କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତ କୁଳିହାରୀଗୁଡା ଗ୍ରାମର ୪ ଅନାଥ ଶିଶୁ ଶେଷରେ ସ୍ବେଛାସେବୀ ଙ୍କ ପ୍ରୟାସ ଓ ସିଡବ୍ଲୁସି ସଦସ୍ୟ ସଞ୍ଜୟ କୁମାର ହସ୍ତକ୍ଷେପ ଫଳରେ ଜିଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ସେମାନଙ୍କୁ ଥଇଥାନ କରାଯାଇଛି। ଯାହାକୁ ନେଇଁ ସ୍ବେଛାସେବୀଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ସାଧୂବାଦ ଜଣାଇଛନ୍ତି।ପ୍ରକାଶ ଯେ, ଗୋଲାମୁଣ୍ଡା
ବ୍ଲକ କୁଳିହାରୀଗୁଡା ଗ୍ରାମର ବୀରକିଶୋର ଲହଜଳ ଓ ସନ୍ତରା ଲହଜଳଙ୍କ ପରିବାର ବହୁତ ହସଖୁସିରେ ଥିଲା। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିଲେ। କିନ୍ତୁ ଦିନେ ଦୁଃଖର କଳାବାଦଲ ଏହି ପରିବାର ଉପରେ ପଡିଥିଲା। ୩ ଶିଶୁ ଦୁନିଆ କଣ ଜାଣିବା ପୂର୍ବରୁ ମା ସନ୍ତରା ଙ୍କ ୨୦୧୬ ରେ ଦେହାନ୍ତ ହେଲା । ପରେ ତାଙ୍କ ସ୍ଥାନ ପୂରଣ କରିବାପାଇଁ ବୀରକିଶୋର ପୁଣିଥରେ ବାହାହେଲେ । ଦ୍ଵିତୀୟ ସ୍ତ୍ରୀ ଙ୍କ ନାମ ଭୂମିସୁତା ଲହଜଲ ହୋଇଥିବାବେଳେ ତାଙ୍କ ଔରସରୁ ପୁଣି ଏକ ଝିଅ ଜନ୍ମହେଲା। ଏହାର କିଛି ବର୍ଷ ବ୍ୟବଧାନ ପରେ ବୀରକିଶୋର ଙ୍କ ୨୦୧୯ ରେ ଦେହାନ୍ତ ହୋଇଥିଲା।ପରେ ଚାରି ଛୁଆ ଙ୍କୁ ନେଇ ଭୂମିସୁତା କଷ୍ଟେମଷ୍ଟେ ପରିବାର ପ୍ରତି ପୋଷଣ କରୁଥିଲେ । ହେଲେ ଗତ ୨୪ ଏପ୍ରିଲ ରେ ଭୂମିସୁତାଙ୍କ ମଧ୍ୟ ଦେହାନ୍ତ ହେଲା । ଦେଖୁ ଦେଖୁ ଚାରିଜଣ ଛୁଆ ଅନାଥ ହୋଇଗଲେ ।ସେମାନେ ନିଜ ବାସସ୍ଥଳୀ ଛାଡି ଖସିଗୁଡା ରେ ଅଜା ଆଇ ଙ୍କ ଘରେ ରହୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରିତ ହୋଇଥିଲା । ଏଇ ଖବର ବିଷୟରେ ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଜାଣିବାପରେ ଗୋଲାମୁଣ୍ଡା ର ରବୀନ୍ଦ୍ର ରାଉତ ଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସମସ୍ୟା ବିଷୟରେ ସମସ୍ତ
ତଥ୍ୟ ସଂଗ୍ରହ କରି ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ଙ୍କୁ ଜଣେଇ ସେମାନଙ୍କୁ ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲ କରିବାପାଇଁ ଅନୁରୋଧ କରିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ରଙ୍କ ନିର୍ଦେଶ ରେ ସମସ୍ତ ଶିଶୁଙ୍କୁ ରବିବାର ଶିଶୁ ମଙ୍ଗଳ ସମିତି ଙ୍କ ପାଖରେ ଉପସ୍ଥିତ କରାଯାଇଥିଲ।ପରେ ସେମାନଙ୍କୁ ସରକାରୀ ସୁବିଧା ଦେବାପାଇଁ ସ୍ଥିର କରାଯାଇଥିଲା । ବଡ଼ଝିଅ ସୁମନି ଲହଜଳ ଙ୍କୁ ସରାକାରଙ୍କ ଗ୍ରୀନ କାର୍ଡ ମାଧ୍ୟମ ରେ ଉଚ୍ଚ ଶିକ୍ଷା ର ବ୍ୟବସ୍ତା କରାଯାଇଥିବା ବେଳେ ଦ୍ୱିତୀୟ ଝିଅ ଗୁଆଦେଇ ଲହଜଳ ଭଲ ମାର୍କ ରଖି ମାଟ୍ରିକ ପାସ କରିଥିବାରୁ ତାଙ୍କୁ ସରକାରୀ ଆଇ. ଟି. ଆଇ ରେ ମାଗଣା ଶିକ୍ଷା ପ୍ରଦାନ କରାଯିବ। ସେହିପରି ରୋଶନ ଲହଜଳ ଙ୍କୁ ଏନ. ଏନ. ଏସ ରେ ରଖି ମାଗଣା ରେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଥିବା ବେଳେ ସବୁଠୁ ଛୋଟ ଝିଅ ସୁବି ଲହଜଳ ଙ୍କୁ ମାସିକ ଚାରି ହଜାର ଟଙ୍କା ଦେବାପାଇଁ ସ୍ଥିର କରାଯାଇଥିଲା। ଏହାସହ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାପାଇଁ ସ୍ଥିର କରାଯାଇଛି l ଏଭଳି ମହତ୍ କାର୍ଯ୍ୟ କରିଥିବାରୁ ସ୍ବେଛାସେବୀ ରବୀନ୍ଦ୍ର ରାଉତ, ଯଶୋବନ୍ତ ରଣା, ଶ୍ୟାମସୁନ୍ଦର ଅଗ୍ରୱାଲ,ଲକ୍ଷ୍ମୀନାରାୟଣ ପଣ୍ଡା,ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଅଧ୍ୟକ୍ଷ ରୂପେଶ ହୋତା, ସଦସ୍ୟ ସଞ୍ଜୟ କୁମାର,ଡିସିପିଓ ଶୈଳେନ୍ଦୁ ଶେଖର ମହାପାତ୍ର, ଅଂଶୁମାନବାବୁ ପ୍ରମୁଖଙ୍କୁ ତାଙ୍କ ପରିବାର ସମେତ ଅଞ୍ଚଳବାସୀ ସାଧୁବାଦ ଜଣେଇଛନ୍ତି ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..


