ୍ୱାରା ଚୟନ କରାଯିବ।ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠରେ ଦେଖାଯାଉଥିବା ସମସ୍ୟାଗୁଡିକୁ ଗବେଷକ ନିଜର ଗବେଷଣାର ବିଷୟବସ୍ତୁ ଭାବେ ଗ୍ରହଣ କରିଥିବାର ଜଣାଯାଇଛି।ଶିକ୍ଷକ ବୃତ୍ତିଗତ ବିକାଶ ବିଭାଗ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ସ୍ନେହଲତା ରାଜ,ସୌମ୍ୟା ପଟନାୟକ,ପ୍ରତିଭା ଦଳେଇ, କଲ୍ୟାଣୀ ସାହୁ, ସ୍ଵାଗତିକା ସ୍ୱାଇଁ,ବିନ୍ଦୁ ବେହୁରିଆ,ସ୍ଵାଗତିକା ଶରଣ,ସୁଦୀପ୍ତାl ମିଶ୍ର,ପ୍ରଭାତୀ ସ୍ୱାଇଁ ଓ ଅବସରପ୍ରାପ୍ତ ଶିକ୍ଷାବିତ ଡ.ସୁସନ୍ଧ୍ୟା ମହାନ୍ତି ସାଧନ କର୍ମୀ ଭାବେ ଯୋଗଦେଇ ଥିଲେ।ଆଜି ଉଦ୍ ଯାପନୀ ଉତ୍ସବରେ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷର୍ଥୀଙ୍କୁ ଉଚ୍ଚମାନର କ୍ରିୟାତ୍ମକ ଗବେଷଣା କରିବାକୁ ଉତ୍ସାହିତ କରିଥିଲେ।ସମସ୍ତ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିବାବେଳେ ସଫଳ କର୍ମଶାଳା ଲାଗି ଅଧ୍ୟାପିକା ବିନ୍ଦୁ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ପୁଣି ବିଦ୍ୟାଳୟକୁ ଫେରେଇ ଆଣି ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ପୁଣି ସାମିଲ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆସ ସ୍କୁଲ ଯିବା ଅଭିଯାନ” ଆରମ୍ଭ ହୋଇଛି। ଏଥିଲାଗି ଆଜି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନେତୃତ୍ୱରେ ଏକ ସଚେତନତା ପଦଯାତ୍ରା -୨୦୨୫ ଅନୁଷ୍ଠିତ ହୋଇଥିଲା। ଡି. ଆଇ. ଇ. ଟି.ର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ସବୁଜ ପତାକା ଦେଖାଇ ପଦଯାତ୍ରା ଆରମ୍ଭ କରିଥିଲେ।ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଏହାର ପ୍ରୟୋଗଶାଳା ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଢେଙ୍କାନାଳର ଛାତ୍ରୀ,ଛାତ୍ର ଓ ଶିକ୍ଷୟିତ୍ରୀ,ଶିକ୍ଷକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ପଦଯାତ୍ରା ଡ଼ିଆଇଇଟିରୁ ବାହାରି ଗୁଡ଼ିଆନାଳି,ଚଣ୍ଡିଆ ସାହି, ବସ୍ ଷ୍ଟାଣ୍ଡ ଦେଇ ଜର୍ଜ ସ୍କୁଲଠାରେ ଶେଷ ହୋଇଥିଲା।ଏହି ପଦଯାତ୍ରାରେ ଜର୍ଜ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମହେଶ୍ୱତା ପଣ୍ଡା ଓ ଶିକ୍ଷୟିତ୍ରୀ ସବିତା ଦିବେଦୀ,ରଶ୍ମିତା ସେଠି,ନୀଳିମା ନାୟକ,ସରିତାଲତା ଦଳାଇ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ସ୍ନେହଲତା ରାଜ,କଲ୍ୟାଣୀ ସାହୁ,ପ୍ରଭାତୀ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଳା ଆବାହକ,ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା,ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ, ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା ଭାବରେ ଡି.ଆଇ.ଇ.ଟି,ଢେଙ୍କାନାଳର ଏହି ଅଭୂତପୂର୍ବ ତିନୋଟି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ନେତୃତ୍ୱ ଓ ସଫଳ ମାର୍ଗଦର୍ଶନ,ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀବୃନ୍ଦଙ୍କର ସାମଗ୍ରିକ ନିଷ୍ଠାପର ଉଦ୍ୟମ ପାଇଁ ସମ୍ଭବପର ହୋଇପାରିଛି ଓ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇପାରିଛି ବୋଲି ଦୃଢ଼ ମତପୋଷଣ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ବଧେଇ ଜଣାଇଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

୧- ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଖାଇ , ୨– ରାସ୍ତା ପାର୍ଶ୍ଵରେ ଗାର୍ଡ ୱାଲ ନଥିବାରୁ ମାଟି ଖାଇ ହୋଇ ପିଛୁ ରାସ୍ତା ଖରାପ ହୋଉଛି 

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ, ଭଟାଙ୍ଗପଦର   ‘ଆମ ସଂସ୍କୃତି ଆମ ଖେଳନା’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ

masiha

ଆସନ୍ତା କାଲି ଅନୁଷ୍ଠିତ ହେବ ସିବିଏସ୍ଇ ଦ୍ବାଦଶ ବୋର୍ଡ୍ ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!