ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ; ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ

ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ; ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ 

ରାଇରଙ୍ଗପୁର – ୧୨/୦୯ ଆଇନ ସମ୍ପର୍କରେ ସଚେତନତା ହେଉଛି ନ୍ୟାୟ ପାଇବାର ପ୍ରଥମ ପାହାଚ | ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ଆଇନର ଜ୍ଞାନ ଏବଂ ଆଇନଗତ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ଆଇନ ସହାୟତା କକ୍ଷ ପକ୍ଷରୁ ମହାରାଜପୁର ଗ୍ରାମରେ ଗାଁ ଦୁଆରେ ନ୍ୟାୟ : ଘରେ ଘରେ ଆଇନ ସେବା ଶୀର୍ଷକ ଏକ ଆଇନ ସହାୟତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଆଇନ ସହାୟତା କକ୍ଷର ଅଧିକାରୀ ଅଧ୍ୟାପକ ସମ୍ବିତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନ ପରାମର୍ଶଦାତା ଭାବେ ବାରିପଦା ଓକିଲ ସଂଘର ସହସାଧାରଣ ସମ୍ପାଦକ ଆଡଭୋକେଟ ସ୍ୱରୂପ କୁମାର ମିଶ୍ର ଯୋଗଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ଆଇନଗତ ବିଷୟ ସମ୍ପର୍କରେ ସରଳ ଓ ସାଧାରଣ ବୋଧଗମ୍ୟ ଭାଷାରେ ବୁଝାଇଥିଲେ | ଆଇନ ସମ୍ପର୍କିତ ଜଟିଳ ବିଷୟଗୁଡ଼ିକୁ ସହଜ ଉଦାହରଣ ମାଧ୍ୟମରେ ବୁଝାଇବା ସହ ଆଇନଗତ ସମସ୍ୟା ଉପୁଜିଲେ ଭୟଭୀତ ନହୋଇ ଉପଯୁକ୍ତ ଆଇନଗତ ପରାମର୍ଶ ନେବାକୁ ସେ ପରାମର୍ଶ ଦେଇଥିଲେ |ମହାବିଦ୍ୟାଳୟର ଆଇନ ବିଭାଗର ମୁଖ୍ୟ ଜ୍ଞାନରଞ୍ଜନ ପଣ୍ଡା ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ବିଭିନ୍ନ ଆଇନ ଓ ଆଇନଗତ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ | କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଆଇନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ସମସ୍ୟା ଶୁଣାଯାଇଥିବା ବେଳେ ତାହାର ଆଇନଗତ ଦିଗ ସମ୍ପର୍କରେ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା | ମହାରାଜପୁର ଭଳି ଗ୍ରାମକୁ ଏଭଳି ଏକ ଜନକଲ୍ୟାଣ ମୂଳକ ଆଇନ ସଚେତନତା କାର୍ଯ୍ୟକ୍ରମ ପାଇଁ ଚୟନ କରିଥିବାରୁ ଗ୍ରାମବାସୀ ମାନେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ନାୟକଙ୍କୁ ସାଧୁବାଦ ଜଣାଇଥିଲେ | ଶେଷରେ ଅଧ୍ୟାପକ ଡ. ଜିତେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଧରମଡିହିରେ ବାବା ତିଲିକା ମାଝୀଙ୍କ ୨୭୪ ତମ ଜୟନ୍ତୀ ଧୂମଧାମରେ ପାଳିତ

Sunil Chandra Nayak

ନବରଙ୍ଗପୁର ରେ ମହମ୍ମଦ ଜୟନ୍ତୀ ପାଳିତ 

masiha

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!